ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତାଳଚେର ଠାରେ ରାଜ୍ୟବ୍ୟାପି ପରିବେଶ ଓ ଜଳ ସୁରକ୍ଷା ମଞ୍ଚ ର ସଚେତନତା ଅଭିଯାନ 

ତାଳଚେର ( ଆର୍ତ୍ତତ୍ରାଣ ପାଣି ): ଆଜି ସନ୍ଧ୍ୟା ଛ’ ଘଟିକାରେ କୋଇଲା ନଗରୀ ତାଳଚେର ର ହାଟତୋଟା ଠାରେ ଖଣି ଦ୍ୱାରା ପ୍ରଦ୍ୟୁଷିତ ତାଳଚେର ପାଣି, ପବନ, ରାସ୍ତା ଘାଟ ଓ ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ପରିବେଶବିତ୍ ଓକିଲ ବାଉରୀ ବଂଧୁ ବେଜ୍ ଙ୍କ ଅଧକ୍ଷତାରେ ଏକ ଜନ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା l ଏହି ସଭାରେ ଇଂ. ସସ୍ମିତା ବେହେରା ମୁଖ୍ୟ ଅତିଥି, ମୁଖ୍ୟ ବକ୍ତା ପରିବେଶବିତ୍ ଦେବୀ ପ୍ରସାଦ ପୃଷ୍ଟି, ସମ୍ମାନୀତ ଅତିଥି ରଂଜିତ ପଟ୍ଟନାୟକ ଯୋଗ ଦେଇଥିବା ବେଳେ ସମାଜର ବିଭିନ୍ନ ସ୍ତର ରେ କାର୍ଯ୍ୟରତ ସମାଜ ସେବୀ ବାପି ମହାନ୍ତି, ରଣଜିତ ମହାପାତ୍ର, ଚୈତନ୍ୟ ପ୍ରଧାନ, ବିନୋଦ ଲାଲ୍, ଗଣମାଧ୍ୟମ ପ୍ରତିନିଧି ଅରେନ୍ ପାଣି, ରବୀନ୍ଦ୍ର ସେଠ, ପ୍ରଦୀପ ମହାରଣା, ଓକିଲ ଜମ୍ବେଶ୍ୱର ପଟ୍ଟନାୟକ, ଓକିଲ କେଶବ ଭୂତିଆ ଏବଂ ତାଳଚେର ସମସ୍ୟା ସହ ଲଢ଼ୁଥିବା ସଚେତନ ବ୍ୟକ୍ତି ବିଶେଷରେ ଅର୍ଜୁନ ଭୁତିଆ, ପଦ୍ମ ଲୋଚନ ସାମଲ, ସୁକାନ୍ତ ଦାସ,ପଦ୍ମିନୀ ନାୟକ, ହରେକୃଷ୍ଣ ମହା ପାତ୍ର, ସଂଜୀବ ନାଏକ ନିଜ ନିଜ ବକ୍ତବ୍ୟ ମାଧ୍ୟମରେ ତାଳଚେର ପରିବେଶ ସନ୍ତୁଳନକୁ ନେଇ ମତବ୍ୟକ୍ତ କରିଥିଲେ l ଏହି ସଚେତନତା ସଭାରେ ମୁଖ୍ୟତଃ ରାସ୍ତା ପ୍ରଦ୍ୟୁଷଣକୁ ରୋକିବା ଏବଂ ତାଳଚେର ମେଡିକାଲ କଲେଜ କୁ ଶୀଘ୍ର କାର୍ଯ୍ୟାନ୍ୟୁତ କରିବା ଉପରେ ବହୁ ବ୍ୟକ୍ତି ମତ ପୋଷଣ କରିଥିବା ବେଳେ ସ୍ଥାନୀୟ ରାଜନେତାଙ୍କ ତାଳଚେର ପ୍ରତି କୌଣସି ଦରଦ ନାହିଁ ବୋଲି କ୍ଷୋଭ ପ୍ରକାଶ କରିଥିଲେ l ବିଶେଷତ ତାଳଚେର ଲୋକ ପ୍ରତିନିଧି ତାଳଚେର ର ଏହି ପ୍ରଦ୍ୟୁଷଣ ସମସ୍ୟାର ସମାଧାନ ନିମନ୍ତେ ବିଧାନ ସଭା କିମ୍ବା ଲୋକ ସଭାରେ ଚେଷ୍ଟିତ ନଥିବା ବେଳେ ଅନ୍ୟ ନିର୍ବାଚିତ ମଣ୍ଡଳି ବିଧାୟକ ଏହି ସମସ୍ୟା ପ୍ରତି ସରକାରଙ୍କ ଦୃଷ୍ଟି ଆକର୍ଷଣ କରୁଥିବା ଅନ୍ତତଃ ତାଳଚେର ନିର୍ବଚିତ ନେତାଙ୍କ ଆଖି ଖୋଲିବ ବୋଲି ପ୍ରକାଶ କରିଥିଲେ l ପରିଶେଷରେ ଏହି ସଭାର ସଭାପତି ଓକିଲ ବାଉରୀ ବଂଧୁ ବେଜ୍ ତାଳଚେର ପରିବେଶ ପ୍ରତି ସରକାର ଯଥା ଶୀଘ୍ର ଯତ୍ନଶୀଳ ହୋଇ ଖଣି ଖାଦାନ ଦ୍ୱାରା ପ୍ରଦ୍ୟୁଷିତ କୁ ଆକାଳନ କରିବା ନିମନ୍ତେ ସରକାର ଙ୍କୁ ଦାବୀ କରିଥିବା ସମ୍ବାଦ ଆମର ହସ୍ତଗତ ହୋଇଛି l

Related posts

ଆଶା କର୍ମୀ ସଂଘ ପକ୍ଷରୁ ୧୪ ଦଫା ଦାବି ପତ୍ର ପ୍ରଦାନ

Sunil Chandra Nayak

କୁସୁମି ବ୍ଳକ ପରିସରରେ ୦ ରୁ ୬ ଵର୍ଷୀୟ ଦିଵ୍ଯାଙ୍ଗ ଶିଶୁଙ୍କ ଚିହ୍ନଟ ଉଦ୍ଦେଶ୍ୟରେ ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ କର୍ମଶାଳା

Sunil Chandra Nayak

ଢେଙ୍କାନାଳ ପୂର୍ବତନ ସୈନିକ ସଂଘ ତରଫରୁ ସାଂସଦଙ୍କୁ ଦାବିପତ୍ର

Sunil Chandra Nayak

Leave a Comment

error: Content is protected !!