ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଐତିହାସିକ ପୋଡାଗଡ଼ ପୀଠରେ ନବଦିନାତ୍ମକ କଳସି ଯାତ୍ରା ଆରମ୍ଭ

 ନବରଙ୍ଗପୁର–(ମସିହା) ଐତିହାସିକ ପୀଠ ପୋଡାଗଡ଼ ଠାରେ ମା ଜଗତ ଜନନୀ ମଙ୍ଗଳା ଙ୍କ ନବଦିନାତ୍ମକ ଯାତ୍ରା ଆରମ୍ଭ ହୋଇଛି। ଏହି ଯାତ୍ରାର ମୁଖ୍ୟ ପୂଜକ କୃଷ୍ଣ ପୂଜାରୀ ମାନଙ୍କ ଚାଙ୍ଗୁଡ଼ି ଧାରଣ କରି ମା ଙ୍କୁ ପାଛୋଟି ଆଣିଥିଲେ ଗ୍ରାମର ଶତାଧିକ ଗ୍ରାମବାସୀ ପାରମ୍ପରିକ ବାଦ୍ୟ ଶଙ୍ଖ ଘଣ୍ଟା ବଜାଇ ପାଛୋଟି ଗ୍ରାମ ମଧ୍ୟରେ ଥିବା କଳସି ମଣ୍ଡପ କୁ ଆଣି ଅବସ୍ଥାପିତ କରିଥିଲେ ।ପୋଡାଗଡ଼ ସେବାୟତ ଟ୍ରଷ୍ଟ କର୍ମକର୍ତା ଉପସ୍ଥିତ ଥିଲେ ସଭାପତି ଉର୍ଦ୍ଧବ ଚରଣ ନାୟକ, ସମ୍ପାଦକ ପୁରୁଷୋତ୍ତମ ଭତ୍ରା, ଉପଦେଷ୍ଟା ଶ୍ରୀଯୁକ୍ତ କୈଳାଶ ଚନ୍ଦ୍ର ବେହେରା ସମ୍ପୂର୍ଣ ସହଯୋଗ କରିଥିଲେ। ଏହିକଳସୀ ଯାତ୍ରା ନ ଦିନଧରି ଚାଲିବ ଭକ୍ତଙ୍କ ରାତ୍ରୀ ମନୋରଞ୍ଜନ ନିମନ୍ତେ ପ୍ରତ୍ୟେକ ରାତ୍ରରେ ଦେଶିଆ ନାଟକ ପରିବେସିତ ହେବ ବୋଲି ଟ୍ରଷ୍ଟ ତରଫରୁ ସୂଚନା ମିଳିଛି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍

Related posts

ସ୍ଥାୟୀ ମନ୍ଦିରକୁ ଫେରିଲେ ମା ମାଝୀ ଗୌରୀ 

masiha

ଆନନ୍ଦ ବଜାର ମା କାମନା କାଳୀଙ୍କ ପିଠରେ ମେରୁ ପର୍ବ ପାଳିତ

Sunil Chandra Nayak

159 ତମ ମର୍ଯ୍ୟାଦା ମହୋତ୍ସବର ଭବ୍ୟ ଅୟୋଜନ 

Sunil Chandra Nayak

Leave a Comment

error: Content is protected !!