ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଳାହାଣ୍ଡି ଜିଲ୍ଲାର ୧୩ ଜିଲ୍ଲା ପରିଷଦ ଆସନ ଫଳାଫଳ ଘୋଷଣା,ବିଜେଡି କୁ ୧୧ ବିଜେପି କୁ ୨ଆସନ କଂଗ୍ରେସ ସୁନ

ଭବାନୀ ପାଟଣା -: ସମଗ୍ର ଓଡ଼ିଶାରେ ସମସ୍ତ କଳ୍ପନା ଜଳ୍ପନା କୁ ପଛରେ ପକାଇ ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ବିଜୁ ଜନତା ଦଳର ନବୀନ ଯାଦୁ ଏକ ଉଜ୍ଜ୍ବଳ ଅଧ୍ୟାୟ ସୃଷ୍ଟି କରିଛି। କଳାହାଣ୍ଡି ଜିଲ୍ଲାର ୩୬ ଗୋଟି ଜିଲ୍ଲା ପରିଷଦ ମଧ୍ୟରୁ ୧୩ ଜୋନ୍ ର ପ୍ରଥମ ପର୍ଯ୍ୟାୟ ଜିଲ୍ଲା ପରିଷଦ ଆସନ ର ଫଳାଫଳ ଘୋଷଣା ହୋଇଛି। ଗତ ୨୦୧୭ ରେ ପ୍ରଥମ ପର୍ଯ୍ୟାୟ ଗଣତିରେ ଖାତା ଖୋଲିନ ଥିବା ବିଜେଡ଼ି ଦଳ ବର୍ତ୍ତମାନ ୧୧ ଟି ଆସନ ଅଧିକାର କରିଥିବା ବେଳେ ବିଜେପି ଦଳ ୨ଟି ଆସନ ଅଧିକାର କରିଛି କଂଗ୍ରେସ ଖାତା ଖୋଳିପାରି ନାହିଁ ଗତ ନିର୍ବାଚନ ରେ କଳାହାଣ୍ଡି ଜିଲ୍ଲା ରେ ବିଜେପି ବାଜିମାତ୍ କରିଥିବା ବେଳେ ବର୍ତ୍ତମାନ ତାର ବିପରୀତ ହୋଇଛି। ଜନାଦେଶ ବିଜେଡି ଦଳ ସପକ୍ଷରେ ଯାଇଛି। ଜିଲ୍ଲାର ଗୋଲାମୁଣ୍ଡା ବ୍ଲକ ୧ ନମ୍ବର ଜୋନ ରେ ବିଜେଡି ପ୍ରାର୍ଥୀନୀ ହେମାଙ୍ଗୀନି ରାଉତ ୫୪୯୧ ଭୋଟରେ ବିଜେପି ପ୍ରାର୍ଥୀନୀ ଦିବ୍ୟ ରାଣୀ ସାହୁଙ୍କ ପରାସ୍ତ କରି ବିଜୟ ଲାଭ କରିଛନ୍ତି। ଏହି ବ୍ଳକ ରେ ୧୧୮୯୪ ଭୋଟ ବିଜେଡି ସପକ୍ଷରେ ବିଜେପି ସପକ୍ଷରେ ୬୪୦୩ ଭୋଟ ପଡିଥିବା ବେଳେ କଂଗ୍ରେସ ଦଳ ସପକ୍ଷରେ୪୯୧୩ ଭୋଟ ପଡିଥିଲା। ଧର୍ମଗଡ଼ ଜୋନ୍ ରେ ବିଜେଡି ର ଗୋପିନାଥ ମହାନନ୍ଦ ତାଙ୍କ ନିକଟତମ ପ୍ରତିଦ୍ଵନ୍ଦୀ ବିଜେପି ପ୍ରାର୍ଥୀ ଅପ୍ରେସ ସ୍ୱାଇଁ ଙ୍କୁ ୮୭୦ ଭୋଟ ରେ ପରାସ୍ତ କରିଥିଲେ। ଏହି ଜୋନ ରେ, ୧୦୪୨୫ଭୋଟ ବିଜେଡି ସପକ୍ଷରେ ପଡିଥିବା ବେଳେ୯୫୫୫ ଭୋଟ ବିଜେପି ସପକ୍ଷରେ ଏବଂ ୫୨୭୬ଭୋଟ କଂଗ୍ରେସ ଦଳ ସପକ୍ଷରେ ପଡିଥିଲା ।କେସିଙ୍ଗା ବ୍ଳକ ୧ ନମ୍ଵର୍ ଯୋନ୍ ରେ ବିଜେଡି ପ୍ରାର୍ଥୀନୀ ଦିପାଞ୍ଜଳି ସାହୁ ତାଙ୍କ ନିକଟତମ ପ୍ରତିଦ୍ଵନ୍ଦୀ ତଥା ପୂର୍ବତନ ଜିଲ୍ଲାପରିଷଦ ସଭାପତି ନମିତା ରାଣୀ ସାହୁଙ୍କୁ ୭୧୭୩ ଭୋଟ ବ୍ୟବଧାନ ରେ ପରାସ୍ତ କରିଛନ୍ତି। ଏହି ବ୍ଳକ ରେ ବିଜୁ ଜନତା ଦଳ ସପକ୍ଷରେ ୧୨୪୧୪ ଟି ଭୋଟ ପଡିଥିବା ବେଳେ ବିଜେପି ଦଳ ୫୨୧୪ଏବଂ କଂଗ୍ରେସ ଦଳ ୫୦୬୭ଭୋଟ ହାସଲ କରିଛି।