ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅଳପ ଗଳ୍ପ

କୁମାରୀ ପୁଷ୍ପଲତା ମୁଣ୍ଡା ଙ୍କ ମିନି ଗଳ୍ପ = ଲୋଭି କୁକୁର ଓ ସୁନ୍ଦରୀ ଠେକୁଆ

ଲୋଭି କୁକୁର ଓ ସୁନ୍ଦରୀ ଠେକୁଆ

ଜଣେ କୃଷକ ଗୋଟେ ଠେକୁଆ ଓ ଗୋଟେ କୁକୁର ପୋଷି ଥିଲା। ଠେକୁଆ ଟି ଥିଲା ଅତି ସୁନ୍ଦର ଓ କୁକୁର ଟି ଥିଲା ଭାରି ଲୋଭି। 

ଠେକୁଆ କେବେବି କୁକୁର କୁ ଭଲ ପାଉନଥିଲା। କାହିଁକି ନା ସେ ଏଣେତେଣେ ପଡିଥିବା ଖାଦ୍ୟ ସବୁ ଖାଇ ଦେଉଥିଲା। କୁକୁର ମଧ୍ୟ ଠେକୁଆ କୁ ଆଦୌ ଭଲ ପାଉନଥିଲା।କାହିଁକି ନା ସେ ସୁନ୍ଦର ବୋଲି ଭାରି ଗର୍ବ କରୁଥିଲା । କୁକୁର ତା ସହିତ ଖେଳିବା ପାଇଁ ପାଖକୁ ଗଲେ ଠେକୁଆ ନିଜର ଦୁଇ କାନ ହଲେଇ ଅନ୍ୟ ସ୍ଥାନକୁ ପଳଉ ଥିଲା। ସେଥିପାଇଁ କୁକୁର ତାକୁ ଫୁଲେଇ ଫୁଲେଇ କହି ଡାକୁଥିଲା। ଦୁହିଁଙ୍କ ଭିତରେ ଆଦ୍ୱ ଭଲ ପଡୁନଥାଏ। ଚାଷୀ ଦୁହିଁଙ୍କର କାର୍ଯ୍ୟ କଳାପକୁ ଦେଖି ଭାରି ବିରକ୍ତ ହେଉଥିଲା।ଦିନେ ଚାଷି ର କୌଣସି କାମ ନଥିବାରୁ ସେ କୁକୁର ଓ ଠେକୁଆ କୁ ନେଇ ଗୋଟିଏ ସୁନ୍ଦର ଓ ମନଲୋଭା ଯାଗାକୁ ବୁଲିବାକୁ ଯାଇଥାଏ। ସେଠାରେ ବୁଲୁ ବୁଲୁ ଠେକୁଆ ତା ସାଙ୍ଗ ସାଥୀ ମାନଙ୍କୁ ପାଇଲା। ତାକୁ ଦେଖି ସମସ୍ତେ ପ୍ରଶଂସା କରି କହିଲେ ସତରେ ତ ପରିକା ସୁନ୍ଦରୀ ତ ଆଉ କେହି ନାହିଁ !ତାଙ୍କ କଥା ଶୁଣି ଠେକୁଆ ର ଗର୍ବ ଆହୁରି ଅଧିକ ବେଶୀ ବଢିଗଲା। କୁକୁର ମଧ୍ୟ ନିଜ ମାଲିକକୁ ଛାଡି ମାଂସ ଖାଇବା ଲୋଭରେ ଭୋଜି ହେଉଥିବା ସ୍ଥାନକୁ ଧାଇଁଲା। ଠେକୁଆ ନିଜକୁ ଅନେକ ସୁନ୍ଦର କହି କଁଳିଆ ଘାସ ଉପରେ ଖେଳ ,କୁଦ କରୁ କରୁ ଗୋଟିଏ ଧାରୁଆ ଅସ୍ତ୍ରରେ ତା କାନ ବାଜି କାନଟି କଟି ଗଲା। ଠେକୁଆ ର କାନ କଟିଯିବାରୁ କେହି ତାକୁ ଭଲପାଇଲେ ନାହିଁ। କୁକୁର ର ମଧ୍ୟ ଦୁଇ ଗୋଟେ ଛୋଟା ହେଇଗଲା ସେ ମଧ୍ୟ ଅନ୍ୟ କାହାରି ସହିତ ଖେଳି ପାରିଲା ନାହିଁ।ଠେକୁଆ ଟି ଧିରେ ଧିରେ ନିଜର ଗର୍ବ ଅହଙ୍କାର ଛାଡି କୁକୁର ସହିତ ଖେଳିଲା।କୁକୁର ମଧ୍ୟ କୌଣସି ଆଡେ ଯାଇନପାରି ବାରୁ ଠେକୁଆ ସହିତ ବନ୍ଧୁତା କଲା। ଏହିପରି ଭାବରେ ଦୁହିଁଙ୍କ ମଧ୍ୟରୁ ଗର୍ବ ଓ ଲୋଭି ପଣିଆ ଦୁରେଇ ଗଲା ।

       ସେଥିପାଇଁ କୁହାଯାଏ ଅତି ଲୋଭ କରିବା ଓ ଅତି ଗର୍ବ କରିବାର ଫଳ କେବଳ ନିମ୍ନ ଗତି ହିଁ ହୋଇଥାଏ। 

                               କୁମାରୀ ପୁଷ୍ପଲତା ମୁଣ୍ଡା 

                                   ମଙ୍ଗଳ ପୁର //କେନ୍ଦୁଝର

Related posts

ନଳିନୀ ପ୍ରଭା ମିଶ୍ର  ଙ୍କ ଗଳ୍ପ = ଗୀତିକାର ଚିଠି

Sunil Chandra Nayak

ୟୁଜିଆଇ ଆଲୁମିନୀ ଆସୋସିଏସନ ତରଫରୁ ରକ୍ତଦାନ ଶିବିର , ୮୦ ୟୁନିଟ୍ ରକ୍ତ ସଂଗ୍ରହ

Sunil Chandra Nayak

ରବୀନ୍ଦ୍ର କୁମାର ବେହେରା ଙ୍କ ଗଳ୍ପ = ଗୁରବେ ନମଃ

Sunil Chandra Nayak

Leave a Comment

error: Content is protected !!