ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତେରେସିଂହା ଗ୍ରା.ପ ସରପଞ୍ଚରେ ପ୍ରମୋଦ ସୁନା ବିଜୟୀ

କର୍ଲାମୁଣ୍ଡା (ସୁଶାନ୍ତ ରଣା): ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ କର୍ଲାମୁଣ୍ଡା ବ୍ଲକ୍ ଅନ୍ତର୍ଗତ ତେରେସିଂହା ଗ୍ରାମ ପଞ୍ଚାୟତର ସରପଞ୍ଚ ଭାବେ ପ୍ରମୋଦ ସୁନା ନିର୍ବାଚିତ ହୋଇଛନ୍ତି l ଏହି ସରପଞ୍ଚ ଆସନ ପାଇଁ ଏଠାରେ ଚତୁର୍ମୁଖୀ ଲଢେଇ ହୋଇଥିଲା l ଶ୍ରୀଯୁକ୍ତ ସୁନା ନିକଟତମ ପ୍ରତିଦ୍ବନ୍ଦୀ ମୁରଲିଧର ରଣାଙ୍କୁ ୩୪୯ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରି ନିର୍ବାଚିତ ହୋଇଛନ୍ତି l ପ୍ରମୋଦ ସୁନା ୧୩୧୪ ଖଣ୍ଡ ଭୋଟ ପାଇ ପ୍ରଥମ ସ୍ଥାନରେ ରହି ବିଜୟୀ ହୋଇଥିବା ବେଳେ ମୁରଲିଧର ରଣା ୯୬୫ ଖଣ୍ଡ ଭୋଟ ପାଇ ଦ୍ୱିତୀୟ, କପିନ୍ଦ୍ର ରଣା ୭୯୧ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିବା ବେଳେ ପୂର୍ବତନ ସରପଞ୍ଚ ହନୁମାନ ଦାସ ମାତ୍ର ୩୮ଖଣ୍ଡ ଭୋଟ ପାଇ ଚତୁର୍ଥ ସ୍ଥାନରେ ରହିଛନ୍ତି l ଏଠାରେ ପ୍ରକାଶ ଥାଉକି ଗତ ନିର୍ବଚନରେ ପୂର୍ବତନ ସରପଞ୍ଚ (୨ଥର) ହନୁମାନ ଦାସଙ୍କ ଠାରୁ ସରପଞ୍ଚ ପ୍ରମୋଦ ସୁନା ଅଳ୍ପ ଭୋଟରେ ପରାସ୍ତ ହୋଇଥିଲେ l ଚଳିତ ନିର୍ବାଚନରେ ତିନି ପ୍ରମୁଖ ନେତାଙ୍କୁ ପରାସ୍ତ କରି ଶ୍ରୀ ସୁନା ବିଜୟୀ ହୋଇଥିବାରୁ ସମର୍ଥକ ମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳୁଛି l

Related posts

ପ୍ଳାଷ୍ଟିକ ମୁକ୍ତ ଭାରତ ଏବଂ ଫିଟ୍ ଇଣ୍ତିଆ ଅଭିଯାନ

Sunil Chandra Nayak

ଇନ୍ଦିରା ମେମୋରିଆଲ ଉଚ୍ଚ ବିଦ୍ୟାଳୟର ତିନି ଶିକ୍ଷକଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

Leave a Comment

error: Content is protected !!