ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପାତ୍ରବସା ଗ୍ରାମକୁ ମିଳିଲା ରାଜସ୍ୱ ଗ୍ରାମର ମାନ୍ୟତା, ସୁଚନା ଦେଲେ ତହସିଲଦାର

କୋକସରା,୨୩/୩- କଳାହାଣ୍ଡି ଜିଲ୍ଲା କୋକସରା ତହସିଲ ଅଧୀନ ଅନ୍ତର୍ଗତ ଆମପାଣି ପଞ୍ଚାୟତର ପାତ୍ରବସା ଗ୍ରାମକୁ ଦୀର୍ଘବର୍ଷ ପରେ ରାଜସ୍ବ ଗ୍ରାମର ମାନ୍ୟତା ମିଲିଛି। ପୂର୍ବରୁ ପାତ୍ରବସା ଗ୍ରାମ କନ୍ଦାଗଡ ରାଜସ୍ୱ ଗ୍ରାମ ଅଧୀନରେ ରହିଥିଲା। ପାତ୍ରବସା ଗ୍ରାମବାସୀ ଦିର୍ଘ ବର୍ଷରୁ ଜିଲ୍ଲା ପ୍ରଶାସନ ନିକଟରେ ରାଜସ୍ୱ ଗ୍ରାମର ମାନ୍ୟତ ଦେବା ପାଇଁ ଦାବି ଜଣାଇ ଆସୁଥିଲେ । ତେବେ ରାଜ୍ୟ ସରକାରଙ୍କ ରାଜସ୍ୱ ବିଭାଗ ପକ୍ଷରୁ ପାତ୍ରବସା ଗ୍ରାମକୁ ଚଳିତ ବର୍ଷ ନୂତନ ରାଜସ୍ୱ ଗ୍ରାମ ନିମନ୍ତେ ଯୋଗ୍ୟ ବିବେଚିତ କରିଛନ୍ତି । ଗୁରୁବାର ପାତ୍ରବସା ଗ୍ରାମବାସୀଙ୍କ ପକ୍ଷରୁ ଏହି ଅବସରରେ ଗ୍ରାମରେ ଏକ ବୈଠକର ଆୟୋଜନ କରାଯାଇଥିଲା। ଗ୍ରାମବାସୀଙ୍କ ପକ୍ଷରୁ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିବା କୋକସରା ତହସିଲଦାର ଦେବବ୍ରତ କରାଟି, କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, କଳାହାଣ୍ଡି ଜିଲ୍ଲା ବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂଦେଓ, ଜିଲ୍ଲା ପରିଷଦ ସଭ୍ୟ ଆମପାଣି ହେମନ୍ତ ମାଝୀ, ଆମପାଣି ସରପଞ୍ଚ ରୁକ୍ମଣୀ ବାଣୁଆ, ସମିତି ସଭ୍ୟା ନର୍ତ୍ତକୀ ଦଣ୍ଡସେନାଙ୍କୁ ଗାଁର ମହିଳା, ଯୁବକ ଯୁବତୀ ମାନେ ନାଚଗୀତ ଓ ବାଜା ବଜାଇ ସ୍ୱାଗତ ସମ୍ବର୍ଦ୍ଧନା କରିଛନ୍ତି। ଏହି ଅବସରରେ ତହସିଲଦାର ଗ୍ରାମ ପରିଦର୍ଶନ କରିବା ସହ ଗ୍ରାମବାସୀଙ୍କ ସହିତ ଏକ ବୈଠକରେ ପାତ୍ରବସା ଗ୍ରାମକୁ ରାଜସ୍ବ ବିଭାଗ ପକ୍ଷରୁ ରାଜସ୍ୱ ଗ୍ରାମ ଘୋଷଣ କରିଥିବା ସୁଚନା ଦେଇଛନ୍ତି। ଏହି ଅବସରରେ ବ୍ଲକ ଉପାଧ୍ୟକ୍ଷଙ୍କୁ ଗ୍ରାମବାସୀ ସ୍ଥାନୀୟ ସମସ୍ୟା ଉପରେ ଅଭିଯୋଗ କରିଥିଲେ। ଉପାଧ୍ୟକ୍ଷ ସପ୍ତାହ ମଧ୍ୟରେ ପାନୀୟ ଜଳ ଯୋଗାଣ ପାଇଁ ୨ ଟି ନଳକୂପ ଖନନ କରି ପାନୀୟ ଜଳ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ରାଜସ୍ୱ ଗ୍ରାମ ଘୋଷଣା ପରେ ଗ୍ରାମବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଗ୍ରାମବାସୀ ମାନେ ନାଚଗୀତ ସହ ଅତିଥି ଭାବେ ଯୋଗ ଦେଇଥିବା ଅଧିକାରୀ ଓ ଜନପ୍ରତିନିଧିଙ୍କୁ ମଧ୍ୟ ନିଜ ସହ ନାଚଗୀତରେ ସାମିଳ କରି ଖଟିଆରେ ବୋହି ନଚାଇଥିଲେ । ପାତ୍ରବସା ଗ୍ରାମର ଯୁବକ ସଙ୍ଘର ସଭାପତି ଭୋଳାନାଥ ମାଝୀ, ଏକାଙ୍ଗ ଦୁର୍ଗା, ହେମନ୍ତ କୁମାର ସୁନା, କୀଚକ ଚଳାନ, ସୋନୁ ଅଗ୍ରୱାଲ, ନିତ୍ୟାନନ୍ଦ ମାଝୀ, ନିକୁଞ୍ଜ ସାହୁ, ରାଜେନ୍ଦ୍ର ବାଗ, ଯୁଗଳ କିଶୋର ନାଏକ, ତ୍ରିଲୋଚନ ବାଗ ଦୁଷ୍ମନ୍ତ ବାଗ, ବେଲାଲ ନାଏକ, ଦେବାଶିଷ ନାଏକ, ନବୀନ କୁମାର ରାଉତ, ସଦାଶିବ ଗହୀର ପ୍ରମୁଖ ସଦସ୍ୟ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ମସିହା ନିଉଜ ସର୍ଭିସ୍ 

Related posts

ରାଇରଙ୍ଗପୁର ବନଖଣ୍ଡ ଆନୁକୁଲ୍ୟରେ ଗଜସାଥୀ ଦକ୍ଷତା ବୃଦ୍ଧି ତାଲିମ ଶିବିର

masiha

ବାଲିପଦର କଲେଜରେ ନିର୍ବାଚନ ସଚେତନତା ଶିବିର

Sunil Chandra Nayak

ହାପି ମୋମେଣ୍ଟସର ସମ୍ବଲପୁର ଦିନ

Sunil Chandra Nayak

Leave a Comment

error: Content is protected !!