ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ନିର୍ବାଚନ ଲଡିବେ ଅବସରପ୍ରାପ୍ତ ଆୟକର କମିଶନର ,ସାମ୍ବାଦିକ ସମ୍ମିଳନୀ

ନୂଆପଡା //  ଆସନ୍ତା ସାଧାରଣ ନିର୍ବାଚନ ରେ ଖଡିଆଳ ବିଧାନ ସଭା ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥି ଭାବେ ନିର୍ବାଚନ ଲଡିବେ ଆୟକର କମିଶନର ଶ୍ରୀକାନ୍ତ ଚଟର୍ଜୀ । ଶୁକ୍ରବାର ଖଡିଆଳ ସ୍ଥିତ ଅଗ୍ରସେନ ଭବନ ଠାରେ ଏକ ଖବରଦାତା ସମ୍ମଳନୀ କରି ଚଟର୍ଜୀ ଘୋଷଣା କରିଛନ୍ତି । ଚଟର୍ଜୀ ଆହୁରୀ କହିଛନ୍ତି ଯେ ଖଡିଆଳ ନିର୍ବାଚନ ମଣ୍ଡଳୀ ନିର୍ବାଚନ କଲୁଷିତ ହୋଇଯାଇଛି । ମଦ, ମାଂସ ଏବଂ ଟକାଂ ବଳରେ ପ୍ରଲୋଭିତ କରି ଭୋଟ୍ ହାତେଉଛନ୍ତି କିନ୍ତୁ ଯେଉଁ ପରିମାଣରେ ଅଚଂଳ ର ବିକାଶ ହେବାକଥା ହୋଇ ପାରିନାହିଁ ।ଦୁର୍ନିତୀ ଚରମ ସୀମାରେ ଏଣୁ ଏହାକୁ ପରିବର୍ତନ କରି ଅଚଂଳ ର ବିକାଶ ବଦ୍ଦପରିକର ହୋଇ ନିର୍ବାଚନ ଲଡିବା ପାଇଁ ନିଷ୍ପତ୍ତି ନେଇଥିବା କହିଛନ୍ତି । ତେବେ କୈାଣସି ରାଜନୈତିକ ଦଳ ପକ୍ଷରୁ ଯଦି ପ୍ରାର୍ଥି ହେବା ପାଇଁ ଅଫର ଆସେ ତେବେ ନିଜର ଶୁଭେଚ୍ଚ୍ଥୁ କିମ୍ଵା ସମର୍ଥକ ଙ୍କ ସହ ବିଚାର କରିବେ ବୋଲି ପ୍ରକାଶ କରିଛନ୍ତି । ସୂଚନା ଯୋଗ୍ୟ ଗତ ପୈାର ନିର୍ବାଚନ ରେ ଖଡିଆଳ ଏନଏସି ର ଅଧ୍ୟକ୍ଷ ପଦ ପାଇଁ ସ୍ଵାଧିନ ପ୍ରାର୍ଥି ଭାବେ ଲଡି ତିନି ପ୍ରମୁଖ ଦଳ କୁ କଡାଟକ୍କର ଦେଇ କଂଗ୍ରେସ ପ୍ରାର୍ଥି ତଥା ବର୍ତମାନ ଏନଏସି ଅଧ୍ୟକ୍ଷ ଉଜ୍ଜଳ ଗୁପ୍ତା କଂ ଠାରୁ ପରାଜିତ ହୋଇଥିଲେ । ତେବେ ଅବସରପ୍ରାପ୍ତ ଆୟକର କମିଶନର ଚଟର୍ଜୀ କଂ ନିର୍ବାଚନ ଲଡିବା ଘୋଷଣା କରିବା ପରେ ଖଡିଆଳ ନିର୍ବାଚନ ମଣ୍ଡଳୀ ରାଜନିତୀ ପାଣିପାଗ ଉଷ୍ମତା ଦେଖାଦେଇଛି ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ବଡ଼ଗୁଣ୍ଡୁରୀ ପଞ୍ଚାୟତ ସମ୍ମୁଖରେ ବିଜେପିର ବିକ୍ଷୋଭ

masiha

ଵିଜାତଳା ବିଜେପି ପକ୍ଷରୁ ଦୁର୍ନୀତି ବିରୋଧରେ ଜନଆକ୍ରୋଶ ସମାବେଶ ଶୋଭାଯାତ୍ରା ସହିତ ବ୍ଲକ ଘେରାଉ

masiha

ଆଦିବାସୀ ବହୁଳ ଓଡ଼ିଶା ରାଜ୍ୟରେ ପେଶା ଆଇନ ଲାଗୁ ନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ : ଡ. ଭୁରିଆ

Leave a Comment

error: Content is protected !!