ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶ୍ଵ ଜଳ ଦିବସ ପାଳିତ

ଢେଙ୍କାନାଳ ମୁନିସିପଳିଟି ର ୨ ନମ୍ବର ୱାର୍ଡରେ ଅବସ୍ଥିତ ଡଃ ଦାଶରଥି ମିଶ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ଅଦ୍ଯ ତା୨୨.୦୩.୨୦୨୩ରିଖ ବୁଧବାର ରେ ବିଶ୍ଵ ଜଳ ଦିବସ ପାଳିତ ହୋଇଯାଇଛି। ଏହି ଦିବସ ଉପଲକ୍ଷେ ଏକ ସଭାର ଆୟୋଜନ କରାଯାଇଥିଲା। ଏହି ସଭାରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଅଞ୍ଜନା ମିଶ୍ର ପୌରହିତ୍ୟ କରି ଜଳହି଼ ଜୀବନ ଉପରେ ନିଜର ଚିନ୍ତାଧାରା ବ୍ୟକ୍ତ କରି ଜଳ ସମ୍ପଦ ର ସଂରକ୍ଷଣ କରିବା ପାଇଁ ପରାମର୍ଶ ଦେଇଥିଲେ। ବିଜ୍ଞାନ ଶିକ୍ଷୟିତ୍ରୀ ସରଳା ସାହୁ ଜଳର ଉପଯୁକ୍ତ ବିନିଯୋଗ କିପରି ହୋଇପାରିବ ତା ଉପରେ ଆଲୋଚନା କରିଥିଲେ। ଶିକ୍ଷକ ଶ୍ରୀ ଅଶୋକ କୁମାର ପ୍ରଧାନ ପ୍ରଦୂଷିତଜଳ କୁ କିପରି ବିଶୁଦ୍ଧ କରି ବିଭିନ୍ନ କାର୍ଯ୍ୟରେ ବ୍ୟବହୃତ ହୋଇପାରିବ ତା ଉପରେ ନିଜର ବକ୍ତବ୍ୟ ରଖି ଥିଲେ। ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଜ୍ଞାନ କୁଇଜ୍ ପ୍ରତିଯୋଗିତା କରାଯାଇଥିଲା। ଏଥିରେ ବଳରାମ ସାହୁ, ମାମୁନି ମିଶ୍ର, ଦଶରଥ ପଧାନ, ଗୋବିନ୍ଦ ପୂର୍ତ୍ତି ପ୍ରଭୃତି ଭାଗ ନେଇ ପୁରସ୍କୃତ ହୋଇଥିଲେ । ଏହାକୁ ଶିକ୍ଷକ ଶ୍ରୀ ସୁଶୀଳ କୁମାର ସାହୁ ପରିଚାଳନା କରିଥିଲେ।ଶେଷରେ ଶିକ୍ଷୟିତ୍ରୀ ଶ୍ରୀମତୀ କବିତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ।

ଶୁଭମ ପାଣି ଙ୍କ ରିପୋର୍ଟ 

Related posts

ବଜ୍ରାଘାତ ରେ ବଡ଼ ଭଉଣୀ ମୃତ,ସାନ ଭଉଣୀ ଗୁରୁତର

Sunil Chandra Nayak

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ରାୟଗଡ ଗସ୍ତ କରି ସୁଭଦ୍ରା ଯୋଜନାର ସମୀକ୍ଷା କଲେ 

masiha

ଇଣ୍ଡିଆ ଵୁକ୍ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି ଗୋପେଇ ଗ୍ରାମର ପୁଅ ଜ୍ୟୋତିରଞ୍ଜନ ମହାନ୍ତି

masiha

Leave a Comment

error: Content is protected !!