ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମ.ରାମପୁର ରେ କାମନା ଦଣ୍ଡ ଶମ୍ଭୁ ମିଳନ ପାଇଁ ସର୍ବସାଧରଣ ବୈଠକ : ଅପ୍ରେଲ ୧୨ ରେ ପଞ୍ଚ ଶମ୍ଭୁ ମିଳନ ଉତ୍ସବ 

ମ.ରାମପୁର,୨୩/୦୩( ମସୀହା): କଳାହାଣ୍ଡି ଜିଲ୍ଲା ମ.ରାମପୁର ଆଞ୍ଚଳିକ କାମନା ଦଣ୍ଡ ସାଂସ୍କୃତିକ ପରିଷଦ ର ସଭାପତି ରୁଦ୍ର ପ୍ରତାପ ସିଂହ ଙ୍କ ସଭାପତିତ୍ବରେ ଆସନ୍ତା ଅପ୍ରେଲ ମାସ ୧୨ ତାରିଖ ଦିନ ହେବାକୁ ଥିବା କାମନା ଦଣ୍ଡ ପଞ୍ଚ ଶମ୍ଭୁ ମିଳନ ପାଇଁ ଏକ ସର୍ବ ସାଧାରଣ ବୈଠକ ସ୍ଥାନୀୟ ରାଧାକୃଷ୍ଣ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ରେ କାମନା ଦଣ୍ଡ ର ଗବେଷକ, ନାଟ୍ୟ ନିର୍ଦ୍ଦେଶକ ତଥା ଓଡ଼ିଆ ଅଧ୍ୟାପକ ଶୈଲେନ୍ଦ୍ର ପ୍ରସାଦ ଆଚାର୍ଯ୍ୟ, କାମନା ଦଣ୍ଡ ସାଂସ୍କୃତିକ ପରିଷଦ ର ସମ୍ପାଦକ ତଥା ସମାଜସେବୀ ପ୍ରକାଶ ଚନ୍ଦ୍ର ସାହୁ,ରୋଗୀ କଲ୍ୟାଣ ସମିତି ସାଂସଦ ପ୍ରତିନିଧି ପଦ୍ମଲୋଚନ ମିଶ୍ର, କଲେଜ ସାଂସଦ ପ୍ରତିନିଧି ଦିବାକର ବାଗ, ବିଜେଡ଼ି ଯୁବନେତା ଚିରାଗ ସିଂହଦେଓ,ବରିଷ୍ଠ ସାମ୍ବାଦିକ ହେମନ୍ତ ସାହୁ, ପ୍ରଶାନ୍ତ ସାମନ୍ତରା , ଉଦ୍ଧବ ପଣ୍ଡା, ପରମାନନ୍ଦ ବିଶି ଓ ନିରଞ୍ଜନ ମହାରଣା, ଅବସରପ୍ରାପ୍ତ ଶିକ୍ଷକ ଲଲିତ ମାହାଲିକ, ଠାକୁର ଚରଣ ସାହୁ, ସମାଜସେବୀ ସତ୍ୟନାରାୟଣ ସାହୁ, ଡ୍ରାଇଭର ମହାସଂଘ ମ. ରାମପୁର ବ୍ଲକ ସଭାପତି ବିଶ୍ବ ରଞ୍ଜନ ମାହାର, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଭଗବତ୍ ଘିଭେଲା, ଲଳିତ ସ୍ବାଇଁ, ଦଣ୍ଡ ଗୁରୁ ବନମାଳୀ ଦଣ୍ଡସେନା, ନାଏବ ସରପଞ୍ଚ ପ୍ରସାନ୍ତ କୁମାର ମହାରଣା, ଓ୍ୱାର୍ଡ ସଭ୍ୟା ସଞ୍ଜୁକ୍ତା ପୁରୋହିତ, ବିଳାଶିନୀ ଭୋଇ, ପୂର୍ବତନ ନାଏବ ସରପଞ୍ଚ ମହିମା ବାଗ,ପ୍ରମୁଖ ଯୋଗ ଦେଇ ନିଜ ନିଜ ମତାମତ ଦେଇଥିଲେ। ପାଞ୍ଚ ଗୋଟି କାମନା ଦଣ୍ଡକୁ ନେଇ ଚଳିତ ବର୍ଷ ପଞ୍ଚ ଶମ୍ଭୁଙ୍କ ମିଳନ ଉତ୍ସବ ମହା ସମାରୋହରେ ସ୍ଥାନୀୟ ବସଷ୍ଟାଣ୍ଡ ପରିସରରେ ପାଳନ କରାଯିବା ପାଇଁ ନିଷ୍ପତି ହୋଇଥିଲା l ପରିଶେଷ ରେ ପରିଷଦ ର ସମ୍ପାଦକ ଶ୍ରୀ ସାହୁ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ ପରମ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ପଞ୍ଚ ଶମ୍ଭୁ ମିଳନ ର ସଫଳତା ପାଇଁ ଜନସାଧାରଣଙ୍କ ଠାରୁ ସହଯୋଗ କାମନା କରିଥିଲେ।

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

ମାନସିକ ଅନଗ୍ରସର ବିଦ୍ୟାଳୟ ପରିଦର୍ଶନ କଲେ ମୋ ଅନୁଷ୍ଠାନ ସମ୍ପାଦକ

masiha

ରଙ୍ଗର ପର୍ବର ହୋଲି: ଗାଁଠୁ ସହର ସବୁଠି ଆନନ୍ଦ ଉଲ୍ଲାସ

masiha

ଓଡିଶା ଗ୍ରାମପଞ୍ଚାୟତ କର୍ମଚାରୀ (ପିଅନ) ମହାସଂଘ ର ଜିଲ୍ଲା ସ୍ତରୀୟ ବୈଠକ

masiha

Leave a Comment

error: Content is protected !!