ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ରାଇରଙ୍ଗପୁରରେ ରାଇରଙ୍ଗପୁର ବ୍ରାହ୍ମଣ ମହାସଂଘ ଆନୁକୁଲ୍ୟରେ ବିଶ୍ବ କଲ୍ୟାଣ ମହାଯଜ୍ଞ 

ମୟୂରଭଞ୍ଜ -୨୬/୩ (ମସିହା) ଯଜ୍ଞ ଅନୁଷ୍ଠାନ ଦ୍ଵାରା ଇନ୍ଦ୍ର ଦେବତା ପ୍ରସନ୍ନ ହୋଇ ବୃଷ୍ଟି କରନ୍ତି ଯାହାଫଳରେ ବିଶ୍ଵ ଶସ୍ଯଶ୍ଯାମଳା ହୋଇଥାଏ । ଯଜ୍ଞ ଦ୍ବାରା ମନ୍ତ୍ର ଶକ୍ତି,,ଆତ୍ମିକ ଶକ୍ତି ଜାଗ୍ରତ, ଆଧ୍ୟାତ୍ମିକ, ଆଧିଵୈଦିକ,ଆଧିଭୌତିକ ବିପତ୍ତିରୁ ମୁକ୍ତି ମିଳେ, ପିତୃଲୋକମାନେ ସନ୍ତୁଷ୍ଟ ହୁଅନ୍ତି ।ଧର୍ମ ର ଜୟ ହେବା ସହ ଅଧର୍ମର ବିଲୟ ହୁଏ । ମନୁଷ୍ୟର ଅନ୍ତଃକରଣ ପବିତ୍ର ହେବା ସହ କୁସଂସ୍କାର ଦୂରିଭୂତ ହୁଏ |ବାମନଘାଟୀ ଉପଖଣ୍ଡ ବ୍ରାହ୍ମଣ ମହାସଂଘ ତରଫରୁ କୁଚେଇବୁଢୀସ୍ତ ଶ୍ରୀ ପୂଣ୍ଣେଶ୍ବର ମହାଦେବ ମନ୍ଦିର ପ୍ରାଙ୍ଗଣରେ ଜଗତର କଲ୍ୟାଣ ନିମନ୍ତେ ବିଶ୍ବ କଲ୍ୟାଣ ମହାଯଜ୍ଞ ଗତ ୨୩ ତାରିଖ ଠାରୁ ୨୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା | ୨୩ ରୁ୨୬ ତାରିଖ ପର୍ଯ୍ୟନ୍ତ ଯଜ୍ଞ ର ସମସ୍ତ ରୀତିନୀତି ଭାବେ ପୂଜାର୍ଚ୍ଚନା ଅନୁଷ୍ଠିତ ହେବାସହ ଭକ୍ତଵୃନ୍ଦଙ୍କୁ ଅନ୍ନପ୍ରସାଦ ବଣ୍ଟନ କରାଯାଇଥିଲା । |ଓଡିଶାର ସାରଳାକ୍ଷେତ୍ର ଜଗତସିଂହପୁରରୁ ନନା ଓ ସ୍ଥାନୀୟ ନନାମାନଙ୍କ ଦ୍ବାରା ଯଜ୍ଞକାର୍ଯ୍ୟ ସମ୍ପନ୍ନ ହୋଇଥିଲା |୨୪ ଓ ୨୫ ତାରିଖ ସଂନ୍ଧ୍ୟାବେଳେ ପଣ୍ଡିତ ସୁରେନ୍ଦ୍ର ନାଥ ଦାଶ,ପଣ୍ଡିତ ମାନସ କୁମାର ଦାଶ ଓ ପଣ୍ଡିତ ବଳରାମ ଦାଶ ଦିବ୍ୟ ପ୍ରବଚନ ପ୍ରଦାନ କରିଥିଲେ |ଉକ୍ତ ଯଜ୍ଞକର୍ମରେ ବ୍ରାହ୍ମଣ ପିଲାମାନଙ୍କର ବ୍ରତଉପୋନୟନ ବିନା ଶିଳ୍କରେ କରାଯାଇଥିଲା |ଏଥିରେ କମିଟୀର ସଭାପତି ଗଣେଶ ମିଶ୍ର,ସମ୍ପାଦକ ସୁଶାନ୍ତ କୁମାର ମିଶ୍ର,କୋଷାଧକ୍ଷ୍ୟ ନୃସିଂହଚରଣ ଦାଶ,କାର୍ଯ୍ୟକାରୀ ସଦସ୍ୟ ଜନରଂଜନ ଦାଶ,ସମୀର କୁମାର ଦାଶ,ସତ୍ୟବ୍ରତ ଦାଶ,ତରୁଣ କୁମାର ନନ୍ଦ,ଅନ୍ଦେନ୍ଧୁ ଶେଖର ରଥ,କୃପାସିନ୍ଧୁ ପଣ୍ଡା,ଧୂଳିଆନନା,ଜୟକୃଷ୍ଣ ଦାଶ,ଶିଶିର ପଣ୍ଡା ଓ ହେମନ୍ତ କୁମାର ଶତପଥି,ଗଣେଶ ଚନ୍ଦ୍ର ଦୀଖିତ ସହ କମିଟୀର ଅନ୍ୟାନ୍ୟ କର୍ମକର୍ତ୍ତାଗଣ ସହଯୋଗ କରିଥିଲେ ।ଏହି ପବିତ୍ର ଯଜ୍ଞରେ ଓଡ଼ିଶା ରାଜ୍ୟ ବ୍ରାହ୍ମଣ ମହାସଂଘ ସଭାପତି ସଦାନନ୍ଦ ଦୀକ୍ଷିତ ଏବଂ ତାଙ୍କ ସହଯୋଗୀ, ରାଜ୍ୟ ମହିଳା ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ, ମୟୂରଭଞ୍ଜ ସ୍ବତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦ ଅଧ୍ୟକ୍ଷ ଡାକ୍ତର ଦେବାଶିଷ ମାରାଣ୍ଡି,ରାଜ୍ୟ ଶିକ୍ଷା ସଚିବ ଉପଦେଷ୍ଟା ଶ୍ରୀ ଶିଶିର ପରିଜା, ରାଇରଙ୍ଗପୁର ପୌରାଧ୍ଯକ୍ଷ ଅଭିଷେକ ପଟ୍ଟନାୟକ ସମେତ ସହରର ଆଖପାଖ ଅଂଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଠାକୁରଙ୍କ ଆଶୀର୍ବାଦ ନେଇଥିଲେ । ଶାନ୍ତି ଶୃଙ୍ଖଳାର ସହ ଯଜ୍ଞ ସମ୍ପନ୍ନ ହୋଇଥିବାରୁ ଏବଂ ସହରବାସୀଙ୍କ ଅକୁଣ୍ଠ ସହଯୋଗ ମିଳିଥିବାରୁ ସଭାପତି ଗଣେଶ ମିଶ୍ର ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ବୃନ୍ଦବାହଲ ପ୍ରହରୀ ମଣ୍ଡପରେ ଷୋହଳ ପ୍ରହର ନାମଯଜ୍ଞ

Sunil Chandra Nayak

୮୩ ବର୍ଷର ଐତିହ୍ୟ , ଢେଙ୍କାନାଳର ବିଶ୍ଵ ପ୍ରସିଦ୍ଧ ଗଣପର୍ବ ଗଜଲକ୍ଷ୍ମୀ ପୂଜା 

Sunil Chandra Nayak

ମାଲପଡା ରେ ମା ପେଡ୍ର।ଣୀ ଙ୍କ ମଣ୍ଡେଇ ଯାତ୍ରା, ହଜାର ହଜାର ଭକ୍ତଙ୍କ ସମାଗମ

Leave a Comment

error: Content is protected !!