ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୁର୍ଘଟଣାର ଆହତମାନଙ୍କୁ ଭେଟିଲେ ସାଂସଦ ଜୁଏଲ ଓରାମ

ରାଉରକେଲା/ ଗତକାଲି ଭୁବନେଶ୍ୱରରୁ ରାଉରକେଲା ଆସୁଥିବା ପ୍ରଭା ଯାତ୍ରୀବାହୀ ବସ ଜାତୀୟ ରାଜପଥରେ ଦୁର୍ଘଟନା ହେବା ଦ୍ବାରା ବହୁ ଯାତ୍ରୀ ଆହାତ ହୋଇ ରାଉରକେଲା ଜେ.ପି ହସ୍ପିଟାଲରେ ଚିକିତ୍ସିତ ହେବା ଖବର ପାଇବା ମାତ୍ରେ ସୁନ୍ଦରଗଡ ସାଂସଦ ତଥା ସଂସଦୀୟ ପ୍ରତିରକ୍ଷା କମିଟି ଅଧ୍ୟକ୍ଷ ଜୁଏଲ ଓରାମ ସେମାନଙ୍କୁ ହସ୍ପିଟାଲରେ ଭେଟିବା ସହିତ ସେମାନଙ୍କ ସ୍ବାସ୍ଥ୍ୟ ବିଷୟରେ ଡାକ୍ତର ଙ୍କ ସହିତ କଥାବାର୍ତ୍ତା କରିଥିଲେ । ଚିକିତ୍ସିତଙ୍କୁ ସମସ୍ତ ପ୍ରକାର ସହାୟତା କରିବା ପାଇଁ ପ୍ରତିଶୃତି ଦେଇ ଛନ୍ତି । ଏହି ଦୁର୍ଘଟଣା ଅତ୍ୟନ୍ତ ଦୃଭାଗ୍ୟ ପୂର୍ଣ୍ଣ ବୋଲି ପ୍ରକାଶ କରିଥିଲେ । ଶ୍ରୀ ଓରାମଙ୍କ ସହିତ ବିଜେପି ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକ, ରାଷ୍ଟ୍ରୀୟ ଅନୁସୂଚିତ ଜନଜାତି କାର୍ଯ୍ୟକାରିଣୀ ସଦସ୍ୟା ପୂର୍ଣ୍ଣିମା କେରକେଟା ପ୍ରମୁଖ ଉପସ୍ଥିତ ଥିଲେ ବୋଲି ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ନବରଙ୍ଗପୁର ଠାରେ ରାଜ୍ୟ ସରକାରଙ୍କ “ସୁଭଦ୍ରା ଯୋଜନା” ର ଦ୍ଵିତୀୟ କିସ୍ତି ର ଆର୍ଥିକ ସହାୟତା ପ୍ରଦାନର ସିଧା ପ୍ରସାରଣ 

masiha

ସକାଳ ର ତୃତୀୟ ସ୍ଵନକ୍ଷତ୍ର ଦିବସ ଓ ବିଶ୍ଵ ଏଡ୍ସ ଦିବସ ପାଳନ

masiha

ବିନା ସୂଚନା ଫଳକ ରେ ପୂର୍ତ୍ତ ବିଭାଗ ରାସ୍ତା କାମ । ଠିକା ସଂସ୍ଥାର ମନମାନି; ଧୂଳି ମାଡ ରେ କଲବଲ ଜନତା

Sunil Chandra Nayak

Leave a Comment

error: Content is protected !!