ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆପଡା ଜିଲ୍ଲା ସୁନାବେଡା ଅଭୟାରଣ୍ୟର ତଳି ଅଞ୍ଚଳ ତରିଆ ମୁହାଭଟ୍ଟା ରେ ପୁଣି ବାଘ ଆତଙ୍କ

 ନୂଆପଡା,// ନୂଆପଡା ଜିଲ୍ଲା ସଦର ବ୍ଲକ ଧର୍ମବନ୍ଧା ଫାଣ୍ଡି ସୁନାବେଡା ଅଭୟାରଣ୍ୟ କୁ ଲାଗି ରହିଥିବା ପାହାଡ଼ ତଳି ଅଞ୍ଚଳ ଗ୍ରାମରେ ମଧ୍ୟ ବାଘ ଆତଙ୍କ ଲାଗି ରହିଅଛି। ଆଜି ରାତ୍ରିରେ ତରିଆମୁହାଭଟ୍ଟା ଗ୍ରାମର ହୁମାନ ନାଏକ ଙ୍କ ଗୁହାଲରୁ ବାଗ ଗାଈକୁ ଟାଣି ନେଇ ଆହାର ବନାଇ ଥିବା ଅଭିଯୋଗ ହେଉଅଛି। ଘଟଣା ସ୍ଥଳରେ ବନ୍ୟ ପ୍ରାଣୀ ବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଘଟଣା ସ୍ଥଳରେ ବାଘ ପଦ ଚିହ୍ନ ଥିବା ବେଳେ ନିକଟରେ ଥିବା ପୋଖରୀରେ ମଧ୍ୟ ପାଣି ପିଇବାକୁ ଯାଇଥିବା ପଦ ଚିହ୍ନ ଦେଖିବାକୁ ମିଳିଅଛି। କଲରାପଥରିଆ ବାଘ ଆକ୍ରମଣ କରି ଗାଈ କୁ ମାରି ଖାଇଅଛି। ତନୱାଟ ଏବଂ କେରମେଲି ଗ୍ରାମ ମଝିରେ ରାସ୍ତା ଉପରେ ବାଘ ବସିଥିବା ଦେଖିବାକୁ ପାଇଥିଲେ। ଘଟଣା ସ୍ଥଳରେ ବନ୍ୟପ୍ରାଣୀ ବିଭାଗ ପହଞ୍ଚି ବାଘ କୁ କୌଣସି ପ୍ରକାର ଆହତ ନ କରିବା ସହ ଗ୍ରାମବାସୀ ମଧ୍ୟ ସୁରକ୍ଷିତ ରହିବାକୁ ଆହ୍ବାନ କରିଛନ୍ତି। ହାତକୁ ଅନେକ ସଚେତନ କରି ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ଅଭୟାରଣ୍ୟର ଭୁ ପ୍ରଜାତିର ବାଘ ଥିବା ବେଳେ ନୂଆପଡା ଅଭୟାରଣ୍ୟ ର ଜଳମଡ଼ାଇ ଗ୍ରାମ ସହ ବର୍ତ୍ତମାନ ତରିଆ ମହୁଆଭଟ୍ଟା ରେ ବାଘ ଆତଙ୍କ ଲାଗି ରହିଅଛି।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ‘ସୁରଭି’ ଅନୁଷ୍ଠିତ 

Sunil Chandra Nayak

ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ମୟୂରଭଞ୍ଜ କେମିଷ୍ଠ ଏଣ୍ଡ ଡ୍ରଗିଷ୍ଟ ୟୂନିଅନ ତରଫରୁ ୫୦ ୟୂନିଟ୍ ରକ୍ତ ସଂଗ୍ରହ 

masiha

ଖସିଗୁଡା ସବ ମାଇନର ଶାଖା କେନାଲ ୩ ମରାମତି କାମ ନିମ୍ନମାନର ଅଭିଯୋଗ କଲେ ଚାଷୀ

Sunil Chandra Nayak

Leave a Comment

error: Content is protected !!