ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

କାମାକ୍ଷାନଗର ବ୍ଲକରେ ଆମ୍ ଆଦମୀ ପାର୍ଟିର କାର୍ଯ୍ୟକର୍ତ୍ତା ସମ୍ମିଳନୀ

କାମାକ୍ଷାନଗର (ମନିସ )20/3/23 କାମାକ୍ଷାନଗର ବ୍ଲକ ଜଗନ୍ନାଥ ପୁର ପଞ୍ଚାୟତର କଙ୍ଗେଇଲୋ ଠାରେ ଆମ୍ ଆଦମୀ ପାର୍ଟି ପକ୍ଷରୁ ଏକ ବ୍ଲକ ସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବିଭିନ୍ନ ପଞ୍ଚାୟତର ପ୍ରତିନିଧି ସହ ସ୍ଥାନୀୟ କର୍ମକର୍ତ୍ତା ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ଭାବେ କାମାକ୍ଷାନଗର ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ବିଭୁରଞ୍ଜନ ସାହୁ ଓ ପର୍ଜଙ୍ଗ ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ବିଷ୍ଣୁ ପ୍ରସାଦ ପଣ୍ଡା ଯୋଗ ଦେଇ ଆମ୍ ଆଦମୀ ପାର୍ଟିର ସଂଗଠନ ଦୃଢ଼ କିପରି କରାଯିବ ଓ ଶିକ୍ଷା, ସ୍ବାସ୍ଥ୍ୟ, ବିଜୁଳି, ପାଣି, ରୋଜଗାର, ଦୁର୍ନୀତି ମୁକ୍ତ ଓ ଭ୍ରଷ୍ଟାଚାର ମୁକ୍ତ ବ୍ୟବସ୍ଥା ଓଡ଼ିଶାରେ ସ୍ଥାପନ କରିବା ପାଇଁ ବାର୍ତ୍ତା ଦେଇଥିଲେ। ଅନ୍ୟ ବରିଷ୍ଠ କାର୍ଯ୍ୟକର୍ତ୍ତା ମଧ୍ୟରେ କାମାକ୍ଷାନଗର ବ୍ଲକ ସଭାପତି ରଞ୍ଜନ ସାହୁ, ଜଗନ୍ନାଥ ପୁର ପଞ୍ଚାୟତର ପ୍ରମୁଖ କାର୍ତ୍ତିକ ସାମଲ, ଅଁଳାବେରେଣୀ ପଞ୍ଚାୟତ ପ୍ରମୁଖ ବିଦ୍ୟାଧର ନାୟକ, ଭୈରପୁର ପଞ୍ଚାୟତର ଅମୀୟ ଲେଙ୍କା, ଦୀଘୀ ପଞ୍ଚାୟତର ଖଗେଶ୍ବର ସାହୁ, ମହିଳା ନେତ୍ରୀ ସତ୍ଯରେଖା ମହାନ୍ତି ଓ ଜିଲ୍ଲା ସୋସିଆଲ ମିଡ଼ିଆ ପ୍ରଭାରୀ ଜିତେନ୍ଦ୍ର ବେହେରା ପ୍ରମୁଖ ଯୋଗ ଦେଇ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସମସ୍ୟା ଓ ତା’ର ସମାଧାନ କେବଳ ଆମ୍ ଆଦମୀ ପାର୍ଟି କରି ପାରିବ ବୋଲି ମତ ପ୍ରକାଶ କରିଥିଲେ। ଅଁଳାବେରେଣୀ ପଞ୍ଚାୟତ ପ୍ରମୁଖ ଶ୍ରୀ ବିଦ୍ୟାଧର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ସମ୍ବିଧାନକୁ ସର୍ବୋଚ୍ଚ ସମ୍ମାନ ଦେଇଛି ବିଜେପି ସରକାର – କୈଳାଶ ବିଜୟବର୍ଗୀୟ 

masiha

ସାଂସଦରେ ରାଜ୍ୟର ପ୍ରତିନିଧିତ୍ୱ ହ୍ରାସ ଆଶଙ୍କା ଉପରେ ନବୀନଙ୍କ ପ୍ରସ୍ତାବ ଗ୍ରହଣ କର: ବିଜେଡି

Sunil Chandra Nayak

ଜନଜାତି ସମ୍ପ୍ରଦାୟ ସଂଖ୍ୟା କୁ କେନ୍ଦ୍ର କରି କନ୍ଧମାଳ ବି ଜେ ଡି ରେ ହାଟ୍ଟୋ ଗୋଳ ! ଧାରଣା ଦେବା ଓ ବିକ୍ଷୋଭ କରିବା ଭୁଲିଗଲେ 

Sunil Chandra Nayak

Leave a Comment

error: Content is protected !!