ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକ ସ୍ତରୀୟ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ପ୍ରଶିକ୍ଷଣ ଶିବିର

ତେନ୍ତୁଳିଖୁଣ୍ଟି ୨୭/୦୩/୨୩ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ତେନ୍ତୁଳିଖୁଣ୍ଟି ରେ ବ୍ଲକ ସ୍ତରୀୟ ‘ପ୍ରାରମ୍ଭ ‘ ତାଲିମ ଆଜିଠୁଁ ଆରମ୍ଭ ହୋଇଛି। ଏହି ତାଲିମ ତାରିଖ ପର୍ଯ୍ୟନ୍ତ ଚାଲିବ। ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ‘ପ୍ରାରମ୍ଭ’ ରାଜ୍ୟ ସରକାରଙ୍କ ଙ୍କ ଏକ ଅଭିନବ ପ୍ରୟାସ ,ଏହାଦ୍ୱାରା ବିଦ୍ୟାଳୟରେ ଛାତ୍ର ଛାତ୍ରୀ ଙ୍କୁ କିଭଳି ସରଳିକୃତ ଭାବେ ସଂଖ୍ୟାଜ୍ଞାନ ଆଦି ଶିକ୍ଷା ଦିଆ ଯାଇ ପାରିବ ସେ ସମ୍ପର୍କରେ ତାଲିମ ଦିଆଯିବ। ଏହି ଶିବିର ରେ ସଂଜୀବ ସାହୁ ,ଜଗଦେଵ କେଶରୀ ସାମନ୍ତ,ମୃତ୍ୟୁଞ୍ଜୟ ମିଶ୍ର ତାଲିମ ପ୍ରଦାନ କରୁଛନ୍ତି। ଶିବିର ବ୍ଲକ ଶିକ୍ଷାଧିକାରୀ ସୌମେନ୍ଦ୍ର ଭୌମିକ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚାଲୁଛି।ଶିବିର ପରିଚାଳନା ରେ ଏ ବି ଇ ଓ ମୋହନ ମଧୁସୂଦନ ବାଘ ଓ ଗୋରା ଚାନ୍ଦ ତ୍ରିପାଠୀ ସହଯୋଗ କରୁଛନ୍ତି। ୬ ଟି ପର୍ଯ୍ୟାୟରେ ତାଲିମ ପ୍ରଦାନ କରାଯିବ। ଗୋଟିଏ ପର୍ଯ୍ୟାୟରେ ୫୦ ଟି ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ ତାଲିମ ନେବେ। ଏହି କାର୍ଯ୍ୟକ୍ରମ ୬ପର୍ଯ୍ୟାୟ ପରେ ସମ୍ପନ୍ନ ହେବ ବୋଲି ବି ଇ ଓ ଭୌମିକ ସୂଚନା ଦେଇଛନ୍ତି।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଅଭିଭାବକ ଓ ଶିକ୍ଷକ ସମନ୍ବୟ ବୈଠକ

Sunil Chandra Nayak

ଆଇନ ମହାବିଦ୍ୟାଳୟରେ ବିଶ୍ବ ଉପଭୋକ୍ତା ଅଧିକାର ଦିବସ ପାଳିତ

masiha

ସେକ୍ଟର-୧୬ ଧବଳେଶ୍ଵର ମନ୍ଦିରରେ ୬୨ତମ ଅଷ୍ଟପ୍ରହରୀ ନାମ ଯଜ୍ଞ

Sunil Chandra Nayak

Leave a Comment

error: Content is protected !!