ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚିକିତ୍ସାଧିନ ଅବସ୍ଥାରେ ପ୍ରଧାନ ଶିକ୍ଷୟତ୍ରୀଙ୍କ ମୃତ୍ୟୁ

ପାପଡାହାଣ୍ଡି,28/3, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ସଦର ମହକୁମାର ହରିଜନସାହି ସରକାରି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ନଳିନୀପ୍ରଭା ଦେବୀଙ୍କ ମଙ୍ଗଳବାର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି | ସୋମବାର ସେ ଶିରିଶି ଠାରେ ତାଲିମ ନେବାକୁ ଯାଇ ଅସୁସ୍ଥ ଅନୁଭବ କରିବାରୁ ଘରକୁ ଆସିଥିଲେ | ମଧ୍ୟ ରାତ୍ରରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ପ୍ରଥମେ ପାପଡାହାଣ୍ଡି ଓ ପରେ କୋରାପୁଟ ସ୍ଥାନାନ୍ତର କରାଯାଇଥିଲା | ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି | ସେ ଶାନ୍ତ ସ୍ଵଭାଵ, କବି ଓ ସଂଗୀତ ଗାନରେ ପାରଦର୍ଶୀ ରଖିଥିଲେ | ତାଙ୍କର ବିୟୋଗରେ ଶିକ୍ଷକ ମୋହଲ ଓ ଛାତ୍ର ଛାତ୍ରୀ ମୋହଲରେ ଶୋକର ଛାୟା ଖେଳି ଯାଇଛି | ତାଙ୍କ ସ୍ୱାମୀ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ କୈଳାଶ ପଟନାୟକ ଅଟନ୍ତି |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଭାଇବ୍ରାଣ୍ଟ ର ସାମାଜିକ କାର୍ଯ୍ୟକ୍ରମ

masiha

ଉମରକୋଟ ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ 

Sunil Chandra Nayak

ମାନ୍ୟବର ରାଷ୍ଟ୍ରପତିଙ୍କ ଗଞ୍ଜାମ ଗସ୍ତ ପାଇଁ ବ୍ୟାପକ ପ୍ରସ୍ତୁତି ବର୍ଷା ସତ୍ତ୍ୱେ ଜିଲ୍ଲା ପ୍ରଶାସନର ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ

Sunil Chandra Nayak

Leave a Comment

error: Content is protected !!