ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ଭୀମଭୋଇ ମେଡ଼ିକାଲରେ ସହଯୋଗ ଫାଉଣ୍ଡେସନ ପକ୍ଷରୁ ଖାଦ୍ଯ ବ୍ଯବସ୍ତା: ଅରୁଣ ସାହୁଙ୍କ ସ୍ମୃତିରେ ରକ୍ତଦାନ

ଭବାନୀପାଟଣା:୨୦/୩ – (ମନିସ):- ବଲାଙ୍ଗୀର ଜିଲ୍ଲାରେ ଏକ ରାଷ୍ଟ୍ରୀୟ ଶ୍ରମିକ ସଂଘଠକ ତଥା ଦଳିତ ବୈଶ୍ଯ ସମାଜ ରାଜ୍ଯ ସମ୍ପାଦକ ସ୍ବର୍ଗତ ଅରୁଣ ସାହୁଙ୍କ ସ୍ମୃତିରେ ସ୍ଥାନୀୟ ଭୀମଭୋଇ ଡାକ୍ତରଖାନା ପରିସରରେ ଥିବା ରକ୍ତ ଭଣ୍ତାରରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିର ଟି ସ୍ମୃତି କମିଟିର ପ୍ରମୂଖ ଆୟୋଜକ ଅକୃର ସାହୁଙ୍କ ଦ୍ବାରା ଆୟୋଜନ କରାଯାଇଥିଲା। ଏବଂ କମିଟିର ପ୍ରମୁଖ କାର୍ଯ୍ଯକର୍ତ୍ତା ମାନଙ୍କ ମଧ୍ୟରେ ଭାରତୀୟ ମଜଦୁର ସଂଘର ବରିଷ୍ଠ ନେତା ତଥା ସମାଜ ସେଵୀ ବିରଞ୍ଚି ନାରାୟଣ ପଣ୍ତା, ରୂଣୁଗୋପାଳ ସାହୁ,ଫିରୋଦ କୁମାର ସାହୁ, ଦାମୋଦର ସାହୁ, ଅରୁଣ ପୁରୋହିତ, ଡିମ୍ପଲ ନାଏକ,ଶମ୍ଭୁ ପ୍ରସାଦ ପୁରୋହିତ, ପ୍ରଦୀପ ମେହେର, ଅଶୋକ ପ୍ରଧାନ, ଭୁବନୀ ରଣା,ରାଧାକାନ୍ତ ବେହେରା, ଭବାନୀ ରାଉତ, ପ୍ରମୋଦ ବନିଆ ଲୋଚନ ସାହୁ,ସୁଧାଂଶୁ ଚରଣ ମିଶ୍ର, ବିଶ୍ବମୟ ପୁଝାରୀ, ପୂର୍ଣ୍ଣଚନ୍ଦ୍ର ପଣ୍ତା ରେଡକ୍ରସର କାର୍ଯ୍ଯକର୍ତ୍ତା ରବିଚନ୍ଦ୍ର ପ୍ରସାୟତ ରାମନାରାୟନ ଏବଂ ପରିବାର ବର୍ଗ ଉପସ୍ଥିତ ରହିଥିଲେ ଓ ଅନେକ କାର୍ଯ୍ଯକର୍ତ୍ତା ନିଜ ସ୍ବଇଚ୍ଛାରେ ରକ୍ତଦାନ କରିଥିଲେ।ତାଙ୍କୁ କମିଟି ପକ୍ଷରୁ ଫୁଲତୋଡା,ଗାମୁଛା, ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା।ଶେଷରେ ସହଯୋଗ ଫାଉଣ୍ଡେସନ ମିଳିତ ଆନୁକୂଲ୍ୟରେ ଡାକ୍ତରଖାନାରେ ଚିକିତ୍ସାଧୀନ ୩୦୦ରୁ ଉର୍ଦ୍ଧ୍ବ ରୋଗୀ ଓ ରୋଗୀ ସହାୟକଙ୍କୁ ମଧ୍ୟ ଖାଦ୍ୟ ବଣ୍ଟନ କରାଯାଇଥିଲା। ଆଗାମୀ ଦିନରେ ରକ୍ତଦାନ ଏକ ମହତ ଦାନ ରୂପରେ ସମସ୍ତେ ପାଳନ କରନ୍ତୁ, ଏହା ଅନ୍ଯ ଜଣେ ନିହାତି  ଦରକାରୀ ରୋଗୀଙ୍କ କାମରେ ଲାଗିବା ସହିତ ଜୀବନ ବଞ୍ଚାଇବ,ଏପରି ଭାବରେ ଜନସାଧାରଣଙ୍କର ଜନ୍ମ ଦିନ, ମୃତ୍ୟୁ ଦିବସ ମାନଙ୍କରେ ରକ୍ତଦାନ କରି ସ୍ମୃତି ସୃଷ୍ଟି କରିବା ସହିତ ଲୋକଙ୍କର ସାହାଯ୍ୟ କରନ୍ତୁ ବୋଲି ଆଦର୍ଶ ହେଉ।

ମସିହା ନିଉଜ ସର୍ଭିସ୍ 

Related posts

ବେଦାନ୍ତ ଲିମିଟେଡ୍ ସିଏସ୍ଆର୍ ବିଭାଗ ଓ ବେଦାନ୍ତ ହସ୍ପିଟାଲ ଆନୁକୂଲ୍ୟରେ ମେଗା ସ୍ବାସ୍ଥ୍ୟ ଶିବିର

ନର୍ଲା ରେ ଫାଲେରିଆ ନିରାକରଣ ଅଭିଯାନ ଉଦ୍ଘାଟନ ସମାରୋହ

Sunil Chandra Nayak

ବିଶ୍ବ ରକ୍ତଦାତା ଦିବସ ଅବସରରେ ରକ୍ତଦାନ ଶିବିର , ସଂଗୃହୀତ ହେଲା ୪୨ ୟୁନିଟ୍ ରକ୍ତ

Sunil Chandra Nayak

Leave a Comment

error: Content is protected !!