ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମିଲ୍କ ମୁଁ କ୍ଷୀର କମ୍ପାନୀ ନାମରେ ଗୁରୁତର ଅଭିଯୋଗ: କ୍ଷୀରରେ ଲୁଗା ସଫା ପାଉଡର ଭଳି ଦୁର୍ଗନ୍ଧ ବାହାରୁଛି 

ବାଲିଗୁଡା,23/03.(ମନିସ): କନ୍ଧମାଳ ଜିଲ୍ଲା ବାଲିଗୁଡାରେ ବିକ୍ରି ହେଉଥିବା ମିଲ୍କ ମନ୍ତ୍ରା ଡାଏରୀ ପ୍ରାଇଭେଟ ଲିମିଟେଡ଼ ଦ୍ୱାରା ପ୍ରସ୍ତୁତ ହେଉଥିବା ବିଭିନ୍ନ ଜିନିଷ କୁ ନେଇ ଏକ ଗୁରୁତର ଅଭିଯୋଗ ହସ୍ତଗତ ହୋଇଛି l ପ୍ରକାଶ ଯେ,ଏହି କମ୍ପାନୀ ଦ୍ୱାରା ପ୍ରସ୍ତୁତ ହେଉଥିବା କ୍ଷୀର, ଦହି, ପନିର, ରେ ବ୍ୟାପକ ଅପମିଶ୍ରଣ ସାଙ୍ଗକୁ ତଟକା ସଜ ଜିନିଷ ରେ ବିଭିନ୍ନ ପ୍ରକାର ଦୁର୍ଗନ୍ଧ ହେଉଥିବା ମଧ୍ୟ ବହୁ ଗ୍ରାହକ ଅଭିଯୋଗ ସହ ଅସନ୍ତୋଷ ପ୍ରକାଶ କରିଛନ୍ତି l ବିଶେଷ କରି ଅଧିକାଂଶ ଦିନ ମିଲ୍କ ମୁଁ କମ୍ପାନୀର କ୍ଷୀର ପେକେଟରେ ସଜ ତାରିଖ ର ହୋଇଥିବା ବେଳେ ଘରୋଇ ଗ୍ରାହକ ହୁଅନ୍ତୁ କିମ୍ବା ଚା’ ଦୋକାନୀ ତାହା ବିକ୍ରେତା ପାଖରୁ ନେଉ ନେଉ ଘରେ କିମ୍ବା ଦୋକାନ ରେ ସିଝାଇବା ପାଇଁ ବସାଇଲା ବେଳକୁ ଲୁଗା ସଫା ପାଉଡର ଭଳି ଏକ ଦୁର୍ଗନ୍ଧ ବାହାରିବା ସହ ସିଝାଇବା ସମୟରେ ହିଁ ଛିଡି ଯାଉଛି l ଆଉ ବେଳେ ବେଳେ କ୍ଷୀର ପେକେଟ ରୁ ଦହି ବାହାରୁଛି, ଦହି ପେକେଟ ରୁ କ୍ଷୀର ବାହାରୁଛି l ସଜ ତାରିଖ ର ପନିର ଗୁଡିକ ମଧ୍ୟ ଆମ୍ବିଳା ବାସନା ସହ ଏକ ପ୍ରକାର ଦୁର୍ଗନ୍ଧ ବାହାରୁଥିବା ଅଭିଯୋଗ ହୋଇଛି l ଏ ନେଇ ଗ୍ରାହକ ଓ ଚା’ ଦୋକାନୀ କ୍ଷୀର ବିକ୍ରେତା ଙ୍କୁ ଅଭିଯୋଗ କଲେ କମ୍ପାନୀକୁ ଜଣାଇବି କହୁଛନ୍ତି l ବିକ୍ରେତା କମ୍ପାନୀ କୁ ଏ ସମ୍ପର୍କରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ ଅଦ୍ୟାବଧି କୌଣସି ସୁଫଳ ମିଳି ପାରିନାହିଁ l ଏ ନେଇ ଟାଉନର ଶରତ ପୂଜାରୀ, ପୂର୍ଣ୍ଣ ଚନ୍ଦ୍ର ନାୟକ, ବିରଞ୍ଚି ବେହେରା ଓ ମେଡିକାଲର କିଛି କର୍ମଚାରୀ ମାନେ ଅଭିଯୋଗ କରିବା ସହ ଖାଉଟି ସୁରକ୍ଷା ବିଭାଗ ର ଆଶ୍ରୟ ନେବେ ବୋଲି ଜଣାଇଛନ୍ତି l ଏ ସମ୍ପର୍କ ରେ କନ୍ଧମାଳ ଜିଲ୍ଲା ଫୁଲବାଣୀ ରେ ଥିବା କମ୍ପାନୀ ର ମାର୍କେଟିଂ ଅଧିକାରୀ ବୈଦ୍ୟନାଥ ଗୌଡ଼ଙ୍କୁ ପଚାରିଲେ ସେ କମ୍ପାନୀକୁ ଜଣାଇଛୁ, ତଦନ୍ତ ପରେ ଜଣା ପଡିବ ବୋଲି ସଫେଇ ଦେଇଛନ୍ତି l ଯାହା ଫଳରେ ଗ୍ରାହକ ଓ ଚା’ ଦୋକାନୀ ନିଜର ଅସନ୍ତୋଷ ପ୍ରକାଶ କରି ମିଲ୍କ ମୁଁ କମ୍ପାନୀ ପ୍ରସ୍ତୁତ ଜିନିଷ ଠାରୁ ଧିରେ ଧିରେ ଦୂରେଇ ଅନ୍ୟ କ୍ଷୀର କମ୍ପାନୀ ଉପରେ ଭରସା କରିବାକୁ ଯାଉଥିବା ଦେଖିବାକୁ ମିଳୁଛି l ଏଥି ପ୍ରତି କମ୍ପାନୀ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରବଳ ଦାବୀ ହେଉଛି l

କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ

Related posts

ବୀର ସହୀଦ ଲକ୍ଷ୍ମଣ ନାଏକଙ୍କ ୧୨୬ତମ ଜନ୍ମ ଜୟନ୍ତୀ ପାଳନ 

Sunil Chandra Nayak

ମଣୀବାବା କୋଚିଙ୍ଗ ସେଣ୍ଟର ରେ ଶିଶୁ ଦିବସ ମହାସମାରୋହରେ ପାଳିତ

masiha

ଇନର ହୁଇଲ କ୍ଲବର ଆହାର କାର୍ଯ୍ୟକ୍ରମ 

Sunil Chandra Nayak

Leave a Comment

error: Content is protected !!