ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ଜିଲ୍ଲାରେ ଆରମ୍ଭ ହେବ ଆସ ଖୋଜିବା ଅଭିଯାନ

ନବରଙ୍ଗପୁର ତା ୨୧ / ୦୩ (ମସିହା) ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଆଜି ନବରଙ୍ଗପୁର ଜିଲ୍ଲା ପ୍ରଶାସନ ତରଫରୁ ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇ ଯାଇଛି । ଏହି ଉଦ୍ଦେଶ୍ୟରେ ଜିଲ୍ଲାରେ ଶିଶୁମାନଙ୍କର ସୁରକ୍ଷା ଓ ବିକାଶ ଦିଗରେ କାର୍ଯ୍ୟ କରୁ ଥିବା ଚାରିଟି କମିଟି ଯଥା ଜିଲ୍ଲା ସ୍ତରୀୟ ଶିଶୁ ସୁରକ୍ଷା କମିଟି , କିଶୋରୀ ସଶକ୍ତିକରଣ ଓ ବାଲ୍ୟବିବାହ ପ୍ରତିରୋଧ ଟାସ୍କ ଫୋର୍ସ , ଶିଶୁ ଶ୍ରମିକ ନିରାକରଣ ଏବଂ ଚାଇଲ୍ଡ ଲାଇନ ପରାମର୍ଶଦାତା କମିଟିର ମିଳିତ ବୈଠକ ଆଜି ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି । ଏହି ମିଳିତ ବୈଠକ ରେ ଜିଲ୍ଲାପାଳ ଡଃ ମିଶ୍ର ଅଧ୍ୟକ୍ଷତା କରି କହିଲେଯେ ଜିଲ୍ଲାରେ ପ୍ରତ୍ଯେକ ଶିଶୁ ମାନଙ୍କୁ ସୁରକ୍ଷା ଓ ବାଲ୍ୟ ବିବାହକୁ ରୋକିବା ପାଇଁ ପ୍ରଶାସନ ର ବିଭିନ୍ନ ବିଭାଗ କାର୍ଯ୍ୟ କରୁଛନ୍ତି । ବିଭାଗ ଗୁଡିକ ମଧ୍ୟରେ ଉତ୍ତମ ସମ୍ପର୍କ ରଖି ଜିଲ୍ଲାରେ ସମସ୍ତ ଶିଶୁ ମାନଙ୍କୁ ସୁରକ୍ଷା ଦେବା ସହିତ ନବରଙ୍ଗପୁର ଜିଲ୍ଲା କୁ ବାଲ୍ୟ ବିବାହ ମୁକ୍ତ କରିବା ଦିଗରେ ଏହି ସମନ୍ଵୟ ବୈଠକ ସହାୟକ କରି ପାରିବ ବୋଲି ମତବ୍ୟକ୍ତ କରି ଥିଲେ । ଏଥିସହିତ ଆଗାମୀ ଦିନରେ ଜିଲ୍ଲାରେ “ ଆସ ଖୋଜିବା ଅଭିଯାନ” ଆରମ୍ଭ କରାଯାଇ ବିପଦ ସଙ୍କୁଳ ଅବସ୍ଥାରେ ଥିବା ପରିବାର ଓ କିଶୋର କିଶୋରୀ ମାନଙ୍କୁ ସରକାରୀ ଯୋଜନାରେ ସାମିଲି କରିବା ପାଇଁ ସୂଚନା ପ୍ରଦାନ କରିଥିଲେ । ଅନ୍ୟତମ ଅତିଥି ଭାବରେ ଯୋଗଦେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସେ ସୁଶ୍ରୀ ନିଜର ବକ୍ତବ୍ୟ ରେ ଜିଲ୍ଲା ପ୍ରଶାସନ ଓ ପୋଲିସ ର