ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜ୍ୟ ସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା ପାଇଁ କ୍ଷେତ୍ର ପରିଦର୍ଶନ 

ରାଜ୍ୟ ସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା ପାଇଁ କ୍ଷେତ୍ର ପରିଦର୍ଶନ 

କଟକ: ଚଳିତ ମାସ ସେପ୍ଟେମ୍ବର ଶେଷ ଏବଂ ଆସନ୍ତା ମାସ ଅକ୍ଟୋବର ପ୍ରଥମ ସପ୍ତାହ ଚାରୀ ଦିନ ବ୍ୟାପୀ ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଠାରେ ଓଡ଼ିଶା ରାଜ୍ୟ ସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି । ଏ ନେଇ କଟକରୁ ଓଡ଼ିଶା ରାଜ୍ୟ ତୀରନ୍ଦାଜ ସଂଘର ଏକ ଦୁଇ ଜଣିଆ ପ୍ରତିନିଧି ଦଳ ଦୀପକ୍ କୁମାର ଚୌଧୁରୀ,ସୂଘୋସ ଚନ୍ଦ୍ର ଦାସ ଖପ୍ରାଖୋଲ ପଡିଆ ପରିଦର୍ଶନ କରିଛନ୍ତି । ଏହି ପ୍ରତିଯୋଗିତା ପାଇଁ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସୁଥିବା ତୀରନ୍ଦାଜ ଖେଳାଳି ମାନଙ୍କ ରହିବା ଖାଇବା ସହିତ ସେମାନଙ୍କର ଯିବା ଆସିବା କିପରି ଭାବରେ ସୁଚାରୁରୂପେ ପରିଚାଳନା ହେଇ ପାରିବ ସେ ବିଷୟରେ ବଲାଙ୍ଗୀର ଜିଲ୍ଲାର ତୀରନ୍ଦାଜ ସଂଘର ସଭାପତି ଶ୍ରୀଯୁକ୍ତ ରମାକାନ୍ତ ଭୋଇଙ୍କ ସହିତ ଅନ୍ୟ ସଦସ୍ୟ ବିଜୟ ମଲ୍ଲିକ, ଅଭିଳାଷ ଭୋଇ,ସଞ୍ଜୀବ ନାୟକ, ମୁରଲୀ ମେହେର ସମୀର ଦେବ ଚୌହାନଙ୍କ ସହିତ ବିସ୍ତୃତ ଭାବରେ ଆଲୋଚନା କରିବା ସହିତ ଖେଳାଳି ମାନଙ୍କ ରହିବା ଖାଇବା ପାଇଁ ଆୟୋଜନ କରାଯାଇଥିବା ସ୍କୁଲ୍ କଲେଜକୁ ପ୍ରତିନିଧି ମାନେ ପରିଦର୍ଶନ କରିଥିଲେ । ଏହି ରାଜ୍ୟ ସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତାରେ ବିଭିନ୍ନ ଜିଲ୍ଲାରୁ ଅତି କମରେ ୪୦୦ ଖେଳାଳି ଭାଗ ନେବାର କାର୍ଯ୍ୟକ୍ରମ ରହିଛି । ଦ୍ୱିତୀୟ ଥର ପାଇଁ ବଲାଙ୍ଗୀର ଜିଲ୍ଲା ଠାରେ ଏହି ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ହେଉ ଥିବାରୁ ବଲାଙ୍ଗୀରର ସମସ୍ତ ତୀରନ୍ଦାଜ ଖେଳାଳି ଏବଂ ବଲାଙ୍ଗିର ଜିଲ୍ଲା ତୀରନ୍ଦାଜ ସଂଘର ସମସ୍ତ କର୍ମକର୍ତ୍ତା ମାନଙ୍କ ମଧ୍ୟରେ ବେଶ ଉତ୍ସାହ ପରିଲକ୍ଷିତ ହୋଇଛି । ଏଥିପାଇଁ ବଲାଙ୍ଗୀର ଜିଲ୍ଲା ତୀରନ୍ଦାଜ ସଂଘ, ଓଡ଼ିଶା ତୀରନ୍ଦାଜ ସଂଘକୁ ଅଶେଷ ଅଶେଷ ଧନ୍ୟବାଦ୍ ଜ୍ଞାପନ କରିଛନ୍ତି । ଏହି ତୀରନ୍ଦାଜ ପ୍ରତିଯୋଗିତା ଚଳିତ ମାସ ସେପ୍ଟେମ୍ବର ୨୮ ତାରିଖ ଉଦଘାଟନ ହେଇ ଆସନ୍ତା ଅକ୍ଟୋବର ମାସ ଏକ ତାରିଖ ଦିନ ଉଦଯାପନ ହେବାର କାର୍ଯ୍ୟକ୍ରମ ରହିଛି ।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

World Health Day was observed by the Institution of Engineers India Rourkela centre

Sunil Chandra Nayak

ଜିଲ୍ଲା ସ୍ତରୀୟ ବିଶ୍ୱ ପର୍ଯ୍ୟଟନ ଦିବସ-୨୦୨୫ ପାଳନ ଅବସରରେ କୁଇଜ୍ ପ୍ରତିଯୋଗିତା 

Sunil Chandra Nayak

ବନ୍ଧୁଗାଁ ବ୍ଲକର ଚାଷୀ ହାଇବ୍ରିଡ଼ ମକା ଚାଷକରି ସ୍ୱାଭଲମ୍ଭି ହୋଉଛନ୍ତି 

Sunil Chandra Nayak

Leave a Comment

error: Content is protected !!