ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭୋଟ ଗଣନା ରେ ସାମ୍ବାଦିକ ମାନଙ୍କୁ ଅବହେଳା

ନୂଆପଡା: ଚଳିତ ତ୍ରିସ୍ତରୀୟ ନିର୍ବାଚନରେ ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ରାଜା ଆର୍ତ୍ତତ୍ରାଣ ଉଚ୍ଚ ବିଦ୍ୟାଳୟରେ ଦୁଇ ଦିନ ହେଲା ବ୍ଲକ ପ୍ରଶାସନ ପକ୍ଷରୁ ଭୋଟ ଗଣନା ଛାଲିଛି । ହେଲେ  ନିର୍ବାଚନ ଖବର ସଂଗ୍ରହ ପାଇଁ ଯାଇ ଥିବା ସାମ୍ବାଦିକଙ୍କୁ ଅଣଦେଖା କରାଯାଇଥିବା ଅଭିଯୋଗ କରିଛନ୍ତି । ପ୍ରଥମ ଦିନରେ ସାମ୍ବାଦିକ ମାନଙ୍କ ମୋଟର ସାଇକେଲକୁ ଭିତରକୁ ପ୍ରବେଶ ନିଷେଧ କରିଥିବାରୁ ସାମ୍ବାଦିକ ମାନେ ସହରର ବିଭିନ୍ନ ସ୍ଥାନରେ ମୋଟର ସାଇକେଲ ରଖି ହାଇରାଣ ହୋଇଥିଲେ । ଖୋଲା ଆକାଶ ତଳେ ଷ୍ଟାଣ୍ଡ ପକାଇ ଥିବାରୁ ଝାଞ୍ଜ ମାଡ ଖାଇ ଖବର ସଂଗ୍ରହ କରିଥିଲେ । ହେଲେ ପ୍ରଶାସନ ପକ୍ଷରୁ ବର୍ତ୍ତମାନ ପର୍ଯ୍ୟନ୍ତ ପଙ୍ଖାର ବ୍ୟବସ୍ଥା କରିନାହାନ୍ତି ତେଣୁ ଅସନ୍ତୋଷ ପ୍ରକାଶ ପାଇଥିଲା । ନିର୍ବାଚନୀ ତଥ୍ୟ ସାମ୍ବାଦିକ ମାନେ ମାଗିଲେ ବହୁତ ବିଳମ୍ବରେ ଦେଉଥିଲେ । ମେଡିଆ ହାଉସ ଖୋଲା ଯାଇଛି ହେଲେ ସାମ୍ବାଦିକଙ୍କ ପାଇଁ ଲାଗିଥିବା ଏଲିଡି ଖୋଲା ସ୍ଥାନରେ ଥିବାରୁ ଏଲଇଡି ଦିସୁନାହିଁ ଫଳରେ ସାମ୍ବାଦିକ ମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଥିଲା । ଆସନ୍ତା କାଲି ସାମ୍ବାଦିକ ମାନଙ୍କ ପାଇ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବାକୁ ଦାବି କରିଛନ୍ତି । ନୂଆପଡ଼ା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ ।

Related posts

ଶାନ୍ତିପୂର୍ଣ୍ଣ ଭାବରେ ଥୁଆମୂଳ ରାମପୁର ବ୍ଳକରେ ବାହୁଡା ଯାତ୍ରା ସମାପନ

Sunil Chandra Nayak

ପଦାରେ ପଡିଲା ଅହିଂସା ରଥ ସ୍ୱାଗତ କାର୍ଯ୍ୟକ୍ରମର ଅବ୍ୟବସ୍ଥା , ଭୋକରେ ଡହଳ ବିକଳ ହୋଇ ଫେରିଲେ ଛାତ୍ରଛାତ୍ରୀ

Sunil Chandra Nayak

କୈଳାସ ଚ଼ନ୍ଦ୍ର ପାଢ଼ୀ  ଙ୍କ କବିତା ।। ମାଟିର ସ୍ବର୍ଗ ।।

Sunil Chandra Nayak

Leave a Comment

error: Content is protected !!