ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଜୁନାଗଡ଼ ଠାରେ ଅବକାରୀ ବିଭାଗ ତରଫରୁ ଏକଲକ୍ଷ ଟଙ୍କା ର ଗଞ୍ଜେଇ ଜବତ ୨ ଗିରଫ ଓ କୋର୍ଟ ଚାଲାଣ

ଜୁନାଗଡ଼,୨୭/୩(ମ ନି ସ) ଜୁନାଗଡ଼ ଅବକାରୀ ବିଭାଗ ତରଫରୁ ସବ ଇନିସପେକ୍ଟର ଲକ୍ଷ୍ମୀପ୍ରିୟା ମଲ୍ଲିକଙ୍କ ନେତୃତ୍ୱରେ ଜୁନାଗଡ଼ ଜାତୀୟ ରାଜପଥ ଠାରେ ମୋଟରସାଇକେଲ କୁ ଅଟକାଇବା ସହ ଏହାର ତନଖି କରାଯାଇଥିଲା l ହିରୋହୋଣ୍ଡା ସିଡି ଡୀଲକ୍ସ ମୋଟର ସାଇକେଲ ରୁ୧୫ କେଜି ଗଞ୍ଜେଇ ଜବତ ହୋଇଥିଲା ଯାହାର ଆନୁମାନିକ ମୂଲ୍ୟ ୧ ଲକ୍ଷ ଟଙ୍କା ହେବ ବୋଲି ଜଣା ପଡିଛି l ଘଟଣା ସ୍ଥଳରୁ ଉକ୍ତ ମୋଟରସାଇକେଲ କୁ ଜବତ କରିବା ସହ ୨ ଜଣ ଅଭିଯୁକ୍ତ ଙ୍କୁ ଅବକାରୀ ଆକ୍ଟ ଅନୁଯାଇ ଗିରଫ କରି ଧର୍ମଗଡ଼ କୋର୍ଟ କୁ ଚାଲାଣ କରାଯାଇଛି I ଅଭିଯୁକ୍ତ ଦ୍ବୟ ହେଲେ ଜୁନାଗଡ଼ ସମିଆ ବନ୍ଧ ପଡା ର ବେଣୁ ଲହଜଳ (୪୦)ଓ ଜୟପାଟଣା ଥାନା ଅନ୍ତର୍ଗତ ବାଣ୍ଡି ଗାଁ ର ସୁମନ୍ତ ଗୌଡ଼ I ଏହି ଚଢ଼ାଉ ରେ ଜୁନାଗଡ଼ ଅବକାରୀ ବିଭାଗ ର ସବ ଇନିସପେକ୍ଟର ଲକ୍ଷ୍ମୀପ୍ରିୟା ମଲ୍ଲିକ, କନେଷ୍ଟବଳ ଅସିତ ଖମାରି, କିଶନ ଗୌଡ଼, କର୍ଣ୍ଣ ବାଗ, ରାଜକୁମାରୀ ଶବର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ବେକରେ ଗାମୁଛା ବାନ୍ଧି ବ୍ୟକ୍ତି ଙ୍କ ଆତ୍ମହତ୍ୟା

Sunil Chandra Nayak

ଘର ଭିତରୁ ମହିଳାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର; କାରଣ ଅସ୍ପଷ୍ଟ 

Sunil Chandra Nayak

୬ମାସ ପରେ ମିଳିଲା ନିଖୋଜ ବ୍ୟକ୍ତିଙ୍କ କଙ୍କାଳ

Sunil Chandra Nayak

Leave a Comment

error: Content is protected !!