ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

5T କାର୍ଯ୍ୟ ନିମ୍ନ ମାନର ଶିକ୍ଷକ ସାଜିଛନ୍ତି ଠିକାଦାର 

ରାଜ୍ୟ ସରକାର 5T ଯୋଜନା ଜରିଆରେ ନିଜକୁ ଦୁର୍ନୀତି ମୁକ୍ତ ଏବଂ ସ୍ୱଚ୍ଛ ସରକାରର ମାନ୍ୟତା ବଜାୟ ରଖିବା ପାଇଁ ନିଜକୁ ଉପସ୍ଥାପିତ କରୁଥିବା ବେଳେ ବିଭିନ୍ନ ଯୋଜନାରେ ଆସୁଥିବା ଦୁର୍ନୀତି ଅଭିଯୋଗ ଯୋଜନାର ମୂଳ ଲକ୍ଷ୍ୟ ଠାରୁ ଦୂରେଇ ଯାଉଥିବା ଅନୁମାନ କରାଯାଉଛି । ରାଜ୍ୟ ର ସବୁ ଜିଲ୍ଲା ବ୍ଲକ ରେ ଥିବା ଉଚ୍ଚ ବିଦ୍ୟାଳୟ ମାନଙ୍କୁ 5Tରୂପାନ୍ତରିତ କରଣ ପାଇଁ କୋଟି କୋଟି ଅର୍ଥରାଶି ଖର୍ଚ୍ଚ ହେଉଥିବା ବେଳେ ବାସ୍ତବରେ ତାହା ଏତେଦୂର ସଫଳ ହେଉଛି ଆତ୍ମମନ୍ଥନ କରିବା ଆବଶ୍ୟକତା ଅଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅଧୀନରେ ଥିବା ହାରାମାଳ ପଞ୍ଚାୟତରେ ଥିବା ଉଚ୍ଚ ବିଦ୍ୟାଳୟରେ ହେଉଥିବା 5T ରୂପାନ୍ତରିତ କାର୍ଯ୍ୟରେ ବ୍ୟାପକ ଅନିୟମିତତା ଦେଖିବାକୁ ମିଳିଛି । ଏହି କାର୍ଯ୍ୟରେ ବ୍ୟବହାର ହେଉଥବା ଅତିନିମ୍ନ ମାନର ଧୂଳି ମାଟି ମିଶା ମେଟାଲ,ନିମ୍ନ ମାନର ବାଲିରେ କଂକ୍ରିଟ କାର୍ଯ୍ୟ କରାଯାଉଛି । ଏନେଇ ସ୍ଥାନୀୟ କଲମପୁର ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କୁ ଉକ୍ତ କାମର ତଦାରଖ କିଏ କରୁଛି ପଚାରିବାରୁ ସେ 5T ରୂପାନ୍ତରିତ ଏହି କାର୍ଯ୍ୟକୁ ସେହି ବିଦ୍ୟାଳୟର କାର୍ଯ୍ୟରତ ଥିବା ପ୍ରଧାନ ଶିକ୍ଷ୍ୟକ କାମ କରୁଥିବା ସୂଚନା ଦେଇଥିଲେ I ଏଠି ପ୍ରଶ୍ନ ବାଚୀ ସୃଷ୍ଟି ହେଉଛି ଯେ ଶିକ୍ଷକଙ୍କୁ ପାଠ ପଢ଼ାଇବା ପାଇଁ ନିଯୁକ୍ତି ହୋଇଥିବା ସ୍ଥଳେ ସେ କିପରି ଠିକାଦାର ସାଜିଛନ୍ତି ଏବଂ ସେପୁଣି ନିଜ ବିଦ୍ୟାଳୟର କାର୍ଯ୍ୟକୁ ଲାଭଖୋର ମାନବୃତ୍ତି ନେଇ ନିମ୍ନ ମାନର କାର୍ୟ୍ଯ କରୁଛନ୍ତି ନିଶ୍ଚୟ ତଦନ୍ତ ସାପେକ୍ଷ ।

ଜଗମୋହନ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ

Related posts

ଦଶ ବର୍ଷ ତଳେ ମାଟ୍ରିକ ପଢ଼ିଥିଲେ …. ଏବେ କହିଲେ ପୁଣି ପଢ଼ିବେ ମାଟ୍ରିକ !!

masiha

ରାଉରକେଲା ମହାନଗର ନିଗମରେ ସ୍ଵାୟତ୍ତ ଶାସନ ଦିବସ ପାଳିତ

Sunil Chandra Nayak

କଥା ଦେଇଥିଲେ କଥା ରଖିଲେ ୫ ଟି ସଚିବ ଭି କେ ପାଣ୍ଡିଆନ! ରାଇରଙ୍ଗପୁର ଗୋଶାଳାର ସ୍ଥାୟୀ ପଟାକୁ ସରକାରଙ୍କ ସ୍ଵିକୃତି

Sunil Chandra Nayak

Leave a Comment

error: Content is protected !!