ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଜେୟୁ କଳାହାଣ୍ଡି ଶାଖା ପକ୍ଷରୁ ସାଧାରଣ ବୈଠକ ଓ ପରିଚାଳନା କମିଟି ଗଠନ ଅନୁଷ୍ଠିତ

ମ. ରାମପୁର,୨୨/୦୩ (ମନିସ) : ଓଡିଶା ସାମ୍ବାଦିକ ସଂଘ ଓଜେୟୁ କଳାହାଣ୍ଡି ଜିଲ୍ଲା ଶାଖା ପକ୍ଷରୁ ମ. ରାମପୁର ସ୍ଥିତ ଜୁରାଖମନ ଫରେଷ୍ଟ ଡାକ ବଙ୍ଗଳା ଠାରେ ସଂଘର ଏକ ସାଧାରଣ ସଭା ଓ ପରିଚାଳନା କମିଟି ଗଠନ ସହ ଏକ ବନ୍ଧୁ ମିଳନ କାର୍ଯକ୍ରମ ଆଜି ଅନୁଷ୍ଠିତ ହୋଇ ଯାଇଛି। ଏହି ବୈଠକରେ ସଂଘର ରାଜ୍ୟ ସଭାପତି ଶଶୀ ଭୂଷଣ ପ୍ରହରାଜଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଜିଲ୍ଲା ସାମ୍ବାଦିକ ସଂଘ ସମ୍ପାଦକ ଲକ୍ଷ୍ମଣ ସ୍ୱାଇଁ ଏହି କାର୍ଯ୍ୟକ୍ରମ ପରିଚାଳନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଅନେକ ସାମ୍ବାଦିକ ଯୋଗଦାନ କରିଥିଲେ। କଳାହାଣ୍ଡି ଜିଲ୍ଲା ସଂଗଠନ ପରିଚାଳନା ପାଇଁ ଆଶ୍ରଫ ଅଲ୍ଲୀ ଖାଁଙ୍କୁ ଉପ ସଭାପତ, ଅନନ୍ତ ପାଳଙ୍କୁ କାର୍ଯ୍ୟକାରୀ ସଭାପତି, ମନୋଜ ଷଡ଼ଙ୍ଗୀଙ୍କୁ ସାଙ୍ଗଠନିକ ସମ୍ପାଦକ ଓ କିଷାନ ପଟ୍ଟନାୟକଙ୍କୁ ଅତିରିକ୍ତ ଭାବେ ସମସ୍ତଙ୍କ ସହମତି କ୍ରମେ ନୂତନ ଭାବେ ନିଯୁକ୍ତ କରାଯାଇଛି।ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ପ୍ରାନ୍ତରୁ ଆସିଥିବା ସାମ୍ବାଦିକ ମାନେ ଖବର ସଂଗ୍ରହ ସମୟରେ ଓ ଅନ୍ୟାନ୍ୟ ସମୟରେ ସାମ୍ନା କରୁଥିବା ବିଭିନ୍ନ ସମସ୍ୟାକୁ ନେଇ ଆଲୋଚନା ହୋଇଥିଲା ଓ ଆଗାମୀ ଦିନରେ ଓଜେୟୁ କଳାହାଣ୍ଡି ଜିଲ୍ଲା ସଂଗଠନ କିପରି ଏକ ଅଗ୍ରଣୀ ସଂଗଠନ ଭାବେ ସୁଦୃଢ ହେବ ସେନେଇ ରାଜ୍ୟ ସଭାପତି ଶଶୀଭୂଷଣ ପ୍ରହରାଜ ସମସ୍ତଙ୍କୁ ଗୁରୁମନ୍ତ୍ର ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ରାଜ୍ୟ କାର୍ଯ୍ୟକାରୀ ସଦସ୍ୟ ନରୋତ୍ତମ ସେଲମା ଓ ପ୍ରଦୀପ ସାହୁ ଯୋଗଦାନ କରିଥିବା ବେଳେ ଅଜୟ ସେନାପତି, ପ୍ରାଣ ରଞ୍ଜନ ବେହେରା, ସନ୍ତୋଷ ସିଂ, ଦୀପକ ଠାକୁର, ପ୍ରଦୀପ ଗୌଡ଼, ସନ୍ତୋଷ ଦଣ୍ଡସେନା,ସତ୍ୟ କୁମାର,ଚିତ୍ତରଞ୍ଜନ ରଣା, ଖଗେଶ୍ବର କୁମାର, ଡୁଲାମଣି ସାହୁଙ୍କ ସମେତ ଅନେକ ବରିଷ୍ଠ ସାମ୍ବାଦିକ ଉପସ୍ଥିତ ଥିଲେ। ମନୋଜ ଷଡଙ୍ଗୀ ମଞ୍ଚ ପରିଚାଳନା କରିଥିଲେ। ଶେଷରେ ଲକ୍ଷ୍ମଣ ସ୍ୱାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ମସିହା ନିଉଜ ସର୍ଭିସ୍ 

Related posts

ଜିଲ୍ଲା ଜନଜାତି ସୁରକ୍ଷା ମଞ୍ଚ,ନବରଙ୍ଗପୁର ଙ୍କ ଦ୍ଵାରା ହେଲା ସାମ୍ବାଦିକ ସମ୍ମିଳନୀ 

masiha

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା ଶିବିର 

masiha

ଜିଲ୍ଲା ସ୍ତରୀୟ ରେଡ଼କ୍ରସ ର ସାଧାରଣ ବୈଠକ           

Sunil Chandra Nayak

Leave a Comment

error: Content is protected !!