ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାନପୁର ପେକ୍ସ୍ ଠାରେ ସମବାୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ 

ରୁପ୍ରା, ୨୫/୩ (ମନିସ) : ନର୍ଲାବ୍ଲକ୍ ଅଧିନ ଭାନପୁର ପ୍ରାଥମିକ କୃଷି ସମବାୟ ସମିତି ତରଫରୁ ବାଲିପଡା ବଜାର ପଡିଆ ଠାରେ ଭାନପୁର ପଞ୍ଚାୟତ, ଘୋଡାବନ୍ଧ ପଞ୍ଚାୟତ, ବାଗପୁର ପଞ୍ଚାୟତ ଓ ଭୀମକେଲା ପଞ୍ଚାୟତ ଅଧିନ ଚାଷୀ ମାନଙ୍କୁ ନେଇ ସମବାୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା ଆଜି ଅନୁଷ୍ଠିତ ହୋଇଯାଇଛି। ପେକ୍ସ୍ କାର୍ଯ୍ୟ ନିର୍ବାହୀ ଶ୍ରୀ ସୁଧିର ନାଏକଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କର୍ମଶାଳାରେ ଭାନପୁର ପେକ୍ସ୍ ସଭାପତି ଶ୍ରୀ ଯତୀନ୍ଦ୍ର ପଧାନ ସଭାପତିତ୍ବ କରିଥିଲେ। ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବରେ ନର୍ଲା ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଶ୍ରୀ ଦୁର୍ଗା ପ୍ରସାଦ ମହାନ୍ତି (ମୁନା ) ଯୋଗଦାନ କରିଥିବା ବେଳେ ମୁଖ୍ୟବକ୍ତା ଭାବରେ ଭବାନୀପାଟଣା ମଣ୍ଡଳ ସମବାୟ ସମିତି ସମୁହ ସହକାରୀ ନିବନ୍ଧକ ଶ୍ରୀ ଭବନାଥ ରାଇଗୁରୁ ଯୋଗଦେଇ ଥିଲେ, ବିଶେଷ ନିମନ୍ତ୍ରିତ ଅତିଥିଭାବେ ଭବାନୀପାଟଣା ମଣ୍ଡଳ ସମବାୟ ସମିତି ସମୁହ ସହକାରୀ ନିବନ୍ଧକ ଶ୍ରୀ ଭାଗବତ ନାଏକ ଓ ବିସିସିବି ନର୍ଲା ଶାଖା ବେଙ୍କିଙ୍ଗ୍ ଆସିଷ୍ଟାଣ୍ଟ ଶ୍ରୀ ହିତେଶ ଭୋଇ ଯୋଗଦାନ କରିଥିଲେ। ସମ୍ମାନିତ ଅତିଥିଭାବେ ବିସିସିବି ଡାଇରେକ୍ଟର ତଥା ମାର୍କଫେଡ୍ ଓଡିଶା ସଭ୍ୟ ଶ୍ରୀ ଦେବରାଜ ମାଝୀ, ଭାନପୁର ସରପଞ୍ଚ ଶ୍ରୀ ଅନ୍ତରାମ ମାଝୀ, ଘୋଡାବନ୍ଧ ସରପଞ୍ଚ ଶ୍ରୀମତୀ ରଶ୍ମିତା ସାହୁ, ବାଗପୁର ସରପଞ୍ଚ ଶ୍ରୀ ଗୋପାଳ ହାତୀ, ରୁପ୍ରାରୋଡ୍ ସରପଞ୍ଚ ଶ୍ରୀ ହେମନ୍ତ ଭୋଇ ଓ ଭୀମକେଲା ସରପଞ୍ଚ ପ୍ରତିନିଧି ଶ୍ରୀ ଜୟନ୍ତ ଗୌଡ ପ୍ରମୁଖ ଯୋଗଦାନ କରି ମଞ୍ଚାସୀନ ଥିଲେ। ଏହି ଅବସରରେ ଅତିଥି ଗଣ କହିଲେ ପ୍ରାଥମିକ କୃଷି ସମବାୟ ସମିତି ହେଉଛି କୃଷକର ପ୍ରକୃତ ବନ୍ଧୁ ଓ ରାଜ୍ୟ ସରକାର ଚାଷୀଙ୍କ ପାଇଁ ଘୋଷଣା କରିଥିବା ବିଭିନ୍ନ ଯୋଜନାର ଲାଭ ନେବାପାଇଁ ଉପସ୍ଥିତ ଥିବା ଚାଷୀ ମାନଙ୍କୁ ଅବଗତ କରାଇଥିଲେ। ଏହି କର୍ମଶାଳାରେ ଭାନପୁର ପେକ୍ସ୍ ଅଧିନ ସମସ୍ତ କର୍ମକର୍ତ୍ତା ଓ ଡାଇରେକ୍ଟର୍ ମାନେ ସହଯୋଗ କରିଥିଲେ। ଶେଷରେ ପେକ୍ସ୍ କାର୍ଯ୍ୟ ନିର୍ବାହୀ ଶ୍ରୀ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।

ରୁପ୍ରା, ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ 

Related posts

ଧର୍ମଗଡ ଏନ୍ଏସି ପକ୍ଷରୁ ଜନ ଭାଗିଦାରୀ ଅଭିଯାନ “ଧର୍ମଗଡ ୱାକାଥନ୍” କାର୍ଯକ୍ରମ

masiha

ବ୍ଲକ ସ୍ତରୀୟ ବ୍ୟାଙ୍କରର୍ସ କମିଟି ବୈଠକ

Sunil Chandra Nayak

ବସ୍ତା କୃଷକ ଉତ୍ପାଦକ କମ୍ପାନୀର ବୈଠକ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!