ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁ ରେ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ପାଳିତ

ଡାବୁଗାଁ, ୨୨/୧୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦର ମହକୁମା ଠାରେ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ବୁଧବାର ଅପରାହ୍ନରେ ମହାସମାରୋହରେ ପାଳିତ ହୋଇଯାଇଛି | ଏଥିରେ ବ୍ଲକ ଅଧୀନ ବିଭିନ୍ନ ପଞ୍ଚାୟତର ବିଭିନ୍ନ ଗ୍ରାମରୁ ଯୁବକ ମାନେ ଆସି ଡାବୁଗାଁ ମାଁ ଠାକୁରାଣୀ ମନ୍ଦିର ଠାରେ ଏକତ୍ରିତ ହୋଇଥିଲେ | ସେଠାରେ ଗୈରିକ ବସ୍ତ୍ର ପରିଧାନ କରି ଗୈରିକ ପତାକା ଧରି ଜୟ ଶ୍ରୀରାମ ସ୍ଲୋଗାନ ଦେଇ ଏକ ବିରାଟ ଶୋଭାଯାତ୍ରାରେ ବାହାରି ଡାବୁଗାଁ, ନୂଆଗୁଡା, ଭେଲୁଆଗୁଡା, ରେଭିନ୍ୟୁଗୁଡା, ଜୟନ୍ତୀନଗର, ଡ଼ଙ୍ଗରିଗୁଡା ପରିକ୍ରମା କରି ବସଷ୍ଟାଣ୍ଡ ସ୍ଥିତ ଥିବା ମାଁ ତାରିଣୀ ମନ୍ଦିର ନିକଟରେ ପହଞ୍ଚିଥିଲେ | ସେଠାରେ ସମସ୍ତ ଯୁବକ ମାନଙ୍କୁ ପଣା ବଣ୍ଟନ କରଯାଇଥିଲା | ଏଥିରେ ଅତିଥି ଭାବେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ପୂର୍ବତନ ବିଧାୟକ ଭୁଜବଳ ମାଝି, ଜିଲାପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ, ପାପଡାହାଣ୍ଡି ବ୍ଲକ ଜିଲପରିଷଦ ସଭ୍ୟା ଡା. ଲିପିକା ମାଝି, ଡାବୁଗାଁ ଜିଲାପରିଷଦ ସଭ୍ୟ ଧନସିଂ ଭତ୍ରା ଓ ଗୁପ୍ତ ବିଶୋୟୀ, ସାଂସଦ ପ୍ରତିନିଧି ଏମ୍. ଆପ୍ପା ରାଓ, ବିଧାୟକ ପ୍ରତିନିଧି ଏମ୍. ବୁଲୁ ରାଓ, ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ମିଶ୍ର, ବ୍ଲକ କଂଗ୍ରେସ ସଭାପତି ଜି. ସାଇରାଜୁ, ପ୍ରକାଶ ଚନ୍ଦ୍ର ପଣ୍ଡା, ଆଇନିଜୀବୀ ଦିବ୍ୟରଞ୍ଜନ ପାତ୍ର, ଦିବାନ ସିଂ, କୁଞ୍ଜ ଦାସ, ମହେଶ ପାତ୍ର, ବିଶ୍ଵରଞ୍ଜନ ପାତ୍ର, ସଞ୍ଜୟ ଶତପଥି, ନରସିଂ ମାଝି, ଶୁଭଜିତ ପାଣିଗ୍ରାହୀ ଙ୍କ ସମେତ ପ୍ରାୟ ୫୦୦ ରୁ ଊର୍ଦ୍ଧ୍ଵ ଯୁବକ ମାନେ ଯୋଗ ଦେଇଥିଲେ |

ଡାବୁଗାଁରୁ ପ୍ରଜ୍ଞା ରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ମୃତ ତୋଫାନଙ୍କ ପରିବାରକୁ ଆର୍ଥିକ ସାହାଯ୍ୟ ଯୋଗାଇଦେଲେ ବିଧାୟକ ଶ୍ରୀ ତନ୍ତୀ

Sunil Chandra Nayak

ଆଜି ହେଉଛି ସାବିତ୍ରୀ ଓଷା : ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ଓଷା ପାଳିଲେ ସଧବାନାରୀ

ଗଣେଶ ପୂଜା ଉପଲକ୍ଷେ ନୂଆଖାଇ ଭେଟଘାଟ 

masiha

Leave a Comment

error: Content is protected !!