ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଟେକ୍ନୋଓ୍ବାର୍ଲଡ ଆବାସିକ ବିଦ୍ୟାଳୟ +୨ ବି ବିଜ୍ଞାନରେ ୧୨୮ ଟି ସ୍ଥାନରେ ନାମଲେଖା ପାଇଁ ୪୦୦ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ପରୀକ୍ଷା 

ମୟୂରଭଞ୍ଜ- (ମସିହା) ୨୫/୩ ମୟୂରଭଞ୍ଜ ଜିଲ୍ଲାର ଦିତୀୟ ବୃହତ୍ତମ ବାମନଘାଟୀ ଉପଖଣ୍ଡର ଏକମାତ୍ର ଅଗ୍ରଣୀ ଘରୋଇ ଟେକ୍ନୋଓ୍ବାର୍ଲଡ ଆବାସିକ ବିଦ୍ୟାଳୟ ଅବସ୍ଥିତ ।ଦିର୍ଘଵର୍ଷ ହେଲା ଏହି ଅଂଚଳର ଶିକ୍ଷା କ୍ଷେତ୍ରରେ ଏକ ମାଇଲ ଖୁଣ୍ଟ ପ୍ରତିଷ୍ଠା କରିଛି । ଆର୍ଥିକ ବିକାଶରେ ଶିକ୍ଷାର ଭୂମିକା ଅବର୍ଣ୍ଣନୀୟ । ଯେଉଁ ଦେଶ ଯେତେ ଶିକ୍ଷିତ ସେ ଦେଶ ସେତେ ବିକଶିତ ।ଏହି ବାମନଘାଟୀ ଉପଖଣ୍ରେ ଶତକଡା ୭୦ ରୁ ଉର୍ଦ୍ଧ୍ବ ଅନୂସୂଚିତଜାତି ଓ ଜନଜାତି ବସବାସ କରନ୍ତି ।ଶିକ୍ଷାରେ ଏହା ଏକ ପଛୁଆ ଅଂଚଳ । ତେଣୁ ଏହି ଅଂଚଳରେ ଶିକ୍ଷାର ପ୍ରଚାର ପ୍ରସାର ପାଇଁ କତିପୟ ଦୂରଦୃଷ୍ଟି ସଂପନ୍ନା ଲୋକଙ୍କ ଦ୍ଵାରା ଟେକ୍ନୋଓ୍ବାରଲଡ +୨ ଆବାସିକ ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା ।ତାହା ଏବେ ଏ ଅଂଚଳର ଶିକ୍ଷାର ପ୍ରଚାର ଓ ପ୍ରସାର ଦିଗରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ।ଏଠାରୁ ଶିକ୍ଷା ଲାଭ କରି ଛାତ୍ରଛାତ୍ରୀମାନେ ସମାଜର ବିଭିନ୍ନ କ୍ଷେତ୍ରରେ ଉଚ୍ଚ ପଦପଦବୀରେ ରହି ଗୁରୁ ଦାୟିତ୍ବ ନିଭାଉଛନ୍ତି ।ଏହି ଅନୁଷ୍ଠାନରରେ ଅଭିଜ୍ଞ ଅଧ୍ୟାପକ ଓ ଅଧ୍ଯାପିକାମାନଙ୍କୁ ନୃଇ ଶିକ୍ଷାଦାନ କରାଯାଉଛି । ଛାତ୍ରଛାତ୍ରୀଙ୍କ ରହିବା ,ଖାଇବା ଓ ଶିକ୍ଷାଦାନ ପ୍ରତି ଅନୁଷ୍ଠାନ ପକ୍ଷରୁ ବିଶେଷ ଦୃଷ୍ଟି ଦିଆଯାଇଥାଏ ।

 ଚଳିତ ବର୍ଷ ୨୦୨୩ ପାଇଁ ଏହି ବିଦ୍ୟାଳୟ ପରିସରରେ +୨ ବିଜ୍ଞାନର ୧୨୮ ଟି ସିଟର ନାମଲେଖା ପ୍ରବେଶିକା ପରୀକ୍ଷା ପାଇଁ ଆଜି ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଏଥିରେ ୪୦୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ପରୀକ୍ଷାରେ ଅଂଶ ଗ୍ରହଣ କରିଥିଲେ । ଏଥିରେ ଯୋଗ୍ୟ ପ୍ରାର୍ଥୀ ମାନଙ୍କୁ ନାମ ଲେଖାର ସୁଯୋଗ ଦିଆଯିବା ସହ ବିଦ୍ୟାଳୟ ତରଫରୁ ମେଧାବୃତ୍ତି ପ୍ରଦାନ କରାଯିବାର ବ୍ୟବସ୍ଥା କରାଯିବ ବୋଲି ପ୍ରଶାସନିକ ଅଧିକାରୀ ଅଧିବକ୍ତା ଶ୍ରୀ ଭବାନୀ ଶଙ୍କର ମହାନ୍ତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ଏଥିରେ କୃର୍ତ କାର୍ଯ୍ୟ ହୋଇ ଥିବା ଛାତ୍ରଛାତ୍ରୀମାନେ ୨୦୨୩- ଶିକ୍ଷା ବର୍ଷ ପାଇଁ ନାମ ଲେଖାଇବା ପାଇଁ ଯୋଗ୍ୟ ବିବେଚିତ ହେବେ ତତ୍ ସହିତ କଲେଜ ତରଫରୁ ଦିଆ ଯାଉଥିବା ଛାତ୍ରବୃତ୍ତି ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ।

ଏହି ପ୍ରବେଶିକା ପରୀକ୍ଷାରେ କଲେଜର ଅଧ୍ୟକ୍ଷ ପ୍ରଫେସର ଲଳିତ ମୋହନ ପ୍ରଧାନ, କଲେଜର ପ୍ରଶାସନିକ ଅଧିକାରୀ advcote ଭବାନୀ ଶଙ୍କର ମହାନ୍ତି, ପ୍ରାକ୍ତନ ନିର୍ଦ୍ଦେଶକ ଇଞ୍ଜିନିୟର ଉମାକାନ୍ତ ମହାନ୍ତ, ସୂର୍ଯ୍ୟକାନ୍ତ ଘଣା, ଡଃ ସସ୍ମିତ ଦାସ, ଗୌତମ ମହାନ୍ତ, ଅଧ୍ୟାପକ ଅଭିନାଶ ବାରିକ୍,ଏକତା ଅଧିକାରୀ,ପ୍ରଜ୍ଞା ପାରମିତା ପ୍ରଧାନ, ଭାସ୍କର ପଟ୍ଟନାୟକ ରୋହିତ ନନ୍ଦ, ପ୍ରଦୁମ୍ନ ଦତ୍ତ, ସିପୁନ ମହାନ୍ତି, ଅଜୟ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ପରୀକ୍ଷା ପରିଚାଳନାରେ ସହଯୋଗ କରିଥିଲ

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ସିନାପାଲି ବ୍ଲକରେ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

masiha

ନନ୍ଦଘର ଠାରେ କିଶୋର କିଶୋରୀ ମେଳା 

masiha

ରାଇରଙ୍ଗପୁରରେ ଉପଖଣ୍ଡ ସ୍ତରୀୟ ୭୦ ତମ ସର୍ବଭାରତୀୟ ସମବାୟ ସପ୍ତାହ 

masiha

Leave a Comment

error: Content is protected !!