ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶ୍ଵ ନାଟ୍ୟ ଦିବସ ପାଇଁ ପ୍ରସ୍ତୁତି ବୈଠକ

ନୂଆପଡା // ଖଡ଼ିଆଳ ସାଂସ୍କୃତିକ ଅନୁଷ୍ଠାନ ର ସଭାପତି ଜିତେନ୍ଦ୍ର ନାଥ ପଟ୍ଟନାୟକ ସଭାପତତ୍ବରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଆସନ୍ତା ତା ୨୭:୦୩:୨୩ ରିଖ ଅନୁଷ୍ଠାନ ରେ ବିଶ୍ଵ ନାଟ୍ୟ ଦିବସ ପାଳନ କରାଯିବ ବୋଲି ନିଷ୍ପତ୍ତି ନିଆଗଲା। ଏହି ଦିନ ପୁରୁଣା ନାମୀ କଳାକାର ମାନଙ୍କୁ ସମ୍ମାନିତ କରାଯିବ ବୋଲି ନିଷ୍ପତ୍ତି ନିଆଗଲା। ତା ସହିତ ଏଥର ବାର୍ଷିୋତ୍ସବ ରେ ନାଟକ ପ୍ରତିଯୋଗିତା କରାଯିବା ପାଇଁ ସ୍ଥିର ହୋଇଛି । ଏହା ତିନି ଦିନ ବ୍ୟାପୀ ଅନୁଷ୍ଠିତ ହେବ। ସ୍ଥାନୀୟ ନାଟ୍ୟ ଦଳ ଓ ଜିଲ୍ଲା ବାହାର ନାଟ୍ୟ ଦଳ ମାନଙ୍କୁ ଡକାଯିବ। ଏଥର ଅନୁଷ୍ଠାନ ଏକ ସାମାଜିକ ନାଟକ କରିବ ଓ ସ୍ଥାନୀୟ ମହିଳା କଳାକାର ମାନଙ୍କୁ ସୁଯୋଗ ଦିଆଯିବ ବୋଲି ନିଷ୍ପତ୍ତି ନିଆଗଲା। ଉକ୍ତ ବୈଠକରେ ସହ ସମ୍ପାଦକ ବିଭୂତି ଭୂଷଣ ବିଶି, କୋଷାଧ୍ୟକ୍ଷ ସୁନିଲ କୁମାର ସାହୁ, ଉପଦେଷ୍ଟା ରାମ ଚନ୍ଦ୍ର ମିଶ୍ର, ଜଗବନ୍ଧୁ ବାରିକ, ସାଂସ୍କୃତିକ ସମ୍ପାଦକ ଅମୁଲ୍ୟ ବାରିକ, ପବିତ୍ର ପ୍ରଧାନ, ସୁକେସ ପଟ୍ଟନାୟକ, ଗଙ୍ଗାଧର ମହାନ୍ତି, ଆଲୋକ ରଥ, ବବି ଖାଁ, ପୀୟୂଷ ପଣ୍ଡା, ଗୋବିନ୍ଦ ପଣ୍ଡା, ଗୌରାଙ୍ଗ ସାହୁ, ଭୋଦେବ ସାହୁ, ବିଜୟ ବାରିକ, ଋତୁପର୍ଣ୍ଣା ବଘେଲ, ବିଜୟ ବଘେଲ, ରାଜ କପୁର ବାରିକ, ଡଲୁ କୈବର୍ତ୍ତ, ସୁରେନ୍ଦ୍ର କୁମାର, ରଜନୀକାନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ମୋନ୍ଥା ଵାତ୍ଯାରେ ଓଷାଦେଵୀ ଛାତ୍ରୀନିବାସ ପାଚେରୀ ଭୁଷୁଡିବା ଏଵଂଛାତ୍ରୀ ଅସୁରକ୍ଷିତ ନେଇ ରାମଦୋଳି ଯୁବକ ସଂଘର ଜିଲ୍ଲାପାଳଙ୍କ ପାଖରେ ଲିଖିତ ଦାବି ! ତୁରନ୍ତ ପଦକ୍ଷେପ ନେଲେ ଜିଲ୍ଲାପାଳ

Sunil Chandra Nayak

ସାମ୍ବାଦିକ କାଶୀନାଥ ଦାଶଙ୍କ ଦେହାନ୍ତ 

Sunil Chandra Nayak

ଅନ୍ୱେଷଣ ଦ୍ୱାରା ପରିଚାଳିତ କମ୍ପୁଟର ଶିକ୍ଷାକେନ୍ଦ୍ର ଆନୁକୂଲ୍ୟରେ ୧୮ତମ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ 

masiha

Leave a Comment

error: Content is protected !!