ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୁସଲମାନ ଧର୍ମାବଲମ୍ବୀ ଙ୍କ ପବିତ୍ର ରମଜାନ ମାସ   

 ନବରଙ୍ଗପୁର24/3 – – (ମସିହା) ଆଜି ଠାରୁ ଆରମ୍ଭ ହୋଇଛି ମୁସଲମାନ ଧର୍ମାବଲମ୍ବୀ ଙ୍କ ପବିତ୍ର ରମଜାନ ମାସ । ଗୁରୁବାର ସନ୍ଧ୍ୟା ରେ ଜହ୍ନ ଦେଖିବା ପରେ ଏହି ଧର୍ମାବଲମ୍ବୀ ମାନେ ପରଷ୍ପର କୁ ଅଭିନନ୍ଦନ ଜଣାଇ ଏହି ପବିତ୍ର ମାସ ପାଳନ ଆରମ୍ଭ କରିଛନ୍ତି ।ଆଜି ଜହ୍ନ ଦେଖିବା ପରେ ସମସ୍ତେ ସମୁହ ନମାଜ ପାଠ କରିବାକୁ ନବରଙ୍ଗପୁର, ପାପଡାହାଣ୍ଡି,ଡାବୁଗାଁ ଓ ଜଟାବାଲ ମସଜିଦ କୁ ପହଞ୍ଚି ଥିବା ଦେଖିବାକୁ ମିଳିଛି । ଏହି ଅବସରରେ ଜଟାବାଲ ମୁସଲିମ କମିଟି ସଭାପତି ସେକ କୌଶର ଅଲି ଏବଂ ପାପଡାହାଣ୍ଡି ସୁନ୍ନି ରଜ୍ଜ ଜାମା ମସଜିଦ ର ମୌଲାନା ଜାଭେଦ ଅଖତର ସମସ୍ତ ମୁସଲିମ ଭାଇଙ୍କୁ ରମଜାନ ର ଅଭିନନ୍ଦନ ଜଣାଇଥିଲେ । ପବିତ୍ର ରମଜାନ ମାସ ରେ ମୁସଲମାନ ମାନଙ୍କ ପବିତ୍ରଧର୍ମ ଗ୍ରନ୍ଥ କୋରାନ ର ରଚନା ହୋଇଥିବାରୁ ଏହି ମାସ କୁ ମୁସଲମାନ ଧର୍ମରେ ଏକ ଧର୍ମ ମାସ ଭାବେ ପାଳନ କରାଯାଇଥାଏ । ପ୍ରତ୍ୟହ ସୂର୍ଯ୍ୟଉଦୟ ରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ମୁସଲମାନ ଭାଇ ଭଉଣୀ ମାନେ ନିର୍ଜଳା ଉପବାସ କରିଥାନ୍ତି ଓ ସନ୍ଧ୍ୟା ସମୟ ରେ ନମାଜ ପାଠ କରିବା ସହ ତରାବି ନମାଜ ପାଠ କରିଥାନ୍ତି।ଏହି ମାସ ରେ ମୁସଲିମି ସମ୍ପ୍ରଦାୟର ବ୍ୟକ୍ତି ନିଜ ଉପାର୍ଜନ ସମ୍ପତ୍ତିର ଅଢେଇଁ ଭାଗ ଦାନ କରିବାର ମଧ୍ୟ ବିଧି ରହିଛି। 

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍

Related posts

ରାଇରଙ୍ଗପୁର ଵ୍ଳକ ପରିସରରେ ୧୨ ତମ ବିଶ୍ବ ଯୋଗ ଦିବସ ପାଳିତ

Sunil Chandra Nayak

ଦୁର୍ନୀତି ର ଏନ୍ତୁଡିଶାଳ ଜୟପାଟଣା ପଞ୍ଚାୟତ ସମିତି, ବିନା ସୂଚନା ଫଳକରେ ଚାଲିଛି ନିର୍ମାଣ କାର୍ଯ୍ୟ

ଲକ୍ଷପତି ଦିଦିଙ୍କୁ ରାଜନଗର ବ୍ଲକ ଜୀବିକା ମିଶନ ପକ୍ଷରୁ ମାନପତ୍ର ପ୍ରଦାନ

masiha

Leave a Comment

error: Content is protected !!