ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମଣ୍ତିରେ କାର୍ଯ୍ଯରତ ହେମାଲଙ୍କ ପକ୍ଷରୁ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପତ୍ର ପଦାନ

ଭବାନୀପାଟଣା:୨୩/୩ – (ମନିସ):- କଳାହାଣ୍ଡି ଜିଲ୍ଲାରେ କାର୍ଯ୍ଯରତ ବିଭିନ୍ନ ମଣ୍ତିର ହେମାଲମାନେ ଜିଲ୍ଲାପାଳ ଙ୍କୁ ପାଖରେ ଓଡିଶା କୃଷି ଇବିଏମ ଗ୍ରାମୀଣ ମଜଦୂର ସଂଘ ସଭାପତି ଶ୍ରୀ ସୁରେନ୍ଦ୍ର ମୋହନ କର କଳାହାଣ୍ଡି ପକ୍ଷରୁ ଦାବିପତ୍ର ପ୍ରଦାନ କରିଥିବା ଜଣାପଡ଼ିଛି। ତାଙ୍କ ଦାବିପତ୍ର ରେ ଦର୍ଶାଇ ଥିବା ବିଷୟ ଗୁଡିକ ହେଲା,ଦୀର୍ଘ ଦିନ ହେଲା ଅନ୍ଯାନ୍ଯ ସେକ୍ଟରର ଶ୍ରମିକ ମାନଙ୍କ ମଜୁରୀ ଇତ୍ଯବସରରେ ପ୍ରାୟ ୩/୪ ଥର ସରକାର ବଢାଇଥିଲେ ମଧ୍ୟ ମଣ୍ତି କ୍ଷେତ୍ରରେ ମଜୁରୀ ବଢିବା ବଦଲରେ କମାଇ ଦିଆଯାଇଛି। ଦୈନନ୍ଦିନ ବ୍ଯବହାର୍ଯ୍ଯ ଜିନିଷର ଦାମ ଦିନକୁ ଦିନ ହୁ ହୁ ବଢ଼ିବାକୁ ଲାଗିଛି।ଏହି ପରିପ୍ରେକ୍ଷିରେ ମଣ୍ତି ହେମାଲ ଶ୍ରମିକ ମାନଙ୍କ ମଜୁରୀ ବଢିବା ସ୍ଥଳେ କମାଇ ଦେବା ବଡ ପରିତାପର ବିଷୟ ଅଟେ। ଗତ ୧୬/୧୭ ମସିହାରେ ମଣ୍ତି ହେମାଲ ମାନଙ୍କ ମଜୁରୀ କ୍ବିଣ୍ଟାଲ ପିଛାମୂଲ୍ୟ ଟ.୧୧.୧୯ ପଇସା ଥିବାବେଳେ ବଡ ଆଶ୍ଚର୍ଯ୍ୟ ଭାବେ ତାହାକୁ ବର୍ତ୍ତମାନ ଟ. ୮.୪୭ ପଇସାକୁ କମାଇ ଦିଆଯାଇଛି ପୁନଶ୍ଚ ଓଡିଶା ଗେଜେଟ୍ ନୋଟିଫେକେସନ ମୁତାବକ ୧ କ୍ବିଣ୍ଟାଲ ଧାନର ପ୍ରକ୍ରିୟା କରଣ ପାଇଁ ଟ. ୨୪.୦୫ ପଇସା ଧାର୍ଯ୍ୟ ହୋଇଥିବାବେଳେ କେବଳ ଟ.୮.୪୭ ପଇସା ଦିଆଯାଉଛି। ଏହା  ବିଭାଗୀୟ ଅଧିକାରୀ ମାନଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳିଲା ନାହିଁ। ଏପରିକି ମାନ୍ଯବର ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇ  ମଜୁରୀ ବାବଦରେ ବୁଝିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେବା ସ୍ବତ୍ବେ ହାଇକୋର୍ଟ ନିର୍ଦ୍ଦେଶ କୁ ମଧ୍ୟ ଅବମାନନା କରାଯାଇଛି। ପୁନଶ୍ଚ ଗତ ତା ୧୪ ଅଗଷ୍ଟ ୨୦୨୨ ରିଖରେ ସମ୍ବାଦ ପତ୍ରିକାରେ ଶ୍ରୀମାନ ନିବନ୍ଧକ ସମବାୟ ସମିତି ସମୂହ ଓଡିଶାଙ୍କ ଏକ ବିବୃତ୍ତି ପ୍ରକାଶ ପ୍ରକାଶ ପାଇଥିଲା ଯେ, ମଣ୍ତି ହେମାଲ ମାନଙ୍କ ମଜୁରୀ ବୃଦ୍ଧି ପାଇଛି ବୋଲି। କିନ୍ତୁ ବଡ ଦୁଃଖର ବିଷୟଯେ ପ୍ରତିଶ୍ରୁତି ପ୍ରତିଶ୍ରୁତି ରେ ହିଁ ରହିଗଲା।ଏହି ପରି ଆମ୍ଭକୁ ବାରମ୍ବାର ପ୍ରତିଶ୍ରୁତି ଦେଇ ପ୍ରତାରଣା କରାଯାଉଛି।ଏଣୁ ଅନ୍ଯ ଉପାୟ ନ ପାଇ ଜିଲ୍ଲାପାଳ ଙ୍କ ଗୋଚାର୍ଥେ ନିମ୍ନରେ ତାଙ୍କ ଦାବି ଗୁଡିକ ଦର୍ଶାଇଛନ୍ତି ଏହି ଦାବିଗୁଡିକ ଯଥା ଶିଘ୍ର ପୂରଣ କରିବା ପାଇଁ ଜଣାଇଛନ୍ତି। ଦାବି ଗୁଡିକ ମଧ୍ୟରୁ ୨୦୧୭ ମସିହାରେ ଦିଆଯାଇଥିବା କ୍ବିଣ୍ଟାଲ ପିଛା ମଜୁରୀ ଟ,୧୧.୧୯ ପଇସା ପ୍ରଦାନ କରାଯାଉ,ମଣ୍ତି ହେମାଲ ମାନଙ୍କୁ ସାମାଜିକ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ କରାଯାଉ,ମଣ୍ତି ହେମାଲଙ୍କୁ ଡ୍ରେସ ଯୋଗାଇ ଦିଆଯାଉ, ମଣ୍ତି ହେମାଲ ମାନଙ୍କୁ E.P.F ଯୋଜନାରେ ସାମିଲ କରାଯାଉ ଏଭଳି କି ମଜୁରୀ ପ୍ରଦାନରେ ବହୁତ ବିଳମ୍ବ ହେଉଥିବାରୁ ହେମାଲ ମାନେ ବିଶେଷ ଭାବରେ ହଇରାଣ ହରକତ ହେଉଛନ୍ତି, ବିଶେଷ କରି ଯେଉଁଠି ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଧାନ କ୍ରୟ କରିବା ପାଇଁ ନିୟୋଜିତ କରାଯାଇଛି ସେଥିରେ ବହୁତ ହଇରାଣ ହେଉଛନ୍ତି। ତେଣୁ ସ୍ବୟଂ ସହାୟୀକା ଗୋଷ୍ଠୀଙ୍କୁ ଉଛେଦ କରାଯାଇ କେବଳ PACS ମାଧ୍ୟମରେ ଧାନ କ୍ରୟ କରାଯାଇ ସଂପ୍ରତି ଶିଘ୍ର ମଜୁରୀ ପ୍ରଦାନ କରାଯିବା ବ୍ଯବସ୍ଥା କରାଯାଉ ବୋଲି ଅନୁରୋଧ କରିଛନ୍ତି।

