ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଚିଲିଗୁଡା ରେ ମା ଠାକୁରାଣୀଙ୍କ ଚୈତ୍ରପର୍ବ ପାଳିତ

ଚିଲିଗୁଡା ( ମ ନି ସ )  ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଲିଗୁଡା ଗ୍ରାମରେ ଆଜି ମା ଠାକୁରାଣୀଙ୍କ ଚୈତ୍ରପର୍ବ ମହାସମାରୋହରେ ପାଳନ କରାଯାଇଛି ।ଆଜିର ଦିନରେ ଗ୍ରାମର ସମସ୍ତ ଦେବା ଦେବୀଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ ।ଗ୍ରାମର ଗୋନ୍ତିଆଙ୍କ ଘରୁ ସମସ୍ତ ପ୍ରକାର ପୂଜା ସାମଗ୍ରୀ ଗ୍ରାମର ପୁଝ।ରୀଙ୍କ ଦ୍ୱାରା ଦେବୀ ପୀଠକୁ ଯାଇ ଥାଏ ।ପ୍ରଥମେ ଗୋନ୍ତିଆଙ୍କ ଘରୁ ମ।ଠାକୁରାଣୀଙ୍କ ଘଟ ବାହାରି ଗ୍ରାମର ଗଣା ଘରକୁ ଆସିଥାଏ ।ସେଠାରେ ଗଣା ଘରର ପୂଜାର୍ଚ୍ଚନା ଓ ବାଏନ ଦେଲାପରେ ମା ଠାକୁରାଣୀଙ୍କ ଘଟ ନଗର ପରିକ୍ରମା କରିଥାଏ ।ଏଥିରେ ଗ୍ରାମର ପ୍ରତ୍ୟେକ ଘରେ ମା ଠାକୁରାଣୀଙ୍କ ଘଟକୁ ପୂଜାର୍ଚ୍ଚନା କରି ଆଶୀର୍ବାଦ ଲାଭ କରିଥାନ୍ତି ।ନଗର ପରିକ୍ରମା ପରେ ସଂଧ୍ୟାରେ ଘଟ ମା ଠାକୁରାଣୀଙ୍କ ମନ୍ଦିରକୁ ବିଜେ କରିଥାନ୍ତି ।ସେହି ସମୟରେ ମାନସିକ କରିଥିବା ଗ୍ରାମର ଲୋକେ ନଡିଆ ,କୁକୁଡ଼ା,ଗଡର। ,ବୋକା ଆଦି ବଳି ଦେଇଥାନ୍ତି ।ଗ୍ରାମର ମଙ୍ଗଳ ,ଭଲ ଫସଲ ଅମଳ ଏବଂ ଗ୍ରାମର ଲୋକେ ରୋଗ ଗ୍ରସ୍ତ ନ ହେବା ପାଇଁ ମା ଠାକୁରାଣୀଙ୍କ ପୀଠରେ ପ୍ରତିବର୍ଷ ଏହି ଚୈତ୍ର ମାସରେ ଚୈତ୍ରପର୍ବ ପାଳନ କରାଯାଇଥାଏ ।ଏଥିରେ ଗ୍ରାମର ଗୋନ୍ତିଆ ,ପୁଝ।ରି ,ଗଣା ଏବଂ ନରିଆ ମୁଖ୍ୟ ଦାୟିତ୍ୱ ବହନ କରିଥାନ୍ତି ।

ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ବନ୍ଧୁଗାଁ ବ୍ଲକରେ ମା ଅଗ୍ନିଗଙ୍ଗାମା ଠାକୁରାଣୀ ଘଟ ଯାତ୍ରା

Sunil Chandra Nayak

କୋଦୋ ଭଟା ଓ ଖନାତରାରେ ଗାୟତ୍ରୀ ଯଜ୍ଞ ପାଇଁ ଶହ ଶହ ମହିଳାଙ୍କ କଳସ ଯାତ୍ରା

Sunil Chandra Nayak

ଶ୍ରୀଗଣେଶ ପୂଜା କମିଟି ଖଇରା ଓ ଲିଜେଣ୍ଡ ଲାୟନସ୍ କ୍ଲବ ଖଇରାର ଗଜାନନ ପୂଜା

masiha

Leave a Comment

error: Content is protected !!