ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୁର୍ବତନ ଭଳିବଲ ଖେଳାଳିଙ୍କ ଅକାଳ ବିୟୋଗ

କୋକସରା,୨୧/୦୩ //କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କୋକସରା ଗ୍ରାମର ପୁର୍ବତନ ଭଳିବଲ ଖେଳାଳି ସଫିକ ଖାଁ (ମୁନ୍ନା)ଙ୍କ ୫୬ ବର୍ଷ ବୟସରେ ହୃଦଘାତରେ ଅକାଳ ବିୟୋଗ ହୋଇଛି। ସେ ଏକ ବିବାହ କାର୍ଯ୍ୟକ୍ରମରେ ବିହାର ରାଜ୍ୟର ନିଜ ପୈତୃକ ଗାଁ ନାସରିଗଞ୍ଜକୁ ଯାଇଥିବା ବେଳେ ରବିବାର ରାତିରେ ହୃଦଘାତରେ ସ୍ଥାନୀୟ ଏକ ଘରୋଇ ଡାକ୍ତରଖାନାରେ ମୃତ୍ୟୁ ହୋଇଥିଲା। ମଙ୍ଗଳବାର ତାଙ୍କ ପାର୍ଥିବ ଶରୀର ଆମ୍ବୁଲାନ୍ସ ଯୋଗେ କୋକସରା ଗ୍ରାମକୁ ପହଞ୍ଚିବା ପରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। କୋକସରା ବ୍ଲକର ପୁର୍ବତନ ଭଳିବଲ ଖେଳାଳି ଭାବେ ସେ କଳାହାଣ୍ଡି ଜିଲ୍ଲାରେ ବେଶ ନାମ ଅର୍ଜନ କରିଥିଲେ। କୋକସରା ଅଞ୍ଚଳର ଜଣେ ଲୋକପ୍ରିୟ ସହ ମେଳାପୀ ଓ ପରୋପକାରୀ ବ୍ୟକ୍ତି ଥିଲେ। ମଙ୍ଗଳବାର ସକାଳୁ ମର ଶରୀରକୁ ମୁସଲମାନ ପରମ୍ପରା ଅନୁସାରେ କବର ଦିଆଯାଇଛି। ତାଙ୍କ ୨ ପୁଅ ସୁଲତାନ ଖାଁ ଓ ଇମ୍ରାନ ଖାଁ ଶେଷକୃତ୍ୟ ସମ୍ପନ୍ନ କରିଥିଲେ। ତାଙ୍କ ବିୟୋଗରେ କୋକସରା ଭଳିବଲ ଆସୋସିଏସନ ପକ୍ଷରୁ ସନ୍ଧ୍ୟାରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଭଳିବଲ ଆସୋସିଏସନର କର୍ମକର୍ତ୍ତା ମାନେ ଅମର ଆତ୍ମାର ସଦଗତି ପାଇଁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

ମସିହା ନିଉଜ ସର୍ଭିସ୍ 

Related posts

ନିର୍ବାଚନକୁ ଦୃଷ୍ଟିରେ ରଖି ଆମପାଣି ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ

masiha

World Population day was observed by the Institution of Engineers, India

Sunil Chandra Nayak

ବଡି ତିଆରି କରି ସ୍ୱାବଲମ୍ବୀ ହେଉଛନ୍ତି ରମାଦେବୀ ସ୍ଵୟଂ ସହାୟିକା ଗୋଷ୍ଠୀ

masiha

Leave a Comment

error: Content is protected !!