ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋକସରା ଡିଗ୍ରୀ ମହାବିଦ୍ୟାଳୟ ଏନସିସି ପକ୍ଷରୁ ବିଶ୍ୱ ଜଳ ଦିବସ ସଚେତନତା ଅଭିଯାନ

କୋକସରା,୨୨/୩- କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଡିଗ୍ରୀ ମହାବିଦ୍ୟାଳୟ ଏନସିସି ପକ୍ଷରୁ ଆଜି ବିଶ୍ୱ ଜଳ ଦିବସ ପାଳନ କରାଯାଇଛି। ଏହି ଅବସରରେ ଡିଗ୍ରୀ ମହାବିଦ୍ୟାଳୟ ଠାରେ ଏନସିସି କ୍ୟାପଟେନ ଅଶ୍ୱିନୀ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପରେ ଏନସିସି ଛାତ୍ରଛାତ୍ରୀ ମାନେ ଏକ ଶୋଭାଯାତ୍ରାରେ ବାହାରି କୋକସରା ସହର ପରିକ୍ରମା କରି ଜଳର ସଂରକ୍ଷଣ, ଜଳର ଅପ ବ୍ୟବହାର ରୋକିବା ଉପରେ ଜନସାଧାରଣଙ୍କୁ ସଚେତନତା କରିଛନ୍ତି। କାର୍ଯ୍ୟକ୍ରମରେ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ମାନେ ଉପସ୍ଥିତ ଥିଲେ।

ମସିହା ନିଉଜ ସର୍ଭିସ୍ 

Related posts

ମହା ସମାରୋହରେ ପାଳିତ ହେଲା ନର୍ଲା ରେ ନୂଆଁଖାଇ ଭେଟ୍‌ ଘାଟ 

Sunil Chandra Nayak

ଇନଷ୍ଟିଚ୍ୟୁସନ୍ ଅଫ୍ ଇଞ୍ଜିନିୟର୍ସ (ଭାରତ), ରାଉରକେଲା କେନ୍ଦ୍ର ଦ୍ୱାରା ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳନ

masiha

ରାଇରଙ୍ଗପୁରରେ କୃଷି ଜିଲ୍ଲା ସ୍ତରୀୟ ‌ କୃଷକ ମେଳା

Sunil Chandra Nayak

Leave a Comment

error: Content is protected !!