ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହିଞ୍ଜିଳିକାଟୁ ଠିକାଦାର ସଂଘର ଗୁରୁତ୍ୱପୂର୍ଣ୍ଣ ସାଧାରଣ ସଭା: ସିଡ୍ୟୁଲ ରେଟ୍‌ରୁ କମ୍ ଦରରେ ବିଡ୍ କଲେ ସଂଘ ନିର୍ଧାରିତ ରାଶି ସଂଘକୁ ଜମା ପ୍ରସ୍ତାବ ଆଲୋଚନା 

ହିଞ୍ଜିଳିକାଟୁ ଠିକାଦାର ସଂଘର ଗୁରୁତ୍ୱପୂର୍ଣ୍ଣ ସାଧାରଣ ସଭା: ସିଡ୍ୟୁଲ ରେଟ୍‌ରୁ କମ୍ ଦରରେ ବିଡ୍ କଲେ ସଂଘ ନିର୍ଧାରିତ ରାଶି ସଂଘକୁ ଜମା ପ୍ରସ୍ତାବ ଆଲୋଚନା 

ହିଞ୍ଜିଳିକାଟୁ,୦୮/୦୭ ହିଞ୍ଜିଳିକାଟୁ ବ୍ଳକ୍ ନୂଆ ବୁରୁପଡା ସ୍ଥିତ ମା’ ଶ୍ୟାମଳାଇ ମନ୍ଦିର ପ୍ରାଙ୍ଗଣରରେ ବୁଧବାର ଦିନ ହିଞ୍ଜିଳିକାଟୁ ଠିକାଦାର ସଂଘର ତୃତୀୟ ଗୁରୁତ୍ୱପୂର୍ଣ୍ଣ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ଆୟୋଜିତ ସଭାରେ ଠିକାଦାରମାନଙ୍କ ସ୍ୱାର୍ଥ ସୁରକ୍ଷା, ସଂଘର ଏକତା ବଜାୟ ରଖିବା ଏବଂ ସୁସ୍ଥ ପ୍ରତିଯୋଗିତାକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ସର୍ବସମ୍ମତିକ୍ରମେ ଗୃହୀତ ହୋଇଥିଲା।ସଭାରେ ସର୍ବପ୍ରଥମେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ଯେ, ସଂଘର ସମସ୍ତ ସଦସ୍ୟ ସରକାରୀ ବିଭାଗର ସମସ୍ତ ଇ-ଟେଣ୍ଡର ଓ ଅଫଲାଇନ୍ ଟେଣ୍ଡରରେ କେବଳ ସରକାରୀ ଧାର୍ଯ୍ୟ ସିଡ୍ୟୁଲ ରେଟ୍ ଅନୁଯାୟୀ ବିଡ୍ କରିବେ କୌଣସି ସଦସ୍ୟ ସିଡ୍ୟୁଲ ରେଟ୍‌ଠାରୁ କମ୍ ଦରରେ ଟେଣ୍ଡର ଦାଖଲ କରିବେ ନାହିଁ ବୋଲି ସର୍ବସମ୍ମତିକ୍ରମେ ସଙ୍କଳ୍ପ ଗ୍ରହଣ କରାଯାଇଥିଲା। ଏହା ସହ ସଭାରେ ଆଉ ଏକ କଠୋର ପ୍ରସ୍ତାବ ଗୃହୀତ ହୋଇଥିଲା। ପ୍ରସ୍ତାବ ଅନୁଯାୟୀ, କୌଣସି ସଦସ୍ୟ ଠିକାଦାର ସଂଘର ନିଷ୍ପତ୍ତିକୁ ଅମାନ୍ୟ କରି ସିଡ୍ୟୁଲ ରେଟ୍‌ଠାରୁ କମ୍ ଦରରେ ବିଡ୍ କରି ସରକାରୀ କାର୍ଯ୍ୟ ହାସଲ କଲେ, ସେହି ଠିକାଦାରଙ୍କୁ ଉକ୍ତ କାର୍ଯ୍ୟର ଆନୁମାନିକ ମୂଲ୍ୟ ସଂଘ ଯାହା ନିଷ୍ପତ୍ତି ରାଶି କହିବେ ହିଞ୍ଜିଳିକାଟୁ ଠିକାଦାର ସଂଘ ନିକଟରେ ଜମା କରିବାକୁ ପଡ଼ିବ। ଏହି ପ୍ରସ୍ତାବ ମଧ୍ୟ ସଭାରେ ଉପସ୍ଥିତ ସମସ୍ତ ସଦସ୍ୟଙ୍କ ସର୍ବସମ୍ମତିକ୍ରମେ ଗୃହୀତ ହୋଇଥିଲା I ଭବିଷ୍ୟତରେ ସଂଘର ନିଷ୍ପତ୍ତି ଓ ନିୟମାବଳୀକୁ କଡ଼ାକଡ଼ି ପାଳନ କରିବା ସହ ଉଲ୍ଲଂଘନକାରୀ ସଦସ୍ୟଙ୍କ ବିରୋଧରେ ସାଙ୍ଗଠନିକ ନିୟମ ଅନୁଯାୟୀ କଠୋର ପଦକ୍ଷେପ ଗ୍ରହଣ କରାଯିବ ବୋଲି ସଭାରେ ସ୍ପଷ୍ଟ କରାଯାଇଥିଲା।ସଭାରେ ଠିକାଦାରମାନଙ୍କ ବିଭିନ୍ନ ଦାବି, ସମସ୍ୟା ଓ ଉନ୍ନୟନମୂଳକ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଏହି ସମସ୍ତ ସମସ୍ୟା ପ୍ରତି ରାଜ୍ୟ ସରକାର ତୁରନ୍ତ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସଭାରୁ ଦାବି କରାଯାଇଥିଲା।

Related posts

୧- କସେଇ ବିଦ୍ୟାଳୟ ରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ,୨- ଝରପାରି ବିଦ୍ୟାଳୟ ରେ 77 ତମ ବନ ମହୋତ୍ସବ ପାଳିତ, ୩- ମୁଣ୍ଡମରାଇ ଶିଶୁ ମନ୍ଦିରରେ ବନ ମହୋତ୍ସବ କାର୍ଯ୍ୟକ୍ରମ

ବନ୍ଧୁଗାଁ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ କାୟା କଳ୍ପ ନିର୍ଦ୍ଧାରଣ କମିଟିର ପରିଦର୍ଶନ

Sunil Chandra Nayak

ତାଳଚେର ପୋଲିସ ଦ୍ୱାରା ଦୁଇ ବ୍ରାଉନ ସୁଗାର ବେପାରୀ ଗିରଫ; ୧୦.୩୨ ଗ୍ରାମ ବ୍ରାଉନ ସୁଗାର ଜବତ

Sunil Chandra Nayak

Leave a Comment

error: Content is protected !!