ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାରିସା ଙ୍କୁ ସରକାରୀ ସହାୟତା ମିଳିବ କେବେ?

 ମୟୂରଭଞ୍ଜ ୨୫/୩ (ମସିହା) ବିଜାତଳା ବ୍ଲକ ଅନ୍ତର୍ଗତ ମାଣିକପୁର ପଞ୍ଚାୟତର ବାନ୍ଧଗାଁ ଗ୍ରାମର ବାରିସା ନାୟକ ଙ୍କ ବାସଗୃହ ରେ ଏହି ମାସ ୯ତାରିଖ ରାତି ରେ ଅଗ୍ନିକାଣ୍ଡରେ ପୋଡି ନଷ୍ଟ ହୋଇ ଯାଇଛି । ଅଗ୍ନିକାଣ୍ଡରେ ନଡ଼ା ଛପର ଘରେ ନିଆଁ ଲାଗି ଘର ଛପର ସମ୍ପୁର୍ଣ୍ଣ ପାଉଁଶ ହୋଇଯାଇଥିବା ବେଳେ ଘରେ ଥିବା ଅସବାବପତ୍ର ଧାନ ଚାଉଳ, ଗହଣାଗାଣ୍ଠି, ଲୁଗାପଟା,ନଗଦ ଅର୍ଥ ରାଶି ସହିତ ନଷ୍ଟହୋଇ ଯାଇଛି। ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁ କୁ ଆୟତ କରିବା ସହ କ୍ଷୟକ୍ଷତି ଆକଳନ କରିଥିଲେ। ଏହାପରେ ଅଗ୍ନିକାଣ୍ଡ ଯୋଗୁଁ ବାରିସା ନାୟକ କ୍ଷତିଗ୍ରସ୍ତ ହୋଇଥିବା ସମ୍ପର୍କରେ ଜିଲ୍ଲାପାଳ ଙ୍କ ନିକଟରେ ଲିଖିତ ଅଭିଯୋଗ କରି ଥିଲେ। ଏବେ ବର୍ଷା ଯୋଗୁଁ ବହୁତ  ହଇରାଣ ହେଉଛନ୍ତି ଘର ଭିତରେ ପାଣି ପଶି ଯାଇଛି।ମାତ୍ର ଇତି ମଧ୍ୟରେ ୧୩ଦିନ ବିତିବାକୁ ଯାଉଥିଲେ ମଧ୍ୟ ପ୍ରଶାସନ ତରଫରୁ ସହାୟତା ମିଳିବାରେ ବିଳମ୍ବ ଘଟି ଥିବାର ଅଭିଯୋଗ ହେଉଛି l ଅଗ୍ନିକାଣ୍ଡରେ ବିପନ୍ନ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇବାକୁ ଦାବି ହେଉଛି l

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

କଳାହାଣ୍ଡି ଉତ୍ତର ବନଖଣ୍ଡ କାର୍ଯ୍ଯାଳୟ ଠାରେ ଆୟୋଜିତ ଜିଲ୍ଲାସ୍ତରୀୟ” ବିଶ୍ବ ବନ ଦିବସ” ବାଳସି ବିଦ୍ୟାଳୟ ପୁରସ୍କୃତ 

masiha

ଜିଲ୍ଲା ସ୍ତରୀୟ ପୋଷଣ ମାହ-୨୦୨୩ ପାଳିତ 

masiha

୨୮ତମ ରାଜ୍ୟସ୍ତରୀୟ କନିଷ୍ଠ ବର୍ଗ ବଲ୍ ବ୍ୟାଡମିଣ୍ଟନ ପ୍ରତିଯୋଗୀତା ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!