ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରୀଜଗନ୍ନାଥଙ୍କ ଜମିଜବର ଦଖଲ : ତଦନ୍ତ ପାଇଁ ଉପ ଜିଲ୍ଲାପାଳଙ୍କୁ ଭେଟିଲେ ଜନମଙ୍ଗଳ, ରାସୋଳର ସେବକ,ସେବିକା 

ଢେ଼ଙ୍କାନାଳ(ମ ସୀ ହା)ଅଦ୍ଯ ତା 20/03/2023 ରିଖ ସୋମବାର ଦିବା 11ଘଟିକା ସମୟ ରେ ସାମୁହିକ ସ୍ବାର୍ଥ କୁ ଆଖି ଆଗରେ ରଖି ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଚାରିକୋଟି ଓଡିଆର ମଉଡମଣି ନିଜିଗଡ,ହିନ୍ଦୋଳଙ୍କର ଜମି ଜବର ଦଖଲ ସମ୍ବନ୍ଧରେ ଉପଯୁକ୍ତ ତଦନ୍ତ ପାଇଁ ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ (ଜନ ମଙ୍ଗଳ), ରାସୋଳର ସମସ୍ତ ସେବକ _ସେବିକାଗଣ ହିନ୍ଦୋଳ ସବ୍ କଲେକ୍ଟର ମହୋଦୟ ଙ୍କୁ ଅନୁରୋଧପତ୍ର ପ୍ରଦାନ କରିଛନ୍ତି ।

      ପ୍ରକାଶଥାଉକି ରାସୋଳ ମୌଜାସ୍ଥ ଖାତା ନଂ -879 ଭୁକ୍ତ ଜମା ଜମି ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁ ବିଜେ,ନିଜିଗଡ ହିନ୍ଦୋଳ ମାର୍ଫତ,ଦେବୋତ୍ତର ବିଭାଗ ତରଫ ଟ୍ରଷ୍ଟି ବୋର୍ଡଙ୍କର ନାମେ ସ୍ଥିତିବାନ ସତ୍ବେ ରେକର୍ଡ ଅଛି।ଉଲ୍ଲିଖିତ ଖାତାଭୁକ୍ତ ଜମାଜମି ପ୍ଲଟ ନଂ -3718,କିସମ ଶାରଦ-3,ଏ 0:14 ଡେଃ ଜମି ପ୍ରଭୁ ଜଗନ୍ନାଥଙ୍କ ନିଜ ଦଖଲରେ ଥିବା ବେଳେ ରାସୋଳର ଜନୈକ ବ୍ଯକ୍ତି ନିଜସ୍ୱ ସ୍ବାର୍ଥ ହାସଲ ନିମନ୍ତେ ଜବରଦଖଲ କରିଛନ୍ତି।

       ବହୁଦିନ ହେଲା ଏହି ଜମି ଖୋଲାମେଲା ହୋଇ ପଡିଥିବା ବେଳେ ରାସୋଳର ଏକ କ୍ଲବ ବୃକ୍ଷ ରୋପଣ ପାଇଁ ମନସ୍ଥ କରି ଗୋଟିଏ ଫଳକ ମାରିଥିଲେ l ଯାହାକି ସାମୁହିକ ସ୍ବାର୍ଥ ଦୃଷ୍ଟିରୁ ଗ୍ରହଣ ଯୋଗ୍ୟ ହୋଇପାରେ କିନ୍ତୁ ବ୍ଯକ୍ତିଗତ ସ୍ବାର୍ଥ ହାସଲ କରିବା ପାଇଁ ରାସୋଳ ଗ୍ରାମର ଜନୈକ ବ୍ଯକ୍ତି ଜଣକ ଫଳକକୁ ଉପାଡି ଅସ୍ଥାୟୀ ଗୃହ ନିର୍ମାଣ କରିବା ସହିତ ସ୍ଥାୟୀ ଗୃହ ନିର୍ମାଣ ପାଇଁ ଏହି ଜମି ଉପରେ ବାଲି ,ଇଟା,ପଥର ଆଦି ଗଦା କରିଛନ୍ତି ।

       ଜଗନ୍ନାଥ ମହାପ୍ରଭୁଙ୍କର ଜମି ବିକ୍ରି କେମିତି ହୋଇପାରେ?ସାମୂହିକ ସ୍ବାର୍ଥ ପୂର୍ତ୍ତି ଯଦି ଗ୍ରହଣୀୟ ନୁହେଁ ତେବେ ବ୍ଯକ୍ତିଗତ ସ୍ବାର୍ଥ ନିମିତ୍ତ ମହାପ୍ରଭୁ ଜଗନ୍ନାଥଙ୍କର ଜମିକୁ ଜବର ଦଖଲ କରିବା କେତେଦୂର ଯୁକ୍ତିଯୁକ୍ତ।ବର୍ତ୍ତମାନ ଏହା ସର୍ବସାଧାରଣରେ ଆଲୋଚ୍ୟ ବିଷୟ ବସ୍ତୁ ହେଇଛି l ଏ ଦିଗରେ ଶୀଘ୍ର ଉପଯୁକ୍ତ ତଦନ୍ତ କରାଯାଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ବୋଲି ଜନ ସାଧାରଣ ଓ ବହୁ ବୁଦ୍ଧିଜିବୀ ମତ ପ୍ରଦାନ କରିଛନ୍ତି l

ଢେ଼ଙ୍କାନାଳରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ଆର୍ ଜି ଏଚ୍ କୁ ରାଜଧାନୀ ହସ୍ପିଟାଲର ମାନ୍ୟତା ସହିତ ବିବିଧ ସମସ୍ୟାର ସମାଧାନ ପାଇଁ ବିଜେପିର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ସ୍ମାରକ ପତ୍ର ପ୍ରଦାନ

masiha

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତରଫରୁ ବହଳଦାରେ ବିଭିନ୍ନ ସ୍ଥାନରେ ରକ୍ଷା ବନ୍ଧନ

Sunil Chandra Nayak

ଶହୀଦ ନୁଦୁରାମ ସୋରେନ ମେମୋରିଆଲ ଟ୍ରଷ୍ଟ ଏବଂ ଅଲ୍ ଇତୁନ୍ ଆଶ୍ରା ର ଛାତ୍ରଛାତ୍ରୀଙ୍କ ପଣ୍ଡିତ ରଘୁନାଥ ମୁର୍ମୁ ଙ୍କ ଜନ୍ମସ୍ଥଳୀ ଓ ସମାଧିସ୍ଥଳ ପରିଦର୍ଶନ

Sunil Chandra Nayak

Leave a Comment

error: Content is protected !!