ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନେହେରୁ ଯୁବ କେନ୍ଦ୍ର, ରାୟଗଡା ଦ୍ୱାରା ଜିଲ୍ଲା ସ୍ତରୀୟ ଯୁବ ପଡୋଶୀ ସଂସଦୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ

ରାୟଗଡା, ତା:୨୩-୩-୨୦୦୩:ଆଜି ନେହେରୁ ଯୁବ କେନ୍ଦ୍ର ରାୟଗଡା ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ଯୁବ ପଡୋଶୀ ସଂସଦୀୟ କାଯ୍ୟକ୍ରମ ରାୟଗଡାସ୍ଥିତ ମିଟ୍‌ସ ଇଂଜିନିୟରିଂ କଲେଜର ସମ୍ମିଳନୀ କକ୍ଷଠାରେ ଆୟୋଜିତ ହୋଇଯାଇଛି ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଧର୍ମାନନ୍ଦ ବେହେରା ମୂଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଶ୍ରୀ ବସନ୍ତ କୁମାର ପଧାନ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ, ମିଟ୍‌ସ କଲେଜର ଅଧ୍ୟକ୍ଷ ଶ୍ରୀ ବାଳକୃଷ୍ଣ ପଣ୍ଡା, ଅନିତା ମହାପାତ୍ର, ସହକାରୀ ଯନ୍ତ୍ରୀ, ମୃତିକା ସଂରକ୍ଷଣ ଓ ଜଳଛାୟା ପ୍ରକଳ୍ପ, ଶ୍ରୀ ତତ୍ୱୋମସି ମହାପାତ୍ର, ଜିଲ୍ଲା ନିୟୋଜନ ଅଧିକାରୀ ପ୍ରମୁଖ ଅତିଥି ଭାବରେ ଯୋଗଦାନ କରିଥିଲେ । ସାଂପ୍ରତିକ ଦିନରେ ଯୁବକମାନେ ସଶକ୍ତ ହୋଇ ଗଣତନ୍ତ୍ରର ମୂଲ୍ୟବୋଧକୁ ବୁଝି ରାଷ୍ଟ୍ର ନିର୍ମାଣରେ କେମିତି ସାମିଲ ହେବେ ଅତିଥିମାନେ ମତପୋଷଣ କରିଥିଲେ । ଜିଲ୍ଲାରୁ ପ୍ରାୟ ୫୦୦ରୁ ଅଧିକ ଯୁବକ ଯୁବତୀ ଅଂଶଗ୍ରହଣ କରିଥିଲେ । ଦ୍ୱିତୀୟ ଅଧିବେଶନରେ ଜି-୨୦ ଓ ବସୁଧୈବ କୁଟୁମ୍ବକମ୍ବମ୍ ଶୀର୍ଷକ ଉପରେ ପ୍ରଶିକ୍ଷଣ ଦିଆଯାଇଥିଲା । ଶ୍ରୀ ବିଶ୍ୱଜିତ୍ ପଣ୍ଡା ଉପାଧ୍ୟାକ୍ଷ ମିଟ୍‌ସ, ଶ୍ରୀ ପ୍ରଫୁଲ୍ଲ ଧଳ ଜେ.କେ. ପେପର ମିଲ୍‌ସ, ଶ୍ରୀ ମନୋଜ କୁମାର ମାଜିଲି, ଡି.ପି.ଏମ୍‌. ମିଲେଟ୍ ମିଶନ୍ ପ୍ରମୁଖ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମ ଶ୍ରୀ ବି. ରମେଶ ଜିଲ୍ଲା ଯୁବ ଅଧିକାରୀ, ନେହେରୁ ଯୁବକେନ୍ଦ୍ର ରାୟଗଡା ସଭାପତିତ୍ୱ କରିଥିବା ସ୍ଥଳେ ଶ୍ରୀ ଦୁତିଆ ବନଛୋର କାର୍ଯ୍ୟକ୍ରମ ସଂଚାଳନ, ସ୍ୱାଗତ ଭାଷଣ ପ୍ରଦାନ କରି ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ସଙ୍ଗେ ସଙ୍ଗେ ଜିଲ୍ଲା ନେହେରୁ ଯୁବକେନ୍ଦ୍ର ଦ୍ୱାରା ଜଳ ସଂରକ୍ଷଣ କାର୍ଯ୍ୟକ୍ରମ ମୂଖ୍ୟ ଅତିଥି ଏବଂ ସମ୍ମାନନୀୟ ଅତିଥିମାନଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଥିଲା । ନେହେରୁ ଯୁବକେନ୍ଦ୍ରର ଏମ୍‌.ଟି.ଏସ୍‌. ଶ୍ରୀ ଲକ୍ଷ୍ମୀନାରାୟଣ ସେଠୀ ଏବଂ ମିଟ୍‌ସ କଲେଜର କର୍ମକର୍ତ୍ତାଗଣ ପରିଚାଳନା କରିଥିଲେ।

ରାୟଗଡ଼ା ରୁ ଗୌରୀ ପଟନାୟକ ଙ୍କ ରିପୋର୍ଟ 

Related posts

ଅଜଣା ବ୍ୟକ୍ତି ଙ୍କ ମୃତ ଦେହ ଉଦ୍ଧାର

ମିଲେଟ ମଦର ଇଭେଣ୍ଟ କାର୍ଯ୍ୟକ୍ରମ 

masiha

ଗୋଲାମୁଣ୍ଡା: ବିଜୁ ଫୋର ୱେ ରେ ମର୍ମନ୍ତୁଦ ସଡକ ଦୁର୍ଘଟଣା।ଘଟଣା ସ୍ଥଳରେ ଜଣେ ମୃତ ଦୁଇ ଗୁରୁତର 

masiha

Leave a Comment

error: Content is protected !!