ମିଳିତ ସହଯୋଗରେ ଆସନ୍ତା ଦିନରେ ଜିଲ୍ଲାରେ କିଶୋରୀ ଜାଗୃତା ସପ୍ତାହ ପାଳନ କରାଯାଇ ସମସ୍ତ ଉଚ୍ଚବିଦ୍ୟାଳୟ ଓ ମହାବିଦ୍ୟାଳୟ ରେ କିଶୋରୀ ମାନଙ୍କୁ ମହିଳା ସୁରକ୍ଷା , ବାଲ୍ୟବିବାହ ନିରାକରଣ ଓ ପୋକ୍ସ ଆକ୍ଟ ଉପରେ ସଚେତନ କରାଯିବ ବୋଲି ମତବ୍ୟକ୍ତ କରିଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟ୍ଟନାୟକ ବୈଠକ ପ୍ରାରମ୍ଭରେ ସୂଚନା ଦେଇ କହିଥିଲେ ଯେ ଜିଲ୍ଲାରେ ୧୦ ବ୍ଲକ ଓ ୧୮୯ ଟି ଗ୍ରାମ ପଞ୍ଚାୟତ ସ୍ତରରେ ଅନୁରୂପ ଭାବରେ ବ୍ଲକ ଓ ପଞ୍ଚାୟତ ସ୍ତରରେ ଶିଶୁ ସୁରକ୍ଷା କମିଟି , କିଶୋରୀ ସଶକ୍ତିକରଣ ଓ ବାଲ୍ୟବିବାହ ପ୍ରତିରୋଧ ଟାସ୍କ ଫୋର୍ସ , ଶିଶୁ ଶ୍ରମିକ ନିରାକରଣ କମିଟିର ବୈଠକ ଅନୁଷ୍ଟିତ ହୋଇଛି । ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ସ୍ଵର୍ଣ୍ଣଲତା ବିଶ୍ବାସ ବୈଠକ ଉଦେଶ୍ୟ ଜ୍ଞାପନ କରିବା ସହିତ ବିଗତ ୨୦୨୦ ମସିହା ଜାନୁଆରୀ ମାସ ଠାରୁ ୨୦୨୩ ମସିହା ଫେବୃୟାରୀ ମାସ ମଧ୍ୟରେ ଜିଲ୍ଲାରେ ମୋଟ ୬୫୮ ଗୋଟି ବାଲ୍ୟବିବାହ କୁ ବନ୍ଦ କରାଯିବା ସହିତ ,ଆଜି ପର୍ଯ୍ୟନ୍ତ ୪୫୫ ଟି ରାଜସ୍ୱ ଗ୍ରାମ ଓ ୪୨୬ ପଡାଗ୍ରାମ କୁ ମିଶାଇ ମୋଟ ୮୮୧ ଗ୍ରାମ କୁ ପ୍ରଶାସନ ତରଫରୁ ବାଲ୍ୟବିବାହ ମୁକ୍ତ ଗ୍ରାମଭାବରେ ଘୋଷଣା କରାଯିବା ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟି , ଜିଲ୍ଲା ସମାଜ କଲ୍ଯାଣ ବିଭାଗ , ୟୁନିସେଫ ଓ ଆକ୍ସନଏଡ ର ମିଳିତ ପ୍ରୟାସ ରେ ଏକ ଯୋଜନାବଦ୍ଧ କାର୍ଯ୍ୟକ୍ରମ ପ୍ରସ୍ତୁତି କରାଯାଇ ଗ୍ରାମ ଗୁଡିକରେ ସଚେତନତା କାର୍ଯ୍ୟ କ୍ରମ ଚାଲୁଥିବାର ସୂଚନା ଦେଇଥିଲେ । ପରେ ପରେ ଆକ୍ସନଏଡ ର ଜିଲ୍ଲା ପରାମର୍ଶ ଦାତା ଫକିର ଚରଣ ରାଉତ ଶିଶୁ ମାନଙ୍କର ସୁରକ୍ଷା ଓ ବାଲ୍ୟ ବିବାହ ର ସମାପ୍ତ ଉଦ୍ଦେଶ୍ୟରେ ଜିଲ୍ଲାରେ ନିଆଯାଇ ଥିବା ବିଭିନ୍ନ ପଦକ୍ଷେପ ଓ ଆଗାମୀ ଦିନର