ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଜୁନାଗଡ଼ ଠାରେ ଅବକାରୀ ବିଭାଗ ତରଫରୁ ଏକଲକ୍ଷ ଟଙ୍କା ର ଗଞ୍ଜେଇ ଜବତ ୨ ଗିରଫ ଓ କୋର୍ଟ ଚାଲାଣ

ଜୁନାଗଡ଼,୨୭/୩(ମ ନି ସ) ଜୁନାଗଡ଼ ଅବକାରୀ ବିଭାଗ ତରଫରୁ ସବ ଇନିସପେକ୍ଟର ଲକ୍ଷ୍ମୀପ୍ରିୟା ମଲ୍ଲିକଙ୍କ ନେତୃତ୍ୱରେ ଜୁନାଗଡ଼ ଜାତୀୟ ରାଜପଥ ଠାରେ ମୋଟରସାଇକେଲ କୁ ଅଟକାଇବା ସହ ଏହାର ତନଖି କରାଯାଇଥିଲା l ହିରୋହୋଣ୍ଡା ସିଡି ଡୀଲକ୍ସ ମୋଟର ସାଇକେଲ ରୁ୧୫ କେଜି ଗଞ୍ଜେଇ ଜବତ ହୋଇଥିଲା ଯାହାର ଆନୁମାନିକ ମୂଲ୍ୟ ୧ ଲକ୍ଷ ଟଙ୍କା ହେବ ବୋଲି ଜଣା ପଡିଛି l ଘଟଣା ସ୍ଥଳରୁ ଉକ୍ତ ମୋଟରସାଇକେଲ କୁ ଜବତ କରିବା ସହ ୨ ଜଣ ଅଭିଯୁକ୍ତ ଙ୍କୁ ଅବକାରୀ ଆକ୍ଟ ଅନୁଯାଇ ଗିରଫ କରି ଧର୍ମଗଡ଼ କୋର୍ଟ କୁ ଚାଲାଣ କରାଯାଇଛି I ଅଭିଯୁକ୍ତ ଦ୍ବୟ ହେଲେ ଜୁନାଗଡ଼ ସମିଆ ବନ୍ଧ ପଡା ର ବେଣୁ ଲହଜଳ (୪୦)ଓ ଜୟପାଟଣା ଥାନା ଅନ୍ତର୍ଗତ ବାଣ୍ଡି ଗାଁ ର ସୁମନ୍ତ ଗୌଡ଼ I ଏହି ଚଢ଼ାଉ ରେ ଜୁନାଗଡ଼ ଅବକାରୀ ବିଭାଗ ର ସବ ଇନିସପେକ୍ଟର ଲକ୍ଷ୍ମୀପ୍ରିୟା ମଲ୍ଲିକ, କନେଷ୍ଟବଳ ଅସିତ ଖମାରି, କିଶନ ଗୌଡ଼, କର୍ଣ୍ଣ ବାଗ, ରାଜକୁମାରୀ ଶବର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ସିସିଆରରେ ଜିଲ୍ଲାପାଳଙ୍କ ଜାଲ ଦସ୍ତଖତ ମାମଲା,ଗିରଫ ହେଲେ ରାଜସ୍ବ ନିରୀକ୍ଷକ

Sunil Chandra Nayak

ତନ୍ତ୍ର ବଳରେ ବ୍ୟବସାୟ ଭଲ ଚାଲିବା ପାଇଁ ତାନ୍ତ୍ରିକ ଠକି ନେଲା ୨୦ ହଜାର ଟଙ୍କା

ସାବିତ୍ରୀ ଅମାବାସ୍ୟା ! ଝିଅର ମୃତ୍ୟୁ ନେଇ ଥାନାରେ ଦ୍ଵାରସ୍ଥ ହେଲେ ପରିବାର ଲୋକେ 

Leave a Comment

error: Content is protected !!