ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ରାଇରଙ୍ଗପୁର ପୋଲିସ ଦ୍ବାରା ଗୋମାଂସ ସହ କାର୍ ଜଵତ

ରାଇରଙ୍ଗପୁର – ୨୧/୩/୨୩ ଆଜି କୁଡୁମି ସେନା ପକ୍ଷରୁ ୬ ଘଣ୍ଟିଆ ବନ୍ଦ ପାଳନ ହେଉଥିଲା ।ବନ୍ଦ ସମୟରେ ରାଇରଙ୍ଗପୁର ରେଳ ଫାଟକ ନିକଟରେ ମାରୁତି ସୁଜୁକି ଗାଡ଼ି (ଓଡି ୧୧ ଇ ୬୦୮୪)ରେ ଗୋମାଂସ ନେଇ କି ଯାଉଥିବା ଖବର ପାଇ କିଛି ଲୋକ ବିକ୍ଷୋଭ କରିବା ସହ ସେଠାରେ ତିବ୍ର ଉତ୍ତେଜନା ପାଇଥିଲା । ସେଠାରେ ଉତ୍ୟକ୍ତ ଲୋକଙ୍କ ସହ ଗାଡ଼ି ଚାଳକର ବଚସା ଓ ଗଣ୍ଡଗୋଳ ହୋଇଥିଲା ।ଚାଳକଙ୍କୁ କେହି ଆକ୍ରମଣ କରିବା ସହ କାରକୁ ପଥରବାଜି କରିଥିଲେ । ଚାଳକ ହେଲେ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବଡାମକୁଡାରୀ ଗ୍ରାମର ସେଜ ଉଦ୍ଦିନ‌ (୨୪) ।ଖବର ପାଇ ରାଇରଙ୍ଗପୁର ଟାଉନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୋମାଂସ ସହ କାର୍ କୁ ଜବତ କରିବା ସହ ଆହତ ଚାଳକ ଙ୍କୁ ଉଦ୍ଧାର କରି ରାଇରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରିଥିଲେ ।ପରେ ପରିସ୍ଥିତି ଗୁରୁତର ଯୋଗୁଁ ଚାଳକକୁ ବାରିପଦା ପି ଆର ଏମ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି ।ପୋଲିସ ଘଟଣାକୁ ନେଇ ୮୬/୨୩ କେଶ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ କରୁଛି । ରାଇରଙ୍ଗପୁର ତଥା ବାମନଘାଟୀ ଉପଖଣ୍ଡର ବିଭିନ୍ନ ଅଞ୍ଚଳରେ‌ ତଥା ସାପ୍ତାହିକ ହାଟରେ ମଧ୍ଯ ଗୋମାଂସ ବିକ୍ରି ହେଉଥିବା ନେଇ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଉଛି ଏବଂ ସର୍ବସାଧାରଣ ସ୍ଥାନରେ ଖୁଲମ ଖୁଲା ବିକ୍ରୟ କରୁଥିବା ଗୋମାଂସ ବେପାରୀ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହେଉଛି ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ଵାଳ ଙ୍କ ରିପୋର୍ଟ 

Related posts

ଡାକ୍ତରଙ୍କୁ ଲୁଟ ଘଟଣାରେ  ଜଣେ ଡାକ୍ତର ସମେତ ସହଯୋଗୀ ଲୁଟେରା ଗରିଫ

Sunil Chandra Nayak

ଉପଖଣ୍ଡ ଚିକିତ୍ସାଳୟ ପରିସରରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର 

masiha

ଭିତର କନିକା ଗହିରମଥାରୁ ଟ୍ରଲର ଜବତ 11 ମତ୍ସଜୀବୀ ଗିରଫ

masiha

Leave a Comment

error: Content is protected !!