ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ ରେ ବାଇପାସ ରାସ୍ତାପାଇଁ ଦାବୀ

ଜୁନାଗଡ଼,୨୩/୩(ମ ନି ସ) ଜୁନାଗଡ଼ ସହରରେ ଦେଖାଦେଇଥବା ଗୁରୁତର ଟ୍ରାଫିକ ସମସ୍ୟା ନେଇ ଏକ ବାଇପାସ ରାସ୍ତା ତୁରନ୍ତ ନିର୍ମାଣ ପାଇଁ ଜୁନାଗଡ଼ କଂଗ୍ରେସ ପକ୍ଷରୁ କଳାହାଣ୍ଡି ଜିଲ୍ଲା ପାଳଙ୍କୁ ଦାବିପତ୍ର ଦିଆଯାଇଛି। ଜୁନାଗଡ଼ ସହର କଳାହାଣ୍ଡି ଜିଲ୍ଲାର ପୁରାତନ ଜନବହୁଳ ସହର । ଜିଲ୍ଲାର ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳୀ। ଏହି ସହର ମଧ୍ୟଦେଇ ଜାତୀୟ ରାଜପଥ ୨୬ ଅତିକ୍ରମ କରିଛି। ଫଳରେ ସହର ମଧ୍ୟରେ ମାତ୍ରାଧିକ ଯାନବାହନ ଚଳାଚଳ କରି ଗୁରୁତର ଟ୍ରାଫିକ ସମସ୍ୟା ଲାଗିରହୁଛି।ବିଭନ୍ନ ସମୟରେ ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଛି।ଏଣୁ ଜୁନାଗଡ଼ ସହରରେ ଦୀର୍ଘ ଦିନରୁ ବାଇପାସରାସ୍ତା ନିର୍ମାଣ ପାଇଁ ଦାବି ହେଉଛି।ସରକାର ଏଥିନେଇ ଶୀଘ୍ର ପଦକ୍ଷେପ ନେଇ ସହରରେ ତୁରନ୍ତ ବାଇପାସ ରାସ୍ତାନିର୍ମାଣ କରିବାକୁ ଜୁନାଗଡ଼ କଂଗ୍ରେସ ପକ୍ଷରୁ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଛନ୍ତି। ଏଥିରେ ଜୁନାଗଡ଼ ନଗର କଂଗ୍ରେସ ସଭାପତି ଅମିତ ଅଗ୍ରୱାଲ,ବରିଷ୍ଠ ନେତା ପ୍ରଭାତ ଦାସ ,ଚିତ୍ତରଞ୍ଜନ ନୀଆଲ ପ୍ରମୁଖ ଉପସ୍ଥିତ ରହି ଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ବରିଷ୍ଠ ସାମ୍ବାଦିକ ରବି କାନୁନଗୋ ଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଲେ କବି ଓ ସାମ୍ବାଦିକ 

masiha

ମଧୁବାବୁ ଭତ୍ତା ବଣ୍ଟନ କଲେ ଧର୍ମଗଡ ବିଧାୟକ ୧୭୦ ନୂତନ ହିତାଧିକାରୀ ପାଇଲେ ୩ ମାସ ର ଭତ୍ତା

Sunil Chandra Nayak

ତାଳଚେର ଉପଖଣ୍ଡ ନିମନ୍ତେ ସରକାରଙ୍କ A.H.L. ସେବା ଜରୁରୀ ହୋଇପଡିଛି

masiha

Leave a Comment

error: Content is protected !!