କାର୍ଯ୍ୟ କ୍ରମ ଉପରେ ବୈଠକରେ ଉପସ୍ଥାପନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ, ଜିଲ୍ଲା ଚିକିତ୍ସା ଅଧିକାରୀ ଡା ମଳୟ କୁମାର ମିଶ୍ର ,ଜିଲ୍ଲା ଶିଶୁମଙ୍ଗଳ ସମିତିର ଅଧକ୍ଷ ଅଜନ୍ତା ପ୍ରିୟଦର୍ଶନି , ଜିଲ୍ଲା ଶ୍ରମ ଅଧିକାରୀ କୁବେର ବେହେରା , ଜିଲ୍ଲା ନିୟୋଜନ ଅଧିକାରୀ ଆନନ୍ଦ ପଣ୍ଡା , ବାଲ୍ୟବିବାହ ନିଷେଧ ଅଧିକାରୀ, ଏସେ ଗୀତା, ସୁରମା ମହାପାତ୍ର , ଶୈଳେନ୍ଦ୍ରି ମହାନନ୍ଦ , ଯମୁନା ଭତ୍ରା ,ଗୀତା ମହାରଣା , ସଂଯୁକ୍ତା ବେହେରା, ଗୀତାରାଣୀ ମିଶ୍ର , କାଞ୍ଚନପଣ୍ଡା , ବିରଜା ମୋହିନୀ ପାଙ୍ଗି, ପିରାମଲ ଫାଉଣ୍ଡସନର ଜିଲ୍ଲା ସଂଯୋଜକ ଦେବବ୍ରତ ଆଚାର୍ଯ୍ୟ ଏବଂ ଜିଲ୍ଲା ସମାଜ କଲ୍ଯାଣ ବିଭାଗର ସୁପରଭାଇଜର ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟି ର ସମସ୍ତ କର୍ମକତା ପ୍ରମୁଖ ଉପସ୍ତିତ ରହିବା ସହିତ ଆଲୋଚନାରେ ଅଂଶଗ୍ରହଣ କରି ଜିଲ୍ଲାରେ ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ , ଶିଶୁ ଶ୍ରମିକ ନିରାକରଣ ଏବଂ ବାଲ୍ୟ ବିବାହ ସମାପ୍ତ ଦିଗରେ ନିଜର ମତାମତ ପ୍ରଦାନ କରିଥିଲେ । ଶେଷରେ ନନ୍ଦାହାଣ୍ଡି ସିଡିପିଓ ଶସ୍ମିତା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍

Related posts

ଜିଲ୍ଲା ଆଈନ ସେବା ପ୍ରାଧିକରଣ ପକ୍ଷରୁ ସମ୍ଭିଧାନ ଦିବସ ପାଳନ 

masiha

ସାମ୍ବାଦିକଙ୍କୁ ମରଣାତ୍ମକ ଆକ୍ରମାଣ ପ୍ରତିବାଦରେ କାମାକ୍ଷାନଗର ଉପଖଣ୍ଡ ସାମ୍ବାଦିକ ସଙ୍ଘ ପକ୍ଷରୁ ଦାବିପତ୍ର ପ୍ରଦାନ 

Sunil Chandra Nayak

ନବରଙ୍ଗପୁର ଯୁବ ବିଧାୟକ ଶ୍ରୀ ମାଝୀ ଙ୍କୁ ଜିଲ୍ଲା ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ତରଫରୁ ସୌଜନ୍ୟମୂଳକ ସାକ୍ଷାତ 

masiha

Leave a Comment

error: Content is protected !!