ଜୟପାଟଣା ବ୍ଳକର ୧ ନମ୍ବର ଜୋନ ରେ ବିଜେପି ଦଳର ପ୍ରାର୍ଥୀ ଅଙ୍ଗଦ ମାଝୀ ତାଙ୍କ ନିକଟତମ ପ୍ରତିଦ୍ଵନ୍ଦୀ ବିଜେଡି ଦଳର ସ୍ଵର୍ଣ୍ଣଚମ୍ପା ମାଝିଙ୍କୁ ୬୪୪ ଭୋଟ ବ୍ୟବଧାନ ରେ ପରାସ୍ତ କରିଛନ୍ତି। ଏହି ଜୋନ ରେ ବିଜେପି ଦଳ ସପକ୍ଷରେ ୧୦୧୯୫ଭୋଟ ଯାଇଥିବା ବେଳେ ୯୫୫୧ଭୋଟ ବିଜେଡି ଦଳ ସପକ୍ଷରେ ଯାଇଛି ଏବଂ ୭୪୦୯ଭୋଟ କଂଗ୍ରେସ ଦଳ ସପକ୍ଷରେ ପଡ଼ିଛି। ଲାଞ୍ଜିଗଡ଼ ବ୍ଳକ ର ୧ ନମ୍ବର ଜୋନ ରେ ବିଜେଡି ଦଳ ପ୍ରାର୍ଥୀନୀ ପ୍ରେମଶିଳା ମାଝୀ ବିଜୟ ଲାଭ କରିଥିବାବେଳେ ମଦନପୁର ରାମପୁର ବ୍ଳକର ୧ ନମ୍ବର ଜୋନ ରେ ବିଜେଡି ଦଳ ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂହ ଦେଓ ବିଜୟ ଲାଭ କରିଛନ୍ତି ଏବଂ ନର୍ଲା ବ୍ଳକ ୧ ନମ୍ବର ଜୋନ ରେ ବିଜେଡି ଦଳ ପ୍ରାର୍ଥୀନୀ ନମ୍ରତା ସାହୁ ବିଜୟ ଘୋଷିତ ହୋଇଛନ୍ତି। କୋକସରା ବ୍ଲକ ୧ ନମ୍ବର ଜୋନ ରେ ବିଜେଡି ଦଳ ପ୍ରାର୍ଥୀ ହେମନ୍ତ ମାଝୀ ନିର୍ବାଚିତ ହୋଇଛନ୍ତି। ଭବାନୀପାଟଣା ସଦର ୧ ନମ୍ବର ଜୋନ ରୁ ବିଜେପି ଦଳ ପ୍ରାର୍ଥୀ ହୃଦାନନ୍ଦ ସାହୁ ବିଜୟ ଘୋଷିତ ହୋଇଥିବା ବେଳ ଜୁନାଗଡ ବ୍ଲକ ୧ ନମ୍ବର ଜୋନ ରୁ ବିଜେଡି ଦଳ ପ୍ରାର୍ଥୀ ସୁଧିର ମେହେର ବିଜୟ ଲାଭ କରିଛନ୍ତି। ସେହିପରି କର୍ଲାମୁଣ୍ଡା ବ୍ଳକ ୧ ନମ୍ବର ଜୋନ ରୁ ବିଜେଡ଼ି ଦଳର ପ୍ରାର୍ଥୀ ମହେନ୍ଦ୍ର ରଣା ବିଜୟ ଲାଭ କରିଛନ୍ତି।କଲମପୁର ବ୍ଲକ ୧ ନମ୍ବର ଜୋନ ରେ ବିଜେଡି ଦଳ ପ୍ରାର୍ଥୀନୀ ଦୁହିତା ମାଝୀ ତାଙ୍କ ନିକଟତମ ପ୍ରତିଦ୍ଵନ୍ଦୀ ବିଜେପି ଦଳ ପ୍ରାର୍ଥୀ ଙ୍କୁ ୭୨୨ ଭୋଟ ବ୍ୟବଧାନ ରେ ପରାଜିତ କରି ବିଜୟୀ ଘୋଷିତ ହୋଇଛନ୍ତି, ଏହି ଜୋନ ରେ ବିଜେଡି ଦଳ ପ୍ରାର୍ଥୀ ୭୪୪୪ ଭୋଟ ପାଇଥିବା ବେଳେ ବିଜେପି ଦଳ ପ୍ରାର୍ଥୀ ୬୭୨୨ ଭୋଟ ଏବଂ କଂଗ୍ରେସ ଦଳ ପ୍ରାର୍ଥୀ ୨୯୬୩ ଭୋଟ ପାଇଛନ୍ତି। ଥୁଆମୂଳ ରାମପୁର ବ୍ଲକର ୧ ନମ୍ବର ଜୋନ ରେ ବିଜେଡି ଦଳର ପ୍ରାର୍ଥୀନୀ ପ୍ରମିଳା ମାଝୀ ବିଜୟ ଲାଭ କରିଛନ୍ତି। ସହ ସଂପାଦକ ଅର୍ଜୁନ ପଟ୍ଟନାୟକ ଙ୍କ ରିପୋର୍ଟ ।

Related posts

ପି. ଇ. ଓ ଏବଂ ସରପଞ୍ଚ ଙ୍କ ମନମୁଖୀ ଶାସନ ଅଭିଯୋଗ

Sunil Chandra Nayak

କଳାହାଣ୍ଡି ବିଶ୍ବବିଦ୍ୟାଳୟ ର ଦ୍ବିତୀୟ ତମ ପ୍ରତିଷ୍ଠା ଦିବସ

Sunil Chandra Nayak

ଜାତୀୟ ଅଙ୍ଗଦାନ ଦିବସ ପାଳନ

Sunil Chandra Nayak

Leave a Comment

error: Content is protected !!