ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ରାଇରଙ୍ଗପୁର କୋର୍ଟ;ବିବାହିତା ମହିଳାଙ୍କୁ ବଳାତ୍କାର ମାମଲାରେ ଅଭିଯୁକ୍ତଙ୍କୁ ୧୦ ଵର୍ଷ କାରାଦଣ୍ଡ 

ରାଇରଙ୍ଗପୁର କୋର୍ଟ;ବିବାହିତା ମହିଳାଙ୍କୁ ବଳାତ୍କାର ମାମଲାରେ ଅଭିଯୁକ୍ତଙ୍କୁ ୧୦ ଵର୍ଷ କାରାଦଣ୍ଡ 

 ମୟୂରଭଞ୍ଜ -୦୭/୦୧ // ମୟୂରଭଞ୍ଜ ଜିଲ୍ଲାର ସିମାନ୍ତ ଗୋରୁମହିଷାଣୀ ଥାନା ଅନ୍ତର୍ଗତ ଜନୈକ ଗ୍ରାମରେ ବିବାହିତା ମହିଳାଙ୍କୁ ବଳାତ୍କାର ମାମଲାରେ ରାଇରଙ୍ଗପୁର କୋର୍ଟରେ ଅଭିଯୁକ୍ତଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୫୦୦୦ ଟଙ୍କା ଜୋରିମାନା ଅନାଦେୟ ୧ ବର୍ଷ କାରାଦଣ୍ଡ ଶୁଣାଣି ହୋଇଛି । ସୂଚନାଯୋଗ୍ୟ ଜାରକାଣି ଗ୍ରାମର ମହେନ୍ଦ୍ର ନାଏକ(୪୬) ଜନୈକ ବିବାହିତା ମହିଳା(୪୦) (ତାଙ୍କ ସ୍ବାମୀ ତାମିଲନାଡୁରେ କାମ କରନ୍ତି) ଘରେ ଏକୁଟିଆ ରହୁଥିବା ସୁଯୋଗ ନେଇ ୨୮/୦୯/୨୦୨୩ ତାରିଖ ରାତିରେ ଘରେ ପଶି ଧମକ ଦେଇ ବଳାତ୍କାର କରିଥିଲେ । ଏହାକୁ ନେଇ ପିଡିତା ତା’ ପରଦିନ ମହେନ୍ଦ୍ର ଙ୍କ ପତ୍ନୀକୁ ସବିଶେଷ ଘଟଣା ବିଷୟରେ ଜଣାଇଥିଲେ । କିନ୍ତୁ କିଛି ଫଳ ହେଲା ନାହିଁ ।ତା’ ପରଦିନ ପୁଣି ଥରେ ଘରେ ପଶି ବଳାତ୍କାର କରିଥିବା ନେଇ ପଡିତା ୧/୧୦/୨୩ ତାରିଖରେ ଗୋରୁମହିଷାଣୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।ପୋଲିସ ଘଟଣାକୁ ନେଇ ଏକ କେଶ୍ ମାମଲା ୮୯/୨୩ ରୁଜୁ କରି ଆସାମି ମହେନ୍ଦ୍ରକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ ।ଆଜି ରାଇରଙ୍ଗପୁର କୋର୍ଟରେ ଏଡିଜେ ଡଃ ଭି ସୁଜାତା ପୋଲିସ ରିପୋର୍ଟ,୧୪ ଜଣ ସାକ୍ଷୀଙ୍କ ବୟାନ ଏବଂ ପାରିପାର୍ଶ୍ବିକ ଘଟଣାକୁ ନେଇ ଅଭିଯୁକ୍ତ ମହେନ୍ଦ୍ର ନାଏକ ଙ୍କୁ ୧୦ ବର୍ଷ କାରାଦଣ୍ଡ ସହ ୫୦୦୦ ଟଙ୍କା ଜୋରିମାନା ଏବଂ ଅନାଦେୟ ୧ ଵର୍ଷ କାରାଦଣ୍ଡ ଶୁଣାଣି କରିଛନ୍ତି । ସରକାରୀ ଏପିପି ପଙ୍କଜ ଦାସ ପରିଚାଳନା ରେ ସହଯୋଗ କରିଥିଲେ ।

  ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା

ରାଇଘର ବ୍ଲକ୍ ସଦର ମହକୁମାରେ ମାଓବାଦୀ ପୋଷ୍ଟର…. ହାତିଗାଁ ର CRPF କ୍ୟାମ୍ପ କୁ ବିରୋଧ

Sunil Chandra Nayak

ଜୁନାଗଡ଼ରେ ମନ୍ଦିର ଓ ବ୍ୟାଙ୍କ କାନ୍ଥକୁ ଲାଗି ମଦ ଦୋକାନ  ଦୋକାନ ସମ୍ଭୁଖରେ ଠିପି ଖୋଲା ମଦ ବିକ୍ରି କରି ପ୍ରଶାସନକୁ ଖୋଲା ଚ୍ୟାଲେଞ୍ଜ ?

Leave a Comment

error: Content is protected !!