ପାପଡାହାଣ୍ଡି,28/3, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ସଦର ମହକୁମାର ହରିଜନସାହି ସରକାରି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ନଳିନୀପ୍ରଭା ଦେବୀଙ୍କ ମଙ୍ଗଳବାର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି | ସୋମବାର ସେ ଶିରିଶି ଠାରେ ତାଲିମ ନେବାକୁ ଯାଇ ଅସୁସ୍ଥ ଅନୁଭବ କରିବାରୁ ଘରକୁ ଆସିଥିଲେ | ମଧ୍ୟ ରାତ୍ରରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ପ୍ରଥମେ ପାପଡାହାଣ୍ଡି ଓ ପରେ କୋରାପୁଟ ସ୍ଥାନାନ୍ତର କରାଯାଇଥିଲା | ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି | ସେ ଶାନ୍ତ ସ୍ଵଭାଵ, କବି ଓ ସଂଗୀତ ଗାନରେ ପାରଦର୍ଶୀ ରଖିଥିଲେ | ତାଙ୍କର ବିୟୋଗରେ ଶିକ୍ଷକ ମୋହଲ ଓ ଛାତ୍ର ଛାତ୍ରୀ ମୋହଲରେ ଶୋକର ଛାୟା ଖେଳି ଯାଇଛି | ତାଙ୍କ ସ୍ୱାମୀ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ କୈଳାଶ ପଟନାୟକ ଅଟନ୍ତି |
previous post