ମସିହା ନିଉଜ ସର୍ଭିସ୍ 

Related posts

ଥୁଆମୁଳ ରାମପୁର ବ୍ଳକର ଦୁର୍ଗମ ଅଞ୍ଚଳରେ ଏବେ ବି ମୌଳିକ ସୁବିଧା ଅପହଞ୍ଚ

Sunil Chandra Nayak

ବାମନଘାଟୀ ପ୍ରଶାସନ ତରଫରୁ ରାଇରଙ୍ଗପୁର ଠାରେ ୧୪ତମ ଜାତୀୟ ଭୋଟର ଦିବସ-୨୦୨୪ ପାଳିତ

masiha

ସାରା ଓଡ଼ିଶା ଏବେ ଡାଇରିଆରେ କବଳିତ; ପ୍ରଦୂଷିତ ପରିବେଶରେ ଖାଦ୍ୟ ବିକ୍ରି ପ୍ରତି ପ୍ରଶାସନ ହୃଉଛି କଠୋର; ରାଇରଙ୍ଗପୁର ପ୍ରଶାସନ ପକ୍ଷରୁ ହୋଟେଲ ମାନଙ଼୍କରେ ଖାଦ୍ଯ ଯାଞ୍ଚ

masiha

Leave a Comment

error: Content is protected !!