ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଏକାଧିକ ଦଫା ନେଇ ଉତ୍କଳ କାରଖାନା ସେକ୍ୟୁରୀଟି ଜିଏମ ଗିରଫ

କାଶୀପୁର,୨୨/୩ ରାୟଗଡା ଜିଲ୍ଲା ଦୋରାଗୁଡା ସ୍ଥିତ ଉତ୍କଳ ଆଲୁମିନା କାରଖାନା ର କାର୍ଯ୍ୟରତ ସେକ୍ୟୁରୀଟି ଜିଏମ ଡମ୍ବୁରୁ ନାଏକ ଙ୍କୁ ଅଣ୍ଡରାକୋଞ୍ଚ ଥାନା ପୋଲିସ ଦ୍ୱାରା ଗିରଫ କରାଯାଇ କାଶୀପୁର ଯେ ଏମ ଏଫ ସି କୋର୍ଟ ଚାଲାଣ କରାଯାଇଥିଲା । ସେଠାରେ ତାଙ୍କର ଜାମିନ ନା ମଞ୍ଜୁର ହେବା ଫଳରେ ରାୟଗଡା ଜିଲ୍ଲା କାରଗାର କୁ ବର୍ତ୍ତମାନ ସ୍ଥାନାନ୍ତର କରାଯାଇଥିବା ଜଣା ପଡ଼ିଛି । ସେ ଦୀର୍ଘଦିନ ଧରି ସହଯୋଗୀ ଅଧିକାରୀ ଙ୍କ ସହାୟତା ରେ କାରଖାନା ବିରୋଧ ରେ ସ୍ଥାନୀୟ ଲୋକଙ୍କୁ ଉତ୍ସକେଇ ବାରମ୍ବାର ରାସ୍ତା ଅବରୋଧ , ଧାରଣା ପାଇଁ ଲୋକଙ୍କୁ ପ୍ରବାର୍ତାଇ କାରଖାନା ଠାରୁ ଅସାଧୁ ଭାବେ ଅର୍ଥ ହଡପ କରୁଥିବା ଅଭିଯୋଗ ହେଇଛି। ଉକ୍ତ ମାମଲାରେ ତାଙ୍କ ବିରୋଧରେ ଅଣ୍ଡରା କୋଞ୍ଚ ଥାନା ପକ୍ଷରୁ ୧୪୩,୧୪୭,୧୮୬,୧୫୩ ଏ ,୧୮୩,୩୫୩,୪୦୬,୪୨୦,୧୦୯ ଓ ୧୪୯ ଭଳି ୧୦ଟି ସଙ୍ଗୀନ ଦଫା ରୁଜୁ କରାଯାଇଛି । ସୋମବାର ଦିନ ସନ୍ଧ୍ୟା ରେ ପୋଲିସ ସୂଚନା ପାଇ ହାଟାଥ ଦୋରାଗୁଡା ,ଟିକିରି ଓ ଅଣ୍ଡରା କୋଞ୍ଚ ଭଳି ୩ ଟି ଥାନା ପକ୍ଷରୁ ବ୍ଲକ ଅନ୍ତର୍ଗତ ବିଭିନ୍ନ ଛକ ରେ ପୋଲିସ ମୁତୟନ କରାଯାଇଥିଲା । ପରବର୍ତ୍ତୀ ସମୟରେ ଗିରଫ କରି କାଶୀପୁର ଜେ ଏମ ଏଫ ସି କୋର୍ଟ ଚାଲାଣ କରାଯାଇଥିଲା । ସେଠାରେ ତାଙ୍କ ଜାମିନ ନା ମଞ୍ଜୁର ପରେ ଜିଲ୍ଲା କାରାଗାର କୁ ସ୍ଥାନାନ୍ତର କରାଯାଇଥିଲା। ପ୍ରକାଶ ଥାଉକି ଦୀର୍ଘ ୧୫ ରୁ ବର୍ଷ ଧରି ସେ ଉତ୍କଳ ଆଲୁମିନା କାରଖାନା ର ସପକ୍ଷ ନେଇ ଅଞ୍ଚଳରେ ଶତାଧିକ ଲୋକଙ୍କ ବିରୋଧ ରେ ଅକଥନୀୟ ଅତ୍ୟାଚାର କରିଚାଲି ଥିବା ଅଭିଯୋଗ ହେଇଆସୁଥିଲା ଅନ୍ୟପଟେ କାରଖାନା ପ୍ରଶାସନ କୁ ଅନ୍ଧାର ରେ ରଖି ଲୋକଙ୍କୁ ବିଭ୍ରାନ୍ତ ଓ ଷଡଯନ୍ତ୍ର କରି ଅର୍ଥ ଉପାର୍ଜନ କରୁଥିବା ବର୍ତ୍ତମାନ ଅଭିଯୋଗ ହେଉଛି। ସେଭଳି ତାଙ୍କ ଦୋମୁହା ଚରିତ୍ର ରେ ଲୋକଙ୍କ ମଧ୍ୟରେ ଦୀର୍ଘଦିନ ଧରି ଅସନ୍ତୋଷ ଲାଗିରହିଥିଲା । କିନ୍ତୁ ଆଜି ତାଙ୍କ ଲୁକାୟିତ ଚେହେରା ପଦାରେ ପଡିବା ପରେ କାରଖାନା ପ୍ରଶାସନ ପକ୍ଷରୁ ତାଙ୍କ ଅସ୍ତ୍ର ତାଙ୍କ ପାଇଁ ବୁମେରାଙ୍ଗ ସାଜିଛି ।ଏହି ଘଟଣା କୁ ଅଞ୍ଚଳରେ ପ୍ରକାଶ ପାଇବା ପରେ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସି ବ୍ୟକ୍ତ କରୁଥିବା ଦେଖିବାକୁ ମିଳୁଛି ।

ଗୌରୀ ପଟନାୟକ ଙ୍କ ରିପୋର୍ଟ 

Related posts

ନୂଆପଡା ସିଆରପିଏଫ ଓ ମାଓବାଦୀ ଗୁଲିବିନିମୟ ,କୁମ୍ବିଂ ଅପରେସନ ଜାରି

masiha

ASIT PATTANAYAK, DY. RANGER, BISRA FOREST RANGE, ROURKELA FOREST DIVISION NABBED BY ODISHA VIGILANCE WHILE TAKING BRIBE RS 18,000/- FROM A VEHICLE OWNER TO RELEASE HIS HIRE CHARGES

masiha

ଆନ୍ତଃରାଜ୍ୟ ୬ ଦକାୟତ ଗିରଫ

Leave a Comment

error: Content is protected !!