ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗରିମା ପରିବାରର ଉତ୍କଳ ଦିବସ ଆସନ୍ତା ଏପ୍ରିଲ ୨ ରେ

ରାଉରକେଲା/ ଉତ୍କଳ ସାଂସ୍କୃତିକ ପରିଷଦର ଗରିମା ପରିବାର ତରଫରୁ ପଞ୍ଚମ ଉତ୍କଳ ଦିବସ ପାଳନ ଆସନ୍ତା ଏପ୍ରିଲ୍ ୨ତାରିଖ ଦିନ ସଂଧ୍ୟା ୬ଟାରେ ସ୍ଥାନୀୟ ସିଭିକ ସେଣ୍ଟର୍ ଠାରେ ପାଳନ କରାଯିବ ବୋଲି ସେକ୍ଟର ୨ ସାହାନାଇ ମଣ୍ଡପ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରାଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ସୁନିଲ୍ କୟାଲଙ୍କ ସଭାପତିତ୍ବ ଓ ସାଧାରଣ ସଂପାଦକ ଶଙ୍କର ଜେନା ଙ୍କ ଆବାହକତ୍ବରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ଯେ ଚଳିତ ବର୍ଷ ଗରିମା ପରିବାର ତରଫରୁ ପଞ୍ଚମ ଉତ୍କଳ ଦିବସ ପାଳନ କରାଯିବ । ଏହି କାର୍ଯ୍ୟକ୍ରମରେ କାଦମ୍ବିନୀ ପତ୍ରିକାର ସଂପାଦିକା ଡଃ ଇତିରାଣୀ ସାମନ୍ତ ମୁଖ୍ୟଅତିଥି,ରାଉରକେଲା ଜିଲ୍ଲା ଲୋକ ସଂପର୍କ ଅଧିକାରୀ ସୀମା ଫତିମା ଏକ୍କା ଓ ଏନଆଇଟିର ଡେପୁଟି ରେଜିଷ୍ଟ୍ରାର ସ୍ବାଗତିକା ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେବେ। ଏହି ଅବସରରେ ସମାଜସେବୀ ରାଜଲକ୍ଷ୍ମୀ ଦାସ, ଭାରତୀ ନାହାକ ଓ ରଂଜିତା ବେହେରା ଙ୍କୁ ଗରିମା ୨୦୨୩ ସମ୍ମାନରେ ସମ୍ମାନିତ କରାଯିବ । ସେହିପରି ଚଳିତ ବର୍ଷ ରାଜ୍ୟ ସରକାର କ୍ରୀଡାକୁ ଗୁରୁତ୍ବ ଦେଇଥିବାରୁ ଗରିମା ପରିବାର ମହିଳା ଟିମ୍ ତରଫରୁ ଓଡିଶା କୁ ଗର୍ବିତ କରିଥିବା ମହିଳା ଖେଳାଳି ଙ୍କ ମଡେଲ ପଦର୍ଶିତ କରାଯିବ । ସମ୍ବଲପୁରୀ ଶାଢୀର ଗୁରୁତ୍ବ ଓ ଏହାର ମାନ ବୃଦ୍ଧି ପାଇଁ ମହିଳା ମାନେ ସମ୍ବଲପୁରୀ ଶାଢୀ ପିନ୍ଧି ଫେସନ ସୋ ରେ ଭାଗନେବେ। ଏହା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏପ୍ରିଲ ୧ତାରିଖ ଦିନ ଅନୁଷ୍ଠାନ ତରଫରୁ ମଧୁସୂଦନ ଦାସ, ବିର୍ସା ମୁଣ୍ଡା, ବିଜୁ ପଟ୍ଟନାୟକ ଓ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାସୁମନ ଅର୍ପଣ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ଶେଷରେ ଉପଦେଷ୍ଟା ରଶ୍ମିତ ସାହାଣୀ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମମତା ନାୟକ, ଡଃ ସରିତା ମଲ୍ଲ, ନିହାରିକା ବସ୍ତିଆ, ଶାନ୍ତିଲତା ବାରିକ, ପ୍ରଣତୀ ଜେନା, ଶର୍ମିଲା ରାଜଗୁରୁ, ଶଙ୍ଖରିନା ପ୍ରଧାନ, ମମତା ଦାସ, ମୀନାକ୍ଷୀ ପାଢୀ, ଲୀନା ତ୍ରିପାଠୀ, ରଶ୍ମି ମହାନ୍ତି, ସନ୍ତୋଷୀ ମଲ୍ଲିକ, ରେବତୀ ବାରିକ, ମୋନାଲିସା ଗୌଡ, ଦେବସ୍ମିତା ଶତପଥୀ,ସୁନିତା ଶ୍ରୀନିବାସନ, ସୁମିତା ମହାନ୍ତି, ସୁମିତ୍ରା ଦାସ, ସୁଶ୍ରୀ ମୋନାଲିସା ସାହୁ, ମୀନତି ମୋଦି, ଡି ନାରାୟଣ ରାଓ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଯୋଗ ଦେବାପାଇଁ ଅନୁଷ୍ଠାନ ତରଫରୁ ଅନୁରୋଧ କରାଯାଇଛି ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଜାତୀୟ ଏକତା ଦିବସ ପାଳନ ଓ ମାରାଥନ ଦୌଡ 

Sunil Chandra Nayak

ଛାଡିଲା ବର୍ଷା, ବଢ଼ିଲା ଦୁର୍ଦ୍ଦଶା ଡାଲି ଜାତୀୟ ଫସଲ ନଷ୍ଟ ହେବା ଆଶଙ୍କାରେ ଚାଷୀ

masiha

ଡାବୁଗାଁ ବ୍ଲକରେ ୧୭ ଟି ମଡେଲ ବୁଥ 

masiha

Leave a Comment

error: Content is protected !!