ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ସାହାଣୀ କପ ଫୁଟବଲ କ୍ରୀଡ଼ା ନିମନ୍ତେ ଖେଳାଳି ଚୟନ କାର୍ଯ୍ୟକ୍ରମ

ନବରଙ୍ଗପୁର(ମସିହା)ନବରଙ୍ଗପୁର ଷ୍ଟାଡିୟମ ଠାରେ ଜିଲ୍ଲା କ୍ରୀଡ଼ା ସଙ୍ଘ ଆନୁକୂଲ୍ୟରେ ଆଗାମୀ ଦିନରେ ଅନୁଷ୍ଠିତ ହେବାକୁ ଥିବା ସାହାଣୀ କପ ଫୁଟବଲ ପ୍ରତିଯୋଗିତା ନିମନ୍ତେ ଖେଳାଳି ଚୟନ କାର୍ଯ୍ୟକ୍ରମ ସଙ୍ଘର ସମ୍ପାଦକ ପ୍ରହଲାଦ ତ୍ରିପାଠୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି। ସୂଚନାଯୋଗ୍ୟ ଯେ ଗତ ମଣ୍ଡେଇ ମହୋତ୍ସବ ରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଫୁଟବଲ ପ୍ରତିଯୋଗିତାରେ ଉତ୍ତମ ପ୍ରଦର୍ଶନ ଆଧାରରେ ୭୦ ଜଣ କ୍ରୀଡ଼ାବିତଙ୍କୁ ଚୟନ କରା ଯାଇଥିଲା।ସେମାନଙ୍କୁ ନେଇ ସ୍ଥାନୀୟ ଷ୍ଟାଡିୟମ ଠାରେ ଏକ ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଏବଂ ଏମାନଙ୍କ ମଧ୍ୟରୁ ପଚିଶ ଜଣଙ୍କୁ ଅନ୍ତିମ ପର୍ଯାୟ ଚୟନ ନିମନ୍ତେ ବଛା ଯାଇଛି। ଏହି ଚୟନ କାର୍ଯ୍ୟକ୍ରମ ରେ ଚୟନକର୍ତ୍ତା ଭାବରେ ପ୍ରାକ୍ତନ ଫୁଟବଲ ଖେଳାଳି ଦୁର୍ଯ୍ୟୋ ହରିଜନ, ଫିରୋଜ ହିଆଲ, ବି. ଯୋଗେଶ କୁମାର, ସପନ ବୈରାଗୀ ଏବଂ ବିଜୟ କାମର ନିଜ ଦାଇତ୍ୱ ତୁଲାଇ ଥିବା ବେଳେ କ୍ରୀଡ଼ା ସଙ୍ଘର ଉପସଭାପତି ଏମ. ଵାଲା କୃଷ୍ଣ ରାଓ ଖେଳାଳିଙ୍କ ନାମ ଘୋଷଣା କରିବା ସହ ଆଗାମୀ ଦିନରେ ଖେଳାଳିଙ୍କୁ ନେଇ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି କହିଛନ୍ତି। ନବରଙ୍ଗପୁର ଦଳ ପ୍ରତିଯୋଗିତାରେ ଭାଗ ନେବା ପୂର୍ବରୁ ମ୍ୟାନେଜର ଏବଂ କୋଚ କିଏ ହେବ ସେ ନେଇ ଘୋଷଣା କରାଯିବ ବୋଲି ସଙ୍ଘର ସହ ସମ୍ପାଦକ ମନୋଜ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି। ଏ ସମସ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିବାରେ ଶଶାଙ୍କ ଶେଖର ବେହେରା ସହଯୋଗ କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍

Related posts

ପ୍ରଜ୍ଞା ମେମୋରିଆଲ ରାଜ୍ୟ ‌ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ, ଚତୁର୍ଥ ଦିବସରେ କନ୍ଧମାଳ ସ୍ପୋର୍ଟସ ହଷ୍ଟେଲ ବିଜୟୀ

Sunil Chandra Nayak

ଜୁଣବଳଦାରେ ପ୍ରିମିୟର ଲିଗ ସିଜିନ ୧ ଉଦଘାଟିତ

masiha

ଉପଖଣ୍ଡ କ୍ରୀଡା ସଂଘ ଆନୁକୂଲ୍ୟରେ ସମର କପ୍ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା ଉଦଯାପିତ 

Leave a Comment

error: Content is protected !!