ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉଚ୍ଛେଦ ବିରୁଦ୍ଧରେ ସୀତାବୋର୍ଡି ପଡ଼ାବାସି ଙ୍କ ଉପଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

ଭବାନୀପାଟଣା-:   ଭବାନୀପାଟଣା ସହର ସ୍ଥିତ ୱାର୍ଡ ନମ୍ବର 2 ସୀତାବୋର୍ଡିପଡ଼ା ଠାରେ ଦୀର୍ଘ 40 ବର୍ଷରୁ ଉର୍ଦ୍ଧ ସମୟ ଧରି 30 ଗୋଟି ପରିବାର ରହି ଆସୁଛନ୍ତି l ସେ ପରିବାର ଗୁଡିକ ଅତ୍ୟନ୍ତ ଗରିବ ଶ୍ରେଣୀର ସହରର ବିଭିନ୍ନ ଜାଗାରେ ଦିନମଜୁରିଆ ଭାବେ କାମକରି ନିଜର ପାରିବlର ପ୍ରତିପୋଷଣ କରନ୍ତି l ପୌରପାଳିକା ତରଫରୁ ପାନୀୟଜଳ, ବିଜୁଳି, ରାସନକାର୍ଡ, ରାସ୍ତା ନିର୍ମାଣ ଭଳି ବିଭିନ୍ନ ଅନୁସଙ୍ଗିକ ସୁବିଧା ଯୋଗାଇ ଦିଆଯାଉଛି l ଏପିରିକି ପୌର ନିର୍ବାଚନ, ବିଧାନସଭା ଓ ଲୋକସଭା ନିର୍ବାଚନ ରେ ଭୋଟ ଦେଇ ଆସୁଛନ୍ତି l ବସ୍ତିଆଇନ 2017 ଜାଗା ମିଶନ ଜରିଆରେ ପଡ଼ାର ଡ୍ରୋନ ସର୍ଭେ କରାଯାଇ 28 ଗୋଟି ପରିବାରକୁ ଯୋଗ୍ୟ ପ୍ରମାଣପତ୍ର ବଣ୍ଟଯାଇଥିଲା l ପଡlବାସୀ ଜାଗା ମିଶନ ଜରିଆରେ ପଟ୍ଟା ପାଇଯବେ ବୋଲି ଆଶା ରଖିଥିଲେ କିନ୍ତୁ କଥାଟା ଓଲଟା ପ୍ରମାଣିତ ହେଲା l

ଉକ୍ତ ଜମି ତି 1987 ମସିହାରୁ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ନାମରେ ରହିଛି l ଏଣୁ ଉକ୍ତ ଜମି ରେ ବିଶ୍ୱବିଦ୍ୟାଳୟ ପାଇଁ ବିଭିନ୍ନ ଗୃହ ନିର୍ମାଣର ଆବଶ୍ୟକତା ଥିବାରୁ ପଡ଼lବାସୀଙ୍କୁ ଉଛେଦ କରିବା ପାଇଁ ଭବାନୀପାଟଣା ତହସିଲ କାର୍ଯ୍ୟାଳୟ ଦ୍ୱାରା ଗତ ଦୁଇମାସ ତଳେ ନୋଟିସ ଜାରି କରାଯାଇଥିଲା l ସେତେବେଳେ ସୀତାବୋର୍ଡିପଡ଼ା ବାସି ଜନମ ମାଟି ସୁରକ୍ଷ୍ୟା ସଂଗ୍ରାମ ସମିତି କୁ ଜଣାଇଥିଲେ l ସମିତିର ଏକ ପ୍ରତିନିଧିଦଳ ଭବାନୀପାଟଣା ତହସିଲଦାର ଉପେନ୍ଦ୍ର ଲୁହା ଙ୍କୁ ସାକ୍ଷ୍ୟାତ କରି ଉଛେଦ ବନ୍ଦ କରିବା ଏବଂ ପ୍ରକୃତ ଥଇଥାନ ନହେଲା ପର୍ଯ୍ୟନ୍ତ ବିସ୍ଥାପନ କୁ ରୋଜିବାପାଇଁ କୁହାଯାଇଥିଲା l

   ତହସିଲଦାର ଲୁହା ଶୀଘ୍ର ଉଚ୍ଚ ପଦସ୍ତ ଅଧିକାରୀଙ୍କ ସହ ଆଲୋଚନା କରି ଥଇଥାନ କାଇବାପଇଁ ଆଶ୍ୱାସନା ଦେଇଥିଲେ l କିନ୍ତୁ ଆଜକୁ ଦୁଇମାସରୁ ଉର୍ଦ୍ଧ ସମୟ ହେଲା ପଡ଼lବାସୀଙ୍କୁ ଥଇଥାନ ପାଇଁ ପ୍ରଶାସନ କୌଣସି ପଦକ୍ଷେପ ନେଲାନାହିଁ l ଏହାଭିତରେ ଦୁଇଗୋଟି ପରିବାରକୁ ନୋଟିସ ଜାରି କରି ଘରଛାଡ଼ିବାପାଇଁ ଚlପପ୍ରୟୋଗ କରାଯାଉଛି l

   ଆଜି ସୀତାବୋର୍ଡି ପଡାବାସି ଉପଜିଲ୍ଲାପାଳ ବିଶ୍ୱଜିତ ଦାସ ଙ୍କୁ ସାକ୍ଷ୍ୟାତ କରି ଏକ ଦାବିପତ୍ର ଦେବାସହ ଅତିଶୀଘ୍ର ବର୍ଷ ଦିନ ପୂର୍ବରୁ ଜମି ଚିହ୍ନଟ କରି ବିଜୁଳି, ପାନୀୟଜଳ ବ୍ୟବସ୍ଥା ଓ ଆବାସ ଘର ଜୋଗାଈ ଦେବାକୁ ଅନୁରୋଧ କରିଥିଲେ l ଉପଜିଲ୍ଲାପାଳ ଶୀଘ୍ର ଏହାର ପଦକ୍ଷେପ ନେବାକୁ ତହସିଲଦାର ଏବଂ ନିର୍ବାହୀ ଅଧିକାରୀ ପୌରପାଳିକା ଙ୍କୁ ଚିଠି କରି ଜଣାଇଅଛନ୍ତି l   ଦାବିପତ୍ର ଦେବା ସମୟ ରେ ପଡlବାସୀଙ୍କ ସହ ଜନମ ମାଟି ସୁରକ୍ଷ୍ୟା ସଂଗ୍ରାମ ସମିତିର ଆବାହକ ତଥା ସମାଜସେବୀ ସରୋଜ ବାଗ ଏବଂ ଗିରିଧlରୀ ପାତ୍ର ଉପସ୍ଥିତ ରହି ସବିଶେଷ ଆଲୋଚନା କରିଥିଲେ l

କିଶନ ଶର୍ମା, ଭବାନୀ ପାଟଣା 

Related posts

ଏରଗଡା ରେ ଇଦୁଲ ଫିତର ପାଳନ

masiha

ପିଇବା ପାଣି ଯୋଗାଣ ପାଇଁ ମାଆ ମାନଙ୍କ ଗୁହାରି ଶୁଣିଲେ ଜିଲ୍ଲା ପରିଷଦ ଅଧ୍ୟକ୍ଷା, ସଙ୍ଗେ ସଙ୍ଗେ ହେଲା ସମାଧାନ ମାଆ ମାନେ ହେଲେ ଖୁସି 

Sunil Chandra Nayak

ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟରେ ଜାତୀୟ ମତଦାତା ଦିବସ ପାଳିତ 

masiha

Leave a Comment

error: Content is protected !!