ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଡାବୁଗାଁ ବ୍ଲକ ବିଜେଡିର ମହିଳା ସମାବେଶ

ଡାବୁଗାଁ, ୨୦/୩ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମା ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ବ୍ଲକ ବିଜେଡି ର ମହିଳା ସମାବେଶ ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ମିଶ୍ର ଙ୍କ ଅଧ୍ୟକ୍ଷତାରେ ସୋମବାର ଅନୁଷ୍ଠିତ ହୋଇଯାଇଛି | ନବରଙ୍ଗପୁର ଜିଲ୍ଲା ମହିଳା ପର୍ଯ୍ୟବେକ୍ଷକ ରୁନୁ ଜେନା ଏହି ସମାବେଶ ର ମୁଖ୍ୟ ଉଦେଶ୍ୟ ଜିଲ୍ଲାରେ ମହିଳା ମାନଙ୍କ ସଶକ୍ତିକରଣ କରି ଅଧିକ ରୁ ଅଧିକ ମାତ୍ରାରେ ବିଜେଡି ରେ ଜଡିତ କରିବା | ନବୀନ ବାବୁଙ୍କ ସୁଶାସନ, ମହିଳା ମାନଙ୍କୁ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ସଶକ୍ତିକରଣ କରିବା, ମହିଳାଙ୍କୁ ଶିକ୍ଷିତ କରି ତାଙ୍କ ଆର୍ଥିକ ସ୍ଥିତି ସୁଦୃଢ କରିବା, ମହିଳାମାନଙ୍କୁ ୩୩% ସବୁକ୍ଷେତ୍ରରେ ସୁବିଧା କରିବା, ନବୀନ ବିଜୁ ବାବୁଙ୍କ ସ୍ଵପ୍ନ ର ଓଡିଶା ଗଠନ କରିବାରେ ମହିଳା ମାନଙ୍କ ଭୂମିକା, ସଙ୍ଗଠନକୁ ସୁଦୃଢ କରିବା, ମହିଳା ଏକତା ଓ ପ୍ରତି ୱାର୍ଡରେ ଏକ ୧୫ ଜଣିଆ ମହିଳା କମିଟି ଗଠନ କରିବାକୁ ଉପରେ ଆଲୋକପାତ କରିଥିଲେ | ଏହି ସମ୍ମିଳନୀରେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ଜିଲାପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ, ଜିଲା ମହିଳା ସଭାପତି ମଞ୍ଜୁଳା ମାଝି, ଡାବୁଗାଁ ବ୍ଲକ ଅଧ୍ୟକ୍ଷା ବୀଣା ମାଝି, ଉପାଧ୍ୟକ୍ଷ ସଦାନନ୍ଦ ନାୟକ, ଜୋନ-୧ ଜିଲା ପରିଷଦ ସଭ୍ୟ ଧନସିଂ ଭତ୍ରା ଓ ଜୋନ -୨ ଜିଲା ପରିଷଦ ସଭ୍ୟ ଗୁପ୍ତ ବିଶୋୟୀ, ଡାବୁଗାଁ ମହିଳା ବ୍ଲକ ସଭାପତି ହୀରା ହରିଜନ, ଉପସଭାପତି ଏ. ଚନ୍ଦ୍ର କଳା, ବ୍ଲକ ମହିଳା ମିଡିଆ ସେଲ ସବିତା ମହାନ୍ତି, ସାଂସଦ ପ୍ରତିନିଧି ଏମ୍. ଆପ୍ପା ରାଓ, ବିଧାୟକ ପ୍ରତିନିଧି ଏମ୍. ବୁଲୁ ରାଓ, ବ୍ଲକର ସମସ୍ତ ପଞ୍ଚାୟତ ର ସରପଞ୍ଚ, ସମିତିସଭ୍ୟା ସଭ୍ୟ ଓ ୧୦୦ ରୁ ଊର୍ଦ୍ଧ୍ଵ ମହିଳା ସଭ୍ୟା ମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ବିଜୁ ଶ୍ରମିକ ବନ୍ଧୁ ସମ୍ମାନର ନାମ ପରିବର୍ତ୍ତନ ପ୍ରସଙ୍ଗ ବିଜୁ ବାବୁଙ୍କୁ ବାରମ୍ବାର ଅସମ୍ମାନ କରି ହୀନମନ୍ୟତାର ପରିଚୟ ଦେଇଛନ୍ତି ରାଜ୍ୟ ସରକାର: ବିଜେଡି

Sunil Chandra Nayak

ବିଜେପି କର୍ମକର୍ତ୍ତାପାଳନ କଲେ ଦିନ ଦୟାଲ ଉପାଧ୍ୟାୟଙ୍କ ସମର୍ପଣ ଦିବସ

Sunil Chandra Nayak

ଧର୍ମଗଡ ରେ ଭାଜପା ର ବିଜୟ ଉତ୍ସବ ପାଳନ

Leave a Comment

error: Content is protected !!