ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜଟାବାଲ ରେ ହିନ୍ଦୁ ମହାସଂଘ ପ୍ରତିଷ୍ଠା ସପ୍ତାହ ପାଳିତ

ପାପଡାହାଣ୍ଡି,27/3, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଜଟାବାଲ ଠାରେ ସୋମବାର ହିନ୍ଦୁ ମହାସଂଘର ପ୍ରତିଷ୍ଠା ସପ୍ତାହ ଧୂମଧାମରେ ପାଳିତ ହୋଇଯାଇଛି। ଏହି ଅବସରରେ ମାଁ ଠାକୁରାଣୀ ମନ୍ଦିର ଠାରୁ ହିନ୍ଦୁ ମହାସଂଘ ସାମାଜିକ ଗଣମାଧ୍ୟମ ସଂଯୋଜକ ଗୋରା ହରିଜନ, ପଞ୍ଚାୟତ ସଭାପତି ଜଳନ୍ଧର ସିଂ ଏବଂ ପ୍ରବକ୍ତା ଚିନ୍ମୟୀ ସାହୁ ତତ୍ବାବଧାନରେ ଏକ ବିଶାଳ ଶୋଭାଯାତ୍ରା ବାହାରି ଗ୍ରାମ ପରିକ୍ରମା କରିଥିଲା। ହିନ୍ଦୁ ମହାସଂଘ କେନ୍ଦ୍ରୀୟ ସମିତି ପ୍ରମୁଖ ଜୟନ୍ତ କୁମାର ପାତ୍ର ଏବଂ ବିଶ୍ବହିନ୍ଦୁ ପରିଷଦ ର କୃପାରାମ ସାହୁ ଙ୍କୁ ସ୍ବାଗତ କରି ଆଣିବା ପରେ ଦିବାନ୍ ସାହି ରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ହିନ୍ଦୁ ମହାସଂଘ ପ୍ରମୁଖ ଜୟନ୍ତ କୁମାର ପାତ୍ର ହିନ୍ଦୁ ମହାସଂଘ ର ପ୍ରତିଷ୍ଠା ଓ ଚୈତ୍ର ଶୁକ୍ଳ ପ୍ରତିପଦା ହିନ୍ଦୁ ନବବର୍ଷ ର ଉପାଦେୟତା ବିଷୟରେ ଆଲୋକପାତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ହିନ୍ଦୁ ମହାସଂଘ ପ୍ରବକ୍ତା ଶ୍ୟାମସୁନ୍ଦର କବିରାଜ, ବିଶ୍ବହିନ୍ଦୁ ପରିଷଦ ର ଅଶୋକ ପାତ୍ର, କେଶରୀଆ ହିନ୍ଦୁ ପରିଷଦ ର ସଭାପତି ମିହିର ପାତ୍ର, ଗଗନ ଗନ୍ତାୟତ, ମିଲୁ ପଣ୍ଡା, ବାଦଲ ପଟ୍ଟନାୟକ, ମନମୋହନ ସାହୁ, ବିକାଶ ସାହୁ, ବିନୋଦ ପ୍ରଧାନ , ଦୁର୍ଗା ପ୍ରଧାନ , ମଙ୍ଗଳଦେଈ ଜାନୀ, ରାମକୃଷ୍ଣ ଭତ୍ରା, ରାମକୃଷ୍ଣ ପାଣିଗ୍ରୀ, ଅର୍ଜୁନ ଜାନୀ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ। ସ୍ଥାନୀୟ ଶିବ ମନ୍ଦିର ନିକଟରେ ଶୋଭାଯାତ୍ରା ସମାପ୍ତ କରାଯାଇଥିଲା।

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

The 5th installation ceremony of Intract club of SSVM

Sunil Chandra Nayak

ଆନ୍ଧ୍ରପ୍ରଦେଶ  ଇଟାଭାଟି ମାଳିକ ଙ୍କ ଟଙ୍କା ଖାଇଲେ ସର୍ଦ୍ଦାର ,   ବନ୍ଧା ହେଲେ ୨ ଶିଶୁ ଶ୍ରମିକ , ୬ ବର୍ଷ ପୁଅ ଓ ୧୪ ବର୍ଷ ଝିଅ ଙ୍କୁ ଉଦ୍ଧାର ପାଇଁ ବାପାଙ୍କ ଆକୁଳ ନିବେଦନ

masiha

ଗରିବରର ବନ୍ଧୁ ଡ଼ଃ.ଅନ୍ନଦା ଶଙ୍କର ଦାଶ ଙ୍କ ମହାନତା

Sunil Chandra Nayak

Leave a Comment

error: Content is protected !!