ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଵଡାମତଳିଆ ଉଚ୍ଚ ବିଦ୍ୟାଳୟରେ ବିଜାତଳା ବ୍ଳକ ସ୍ତରୀୟ ‘ସୁରଭି ଓ ମିଲେଟସ’ କାର୍ଯ୍ୟକ୍ରମ 

ଵଡାମତଳିଆ ଉଚ୍ଚ ବିଦ୍ୟାଳୟରେ ବିଜାତଳା ବ୍ଳକ ସ୍ତରୀୟ ‘ସୁରଭି ଓ ମିଲେଟସ’ କାର୍ଯ୍ୟକ୍ରମ 

 ମୟୂରଭଞ୍ଜ-୧୯/୧୦ ( ମସିହା)ମୟୂରଭଞ୍ଜ ଜିଲ୍ଲାର ବିଜାତଳା ବ୍ଳକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି – ୨୦୨୩ ଖନ୍ତ ପଞ୍ଚାୟତର ବଡାମତଳିଆ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବିଇଓ ଶ୍ରୀ ନେପାଲ ମୁଣ୍ଡା ଙ୍କ ପୌରହିତ୍ୟରେ ଗୁରୁବାର ଦିନ ମହାସମାରୋହରେ ଆନନ୍ଦ ଓ ଉଲ୍ଲାସର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଖନ୍ତ ସରପଞ୍ଚ କାନ୍ଦ୍ରା ମାହାଲି , ସମ୍ମାନିତ ଅତିଥି ବଡାମତଳିଆ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ସନ୍ତୋଷିନୀ ମୋଦି,ଅନ୍ୟତମ ଅତିଥି କାଣାପାଟ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଟୁକୁଲ ବାସ୍କେ,ଏବିଇଓ ରଞ୍ଜନ ସାଣ୍ଡିଲ ପ୍ରମୁଖ ଯୋଗ ଦେଇଥିଲେ । ପ୍ରାରମ୍ଭରେ ଅତିଥିଗଣ ଅଗ୍ରପୂଜ୍ୟ ଗଣପତିଙ୍କ ପୂଜାର୍ଚ୍ଚନା କରିଥିଲେ ।ପରେ ଅତିଥିଗଣ ଫିତା କାଟି ‘ ସୁରଭି ‘ ଶିଶୁ ମହୋତ୍ସବର ଶୁଭ ଉଦ୍ଘାଟନ କରିଥିଲେ ।ଛାତ୍ରୀମାନେ ସ୍ଵାଗତ ସଂଗୀତ ଗାନ କରିଥିଲେ ।ଶିକ୍ଷକ ମନୋଜ ମହାନ୍ତ ଅତିଥି ପରିଚୟ କରିଥିଲେ। ଗୋଷ୍ଠୀ ଶିକ୍ଷା ଅଧିକାରୀ ନେପଲ ମୁଣ୍ଡା ‘ ସୁରଭି’ କାର୍ଯ୍ୟକ୍ରମ ଦ୍ଵାରା ଛାତ୍ରଛାତ୍ରୀଙ୍କ ସୁପ୍ତ ଓ ଅନ୍ତର୍ନିହିତ ପ୍ରତିଭା ର ବିକାଶ ପାଇଁ ଏହା ସବୁଠାରୁ ବଡ଼ ମାଧ୍ୟମ ଏବଂ ଛାତ୍ରଛାତ୍ରୀ ମାନଙ୍କର ପ୍ରତିଭା ଏହା ଦ୍ଵାରା ବିକଶିତ ହୋଇ ପାରିବ ବୋଲି କହିଥିଲେ । ସେହିଭଳି ପ୍ରଧାନ ଶିକ୍ଷୟିତ୍ରୀ ସନ୍ତୋଷିନୀ ମୋଦି କହିଥିଲେ ଭଗବାନ ସମସ୍ତଙ୍କଠାରେ କିଛି ନା କିଛି ପ୍ରତିଭା ଦେଇଛନ୍ତି ।ତାହାର ସଦୁପଯୋଗ ପିଲାମାନେ ଏହି ‘ ସୁରଭି’ ପ୍ଲାଟଫର୍ମ ଦ୍ଵାରା ନିଜର ପ୍ରତିଭାକୁ ପ୍ରସ୍ଫୁଟିତ କରିପାରିବେ ।ଦିଵ୍ଯାଙ୍ଗ ହୁଅନ୍ତୁ କିମ୍ବା ଯେକୌଣସି ପୁଅ ହେଉ ଅବା ଝିଅ ହେଉ ସମସ୍ତଙ୍କଠାରୁ ପ୍ରତିଭା ଲୁଚି ରହିଛି । ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅଧୀନ ବିଭିନ୍ନ କ୍ଲଷଟରର କ୍ଲଷ୍ଟରସ୍ତରୀୟ ପ୍ରତିଯୋଗିତାରୁ କୃତୀ ୩୦୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କ ଦ୍ବାରା ଜୁନିଅର ଏବଂ ସିନିୟର ବିଭାଗରେ ବକ୍ତୃତା, ସୃଜନଶୀଳତା,, ଚିତ୍ରାଙ୍କନ,ଵିତର୍କ , ହସ୍ତାକ୍ଷର,,ରଚନା, ହସ୍ତକଳା,ଗୋଷ୍ଠୀ ନୃତ୍ୟ, ସଙ୍ଗୀତ ଏବଂ ଚଳିତ ବର୍ଷ ବିଶ୍ବ ମାଣ୍ଡିଆ ମିଲେଟ ୨୦୨୩ ଅବସରରେ ମାଣ୍ଡିଆ ଶସ୍ଯକୁ ପ୍ରାଧାନ୍ୟ ଦିଆଯାଇ ତାହା ଉପରେ ଛାତ୍ରଛାତ୍ରୀ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।ପରେ ଛାତ୍ରଛାତ୍ରୀମାନେ ନିଜର ଉଚ୍ଚ କୋଟୀର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।ବ୍ଳକ ସ୍ତରୀୟ ସମସ୍ତ କୃତି ପ୍ରତିଯୋଗୀଙ୍କୁ ଅତିଥି ଗଣଙ୍କ ଦ୍ବାରା ମାନପତ୍ର ଓ ପୁରସ୍କୃତ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ବଡଆମତଳଇଆ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, କର୍ମଚାରୀ ସମେତ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଜୟନ୍ତ ବେହେରା, ଦେବାଶିଷ ବସା, ଠାକୁର ମୁର୍ମୁ, ମଧୁସ୍ମିତା ଗିରି,କସ୍ତୁରୀ ମହାନ୍ତି,ଭବାନୀ ଶଙ୍କର ଗିରି,ଭରତେନ୍ଦୁ ମହାନ୍ତ ଓ ଅନ୍ୟମାନେ ପରିଚାଳନାରେ ସହଯୋଗ କରିଥିଲେ ।କାର୍ଯ୍ୟକ୍ରମରେ ସମସ୍ତେ ବହୁ ଖୁସି ହୋଇଥିଲେ ।ଶେଷରେ ପ୍ରଧାନ ଶିକ୍ଷୟତ୍ରୀ ଶାରଦୀୟ ଅବସରରେ ମା’ ଦୁର୍ଗତିନାଶିନୀ ସମସ୍ତଙ୍କର ମଙ୍ଗଳ କରନ୍ତୁ , ସମସ୍ତେ ସପରିବାର ସହିତ ଆନନ୍ଦର ପୂଜାଛୁଟି କାଟନ୍ତୁ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଆସନ୍ତା ମହିଳା ଦିବସ ଉପଲକ୍ଷେ ଲେଡିଲାୟନ ର ଖେଳ କାର୍ଯ୍ୟକ୍ରମ

Sunil Chandra Nayak

1974 ମାଟ୍ରିକ ବ୍ୟାଚ ର ଆଲୁମିନା ମିଟ

Sunil Chandra Nayak

ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ୭୬ତମ ଏନ୍‌ସିସି ଦିବସ ପାଳନ

masiha

Leave a Comment

error: Content is protected !!