ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ତରଫରୁ ଆର୍ଥିକ ଅନଗ୍ରସର ଛାତ୍ର ଛାତ୍ରୀଙ୍କୁ ଚଳିତ ବର୍ଷ ନିଃଶୁଳ୍କ ଶିକ୍ଷାଦାନ

 ଭବାନୀପାଟଣା ତା: 23/03/2023 ରିଖ ସ୍ଥାନୀୟ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ତରଫରୁ ଆର୍ଥିକ ଅନଗ୍ରସର ଛାତ୍ରଛାତ୍ରୀଙ୍କ ପାଇଁ ଚଳିତ ଶିକ୍ଷା ବର୍ଷ ରେ ନିଃଶୁଳ୍କ ଶିକ୍ଷା ଦାନ ନିଷ୍ପତ୍ତି ନିଆଯାଇଛି ବୋଲି ସ୍କୁଲର ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଡ଼. ଶିବରାମ ନାୟକ ଏକ ସ୍ୱତନ୍ତ୍ର ବୈଠକ ରେ ଘୋଷଣା କରିଛନ୍ତି | ମାଛ ବିକାଳୀ, ରିକ୍ସା ଚାଳକ, ପନିପରିବା ବିକାଳୀ, ଠେଲା ଵାଲା, ସଫେଇ କର୍ମଚାରୀ, ଠିକା ଶ୍ରମିକ, ଚା ବିକାଳୀ ସମେତ ଅନ୍ୟାନ୍ୟ ଆର୍ଥିକ ସ୍ଵଛଳତା ନ ଥିବା ରୁ ବହୁ ଛାତ୍ରଛାତ୍ରୀ ଘରୋଇ ସ୍କୁଲ ତଥା ଉତ୍ତମ ଶିକ୍ଷା ଦାନ ରୁ ବଞ୍ଚିତ ହେଉଛନ୍ତି ଏଣୁ ସେମାନେ କିପରି ସମାଜ ର ମୁଖ୍ୟ ସ୍ରୋତ ରେ ସାମିଲ ହେବେ ଓ ମା ମାଟି ର ନାମ ରଖିବେ ଏହି ଉଦେଶ୍ୟ ରଖି ସ୍କୁଲ ପରିଚାଳନା କମିଟି ନିଷ୍ପତ୍ତି ନେଇଛନ୍ତି ବୋଲି ସ୍କୁଲ ର ସଭାପତି ବ୍ରହ୍ମାନନ୍ଦ ସାମଲ ନିଜ ବକ୍ତବ୍ୟ ରଖିଥିଲେ ସ୍କୁଲ ର ଉପଦେଷ୍ଟା ମଣ୍ଡଳୀ ର ମୁଖ୍ୟ ସୂତ୍ତମ କୁମାର ନାୟକ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ | ନରେଶ ସୁନାନୀ, ଵୃଷବ ଦାସ, ସୁଶାନ୍ତ ନାଏକ, ବିଷ୍ଣୁପ୍ରିୟା ସାମନ୍ତରା, ଗୀତାଞ୍ଜଳି ସାହୁ, ମନୀଷା ସିଂ,ସାଧନା ପ୍ରଧାନ, ଶାନ୍ତି ଆରୁଖ, ଚନ୍ଦ୍ରପ୍ରଭା ମିଶ୍ର, ବସନ୍ତ ନାଏକ, ତପନ ନାଏକ ପ୍ରମୁଖ ସହଯୋଗ କରିଥିଲେ |

ମସିହା ନିଉଜ ସର୍ଭିସ୍ 

Related posts

ଲାଞ୍ଜିଗଡ ପଞ୍ଚାୟତ ସମିତିର ନବମ ବୈଠକ ଅନୁଷ୍ଠିତ

masiha

ଲିଟିଲ ପ୍ଲାୱାର ସ୍କୁଲର ୨୪ତମ ବାର୍ଷିକ ଉତ୍ସବ ପାଳିତ 

masiha

ନବରଙ୍ଗପୁର ଓକିଲ ସଂଘ ନିର୍ଵାଚନ: ପ୍ରାର୍ଥୀ ପତ୍ର ପ୍ରତ୍ୟାହାର 

Leave a Comment

error: Content is protected !!