ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦଶହରା ଉପଲକ୍ଷେ ପ୍ରସ୍ତୁତି ବୈଠକ , ବାରହାତ ଖଡ୍ଗ ଶୋଭାଯାତ୍ରା ଆସନ୍ତା ୨୪ରେ

ଦଶହରା ଉପଲକ୍ଷେ ପ୍ରସ୍ତୁତି ବୈଠକ ,

ବାରହାତ ଖଡ୍ଗ ଶୋଭାଯାତ୍ରା ଆସନ୍ତା ୨୪ରେ

ରାଉରକେଲା/ ନିଖିଳ ଉତ୍କଳ ଖଣ୍ଡାୟତ କ୍ଷେତ୍ରୀୟ ମହାସଭା, ଇସ୍ପାତ ନଗର କମିଟି ପକ୍ଷରୁ ଆସନ୍ତା ଦଶହରା ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଖଡ୍ଗ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ମହାସଭା ର ସହ ସମ୍ପାଦକ ଅକ୍ଷୟ କୁମାର ଜେନା ଙ୍କ ଅଧ୍ୟକ୍ଷତା ଓ ସାଧାରଣ ସମ୍ପାଦକ ଶଶଧର ପାତ୍ରଙ୍କ ଆବାହକତ୍ବ ରେ ଆୟୋଜିତ ଏହି ବୈଠକରେ ବରିଷ୍ଠ କର୍ମକର୍ତ୍ତା ଗଣ ଯୋଗଦେଇ ଆଗାମୀ ଦଶହରାରେ ନୀତିନିୟମ ଅନୁଯାୟୀ ବାର ହାତ ଖଡ୍ଗ ପୂଜା ସହ ଦଶହରା ଦିନ ଖଡ୍ଗ ଶୋଭାଯାତ୍ରା ସମ୍ପର୍କରେ ଆଲୋଚନା କରାଯାଇଥିଲା। ନିଷ୍ପତ୍ତି ଅନୁଯାୟୀ ୨୪ ତାରିଖ ଦିନ ଦିବା ୧୦ ଠାରୁ ୧୧ ଟା ପର୍ଯ୍ୟନ୍ତ ଏକ ଖଣ୍ଡାୟତ ଓ କ୍ଷେତ୍ରୀୟ ଙ୍କ ଐତିହ୍ୟ ଓ ପରମ୍ପରା ସଂପର୍କରେ ପ୍ରଧ୍ୟାପକ ଡ଼ଃ ପ୍ରଭାତ କୁମାର ମଲ୍ଲିକ ଆଲୋଚନା କରିବେ। ଆଲୋଚନା ପରେ ଖଡ୍ଗ ଶୋଭାଯାତ୍ରା ବାହାରିବ। ୨୦ତାରିଖରୁ ଆରମ୍ଭ ହୋଇ ୨୪ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ଚଳିତ ବର୍ଷ ୨୪ ତାରିଖ ଖଡ୍ଗ ଶୋଭାଯାତ୍ରାରେ ଖଣ୍ଡାୟତ କ୍ଷେତ୍ରୀୟ ମହିଳା ମାନେ ସାମିଲ ହେବେ ବୋଲି ଜଣାପଡିଛି। ଏହି ଶୋଭାଯାତ୍ରା ଖଡ୍ଗ ଭଵନରୁ ବାହାରି ସେକ୍ଟର ଦୁଇ ବିଜୁ ପଟ୍ଟନାୟକ ଛକ ପର୍ଯ୍ୟନ୍ତ ଯାଇ ପୁଣି ଖଡ୍ଗ ଭବନକୁ ଫେରଲା ପରେ ପ୍ରସାଦ ସେବନ କରାଯିବ। ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଖଣ୍ଡାୟତ ଓ କ୍ଷେତ୍ରୀୟ ଭାଇ ଓ ଭଉଣୀ ମାନେ ବହୁ ସଂଖ୍ୟାରେ ଯୋଗଦେବାପାଇଁ ସାଧାରଣ ସମ୍ପାଦକ ଶ୍ରୀ ପାତ୍ର ଅନୁରୋଧ କରିଛନ୍ତି। ଏହି ପ୍ରସ୍ତୁତି ବୈଠକରେ ସର୍ବଶ୍ରୀ ଉପେନ୍ଦ୍ର କୁମାର ନାୟକ,ଚାନ୍ଦମଣି ବେହୁରା, ନାରାୟଣ ସାମଲ, ସୁବ୍ରତ ମଲ୍ଲିକ, କିଶୋର ନାୟକ, ରବିନ୍ଦ୍ର କୁମାର ବାରିକ, ଉଗ୍ରସେନ ବିଶ୍ବାଳ, ସସ୍ମିତା ପ୍ରଧାନ,ରଥିନ୍ଦ୍ର ପ୍ରଧାନ, ସୁଦର୍ଶନ ସାମଲ, ସନ୍ତୋଷ ବିଶ୍ବାଳ, ପ୍ରଭାତ ବେହେରା, ହୃଷିକେଶ ପରିଡ଼ା, ରାଧେଶ୍ୟାମ ପରିଡ଼ା, କାର୍ତ୍ତିକ ଖଣ୍ଡୁଆଳ, ଅଭିରାମ ପ୍ରଧାନ, କୁଞ୍ଜବିହାରୀ ରାଉତ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ନନ୍ଦାହାଣ୍ଡି ଠାରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

ଆଦର୍ଶ ପାଠାଗାରର ମହାବିଷୁବ ମିଳନ ଆସନ୍ତା ୧୪ ରେ ……

Sunil Chandra Nayak

ଟିମନପୁର୍ ସେବାଶ୍ରମ ରେ ଅଷ୍ଟମ ଶ୍ରେଣୀ ଛାତ୍ର ଙ୍କୁ ନିର୍ଯ୍ୟାତନା ଘଟଣା ରେ ନୂଆପଡ଼ା ଜିଲ୍ଲାପାଳ ପକ୍ଷ ରୁ ପଦକ୍ଷେପ, ଦାୟିତ୍ବ ରେ ଥିବା ପ୍ରଧାନ ସେବକ ଙ୍କୁ କାର୍ଯ୍ୟରୁ ନିଲମ୍ୱିତ 

Sunil Chandra Nayak

Leave a Comment

error: Content is protected !!