ତେନ୍ତୁଳିଖୁଣ୍ଟି ୨୪/୦୩/୨୦୨୩ -ଆଜି ନବରଙ୍ଗପୁର ଜିଲ୍ଲା ତେନ୍ତୁଳି ଖୁଣ୍ଟି ବ୍ଲକ୍ ମଞ୍ଚାଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗୁରୁମାଇ ଗୁଡ଼ା ପ୍ରାଥମିକ ବିଦ୍ୟାଳୟ ପରିସରରେ ଓଡିଶା ବନ ଉନ୍ନୟନ ନିଗମ ସୌଜନ୍ୟ ରେ ତେନ୍ତୁଳି ଖୁଣ୍ଟି ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ର ସହଯୋଗ ରେ ଜଳବନ୍ଦୀ ଅଞ୍ଚଳରେ ସ୍ବାସ୍ଥ୍ୟ ମେଳା ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମ ରେ ୫ଟି ଗ୍ରାମ ଗୁରୁମାଇଁ ଗୁଡ଼ା, ତଲଙ୍ଗ, ଟାଙ୍ଗିନି କୋଟ, ବାଗ୍ରା, ଝଲାଗୁଡ଼ା ର ୨୩୫ ଜଣ ଙ୍କ ପଞ୍ଜି କରଣ କରାଯାଇ ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆ ଯାଇ ଥିଲା ।ଏଥିରେ ରେ ତେନ୍ତୁଳି ଖୁଣ୍ଟି ବି ଡି ଓ ଦୁର୍ଯୋଧନ ଭୋଇ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ବାସ୍ଥ୍ୟ ଗତ ସମସ୍ୟା ନେଇ ବିଚ୍ଛିନ୍ନାଞ୍ଚଳ ଲୋକଙ୍କ ସହ ଆଲୋଚନା କରି ଥିଲେ । ଏହି ସ୍ବାସ୍ଥ୍ୟ ମେଳାରେ ନବରଂପୁର ମୂଖ୍ୟ ଚିକିତ୍ସଳୟ ରୁ ଜିଲ୍ଲା ପ୍ରକଳ୍ପ ସଂଯୋଜକ ସୁଶାନ୍ତ କୁମାର ପ୍ରହରାଜ , ଜିଲ୍ଲା ମ୍ୟେଲେରିଆ ସଂଜୋାଜକ ଦିନେଶ କୁମାର ପ୍ରହରାଜ, ଜିଲ୍ଲା ତଥ୍ୟ ସଂଯୋଜକ ଚିତ୍ତରଞ୍ଜନ ମିଶ୍ର,ଭେଷଜ ବିଶେଷଜ୍ଞ ଡା ମନମୋହନ ବିଷୋୟୀ, ସ୍ତ୍ରୀ ଓ ପ୍ରସୂତି ବିଭାଗ ଡ଼ା ବି ବି ଘଡେ଼ଇ,ଶିଶୁ ରୋଗ ବିଶେଷଜ୍ଞ ବାଳ କୃଷ୍ଣ ରଥ ଏବଂ ତେନ୍ତୁଳି ଖୁଣ୍ଟି ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରର ଡ଼ା ବ୍ରହ୍ମାନନ୍ଦ ଦାସ, ଓ ଡ଼ା ଅମରେଶ ପ୍ରସାଦ ମହାନ୍ତି,ଫାର୍ମାସିଷ୍ଟ ସନ୍ତୋଷ ବରାଡ ,ବିପିଓ ରଞ୍ଜନ ମିଶ୍ର,ବାମ ପ୍ରଦୀପ ପଲ୍,ପ୍ରଦୀପ କୁମାର ଦାସ,ପି ଏଚ ଇ ଓ ରଞ୍ଜିତା ସାମଲ ,ମହିଳା ସ୍ବାସ୍ଥ୍ୟ କର୍ମୀ ସୂଲୋଚନା ସାମଲ, ତୃଷ୍ଣା ବେହେରା,ମୁରଲୀ ପଟ୍ଟନାୟକ,ଏଲ ଏଚ୍ ବି ରେଣୁବାଳା ନାୟକ,ମାର୍ଶାଲ ବର୍ଲା,ରଶ୍ମିତା ପଳେଇ ପ୍ରମୁଖ ଉପସ୍ଥିତ ରହି ସ୍ବାସ୍ଥ୍ୟ ସେବା ଯୋଗାଇ ଥିଲେ । ସେହିପରି ଓଡ଼ିଶା ବନ ଉନ୍ନୟନ ନିଗମ ର ସହକାରୀ ଖଣ୍ଡିୟ ପରିଚାଳକ ଅଭୟ କୁମାର ବେହେରା,ଉପ ଖଣ୍ଡିୟ ପରିଚାଳକ ରାଜେନ୍ଦ୍ର ନାରାୟଣ ଷଡ଼ଙ୍ଗୀ ସମେତ ବନ ନିଗମ ନବରଙ୍ଗପୁର ଶାଖା ର ସମସ୍ତ କର୍ମ ଚାରି ଉପସ୍ଥିତ ରହି ରୋଗୀ ସେବାରେ ସାହାଯ୍ୟ କରି ଥିଲେ ।
ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି